ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ବିଜେପି ପକ୍ଷରୁ ଦୀପଦାନ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥିନୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଆଜି ବେଲଗୁଣ୍ଠା ବିଜେପି ପକ୍ଷରୁ ବେଲଗୁଣ୍ଠା ବ୍ଳକ୍ ଖଇରପୁଟିରେ ଥିବା ମାଆ ସିଦ୍ଧେଶ୍ଵରୀ ମନ୍ଦିରରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ବ୍ଳକ୍ ର ପ୍ରାକ୍ତନ ଅଧ୍ୟକ୍ଷ ନୀଳମଣି ବିଷୋୟୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ 48 ନମ୍ଵର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ,ସମିତିସଭ୍ୟା ପ୍ରତିନିଧି ବିନୋଦ ବେହେରା, ଯୁବ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ରହି ଦୀପ ଦାନ କରିବା ସହିତ ଦ୍ରୌପଦୀଙ୍କ ବିଜୟ ପାଇଁ ମାଆ ସିଦ୍ଧେଶ୍ଵରୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ I eଏହି ଦ୍ରୌପଦୀ ଜଣେ ଓଡିଆ ହୋଇଥିବାରୁ ଆମେ ସମସ୍ତେ ତାଙ୍କ ପାଇଁ ଗର୍ବ କରିବା ଆବଶ୍ୟକ ବୋଲି ଉପସ୍ଥିତ ବିଜେପି ନେତା ମାନେ ପ୍ରକାଶ କରିଥିଲେ I