ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ଓ ବିଭିନ୍ନ ସଂଗଠନ ଦ୍ୱାରା କୃଷକ ଆଇନକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବିକ୍ଷୋଭ

ଛତ୍ରପୁର,(ଦେବଦତ୍ତ ମହାରଣା) : ମୋଦୀ ସରକାରଙ୍କ ତିନିଗୋଟି କଳା ଆଇନ ଓ ଶ୍ରମିକ ଆଇନକୁ ପ୍ରତ୍ୟାହାର ଦାବୀରେ ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ର ବ୍ୟାନର ବହୁଜନ କ୍ରାନ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ତଥା ଆଇନଜିବୀ ସୁମା ଦାସଙ୍କ ନେତୃତ୍ୱରେ ଋଷିକୂଲ୍ୟା ରୟତ ମହାସଭା, ଆମ୍ବେଦକର ଚାରିଟେବୁଲ ଏଜୁକେସନ ଟ୍ରଷ୍ଟ, ବହୁଜନ ଅଧିକାରୀ ମଞ୍ଚ, ଜିବନ ଜୀବିକା ପରିବେଶ ଓ ସୁରକ୍ଷା ମଞ୍ଚ, ମାନବାଧିକାର ସୁରକ୍ଷା ମଞ୍ଚ, ଦଳିତ ସହାୟକ ପ୍ରତିଷ୍ଠାନ ସଂଘ , କ୍ରାନ୍ତି ଯୁବ ଛାତ୍ର ସଂଘ , ବାଉରି ଖଦାଳ ସମାଜ ବିକାଶ ମଞ୍ଚ ଓ ଆଇଏନଟିୟୁସି ଗଂଜାମ ଜିଲ୍ଲା ସଂଗଠନ ପକ୍ଷରୁ ମୋଦୀ ସରକାରଙ୍କ ବିରୁଦ୍ଧ ରେ ଗର୍ଜିଥିଲେ । ଏହାସହିତ ଐତିହାସିକ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ କଳା ଆଇନ ପ୍ରତ୍ୟାହାର ଦାବୀ ନେଇ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହିତ ଛତ୍ରପୁର ଉପକଣ୍ଠରେ ଥିବା ଆଇଆରଇ କଂପାନୀର ମୋନାଜାଇଟ ପ୍ଲାଣ୍ଟ ବନ୍ଦ କରିବା, ମାଟିଖାଲ ଗ୍ରାମ ଦଳିତ ଲୋକଙ୍କ ଜମିକୁ ଜବରଦଖଲ ଅକ୍ତିଆର କରିଥିବା ଜମି କୁ ଆଇଆରଇ ଫେରସ୍ତ କରିବା, ସିଏସଆର ଫଣ୍ଡକୁ ସ୍ଥାନୀୟ ଅଂଚଳ ଓ ଗ୍ରାମବାସୀଙ୍କ ର ଉନ୍ନତୀ ପାଇଁ ବ୍ୟବହାର କରିବା ଦାବୀ ଉପରେ ମଧ୍ୟ ବହୁ ସଂଗଠନର ନେତା ମାନେ ଆଲୋକପାତ କରିଥିଲେ । ବେକାର ଯୁବକଙ୍କୁ ନିଯୁକ୍ତି ଦିଅ । ନିଯୁକ୍‌ି ନ ଦେଲେ ବେକାରୀ ଭତ୍ତା ଦିଅ । ଘରୋଇ କ୍ଷେତ୍ରରେ ସ୍ଥାନୀୟ ବେକାର ଯୁବକଙ୍କୁ ୮୦ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ରାଜ୍ୟ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରନ୍ତୁ । କେନ୍ଦ୍ର ସରକାର ତୁରନ୍ତ କୃଷକ ବିରୋଯୀ ୩ଟି କଳା କୃଷି ଆଇନକୁ ପ୍ରତ୍ୟାହାର କରିବା ସମେତ ୮ଦଫା ଦାବୀ ସଂପର୍କରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଗଂଜାମ ଜିଲ୍ଲା ଯୁବ ଶାଖା ପକ୍ଷରୁ କରାଯାଇଛି । ଏଥିନିମନ୍ତେ ଆଇଏନଟିୟୁସି ନେତା ଜି.ଏରେୟା ଓ ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବେଳେ କ୍ରାନ୍ତି ଯୁବ ଛାତ୍ର ସଂଘର ସଭାପତି ଇଜୁଆମିନ ଖାନ୍‌. ଜୀବନ ଜିବିକା ପରିବେଶ ଓ ସୁରକ୍ଷା ମଞ୍ଚର ଆବାହକ ଗୁରୁଦେବ ବେହେରା, ଦଳିତ ସହାୟକ ପ୍ରତିଷ୍ଠାନ ସଂଘ ସଭାପତି କାଳୁଚରଣ ନାୟକଙ୍କ ସମେତ ଆନ୍ଦୋଳନରେ ସାମିଲ ଥିବା ସମସ୍ତ ସଂଗଠନରେ ନେତା ଓ ଚାଷୀ ନେତା ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସ୍ଥାନୀୟ ଅପରବସଷ୍ଟାଣ୍ଡ ଠାରୁ ବିଶାଳ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପହଞ୍ଚିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ