ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଜନ୍ମରୁ ୧୮ (୦-୧୮) ବର୍ଷ ପର୍ଯ୍ୟନ୍ତ ସମସ୍ତ ଜନ୍ମଗତ ରୋଗର ନିଦାନ ଓ ପଞ୍ଜିକରଣ କରାଯାଇଥିଲା । ସେହିପରି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୧୧୫ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡିର ଡିଇଆଇସି କର୍ତ୍ତୃପକ୍ଷ, ଡାକ୍ତର ଭବାନୀ ମୋହନ ମହାପାତ୍ର, ଜ୍ୟୋତ୍ସନାରାଣୀ କର, ବିରିକୋଟ ଡାକ୍ତର ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇ ପରୀକ୍ଷାନିରୀକ୍ଷା କରିଥିବା ବେଳେ ବିରିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ସହଯୋଗରେ ପରିଚାଳନା ହୋଇଥିଲା ।


