ରାଷ୍ଟ୍ରୀୟ ମତଦାତା ଦିବସ ପାଳିତ, ଶପଥ ପାଠ କରାଇଲେ ଜିଲ୍ଲାପାଳ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ସ୍ଥାନୀୟ ଜିଲ୍ଲାପରିଷଦ ଭବନ ଋଷିକୂଲ୍ୟାସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ୧୦ମ ରଷ୍ଟ୍ରୀୟ ମଦଦାତା ଦିବସ ପାଳିତ ହୋଇଯାଇଅଛି । ଏଥିରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଗଂଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଦିବସ ଉପରେ ଏକ ଦସ୍ତଖତ ସଚେତନତା କାର୍ଯ୍ୟକ୍ରମକୁ ପ୍ରଥମେ ଦସ୍ତଖତ କରି ଶୁଭାରମ୍ଭ କରିଥିଲେ । ପରେ ନୂତନ ଭୋଟର ମାନଙ୍କୁ ଅଭିନନ୍ଦନ ଜଣାଇ ନିଜ ବକ୍ତବ୍ୟ ରେ କହିଥିଲେ ଯେ ଆଜିର ଦିବସର ମୂଳ ଲକ୍ଷ୍ୟ ହେଉଛି କୈାଣସି ମଦଦାତା ବାଦ୍ ପଡିବେ ନାହିଁ । ଏହାସହ ନୂତନ ଭୋଟର ମାନଙ୍କୁ କହିଥିଲେ ଯେ ମୋ ଭୋଟ ମୋ ସ୍ୱାଭିମ।।ନ, ଆମେ ଯେମିତି ଜଣେ ଭଲ ବ୍ୟକ୍ତି ଙ୍କୁ ଆମର ଭୋଟ ମତଦାନ ଦେଲେ ଭୋଟର ମୂଲ୍ୟ ରହିବ । ଭୋଟ ମତଦାନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ପୂର୍ଣ୍ଣ କାର୍ଯ୍ୟ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଜିଲ୍ଲା ରାଜସ୍ୱ ଅଧିକାରୀ ଡଃ. ଦିବ୍ୟ ଲୋଚନ ମହନ୍ତ, ଡେପୁଟି କଲେକ୍ଟର (ନିର୍ବାଚନ )ବିଜୟାନନ୍ଦ ସେଠୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି , ତହସିଲଦାର ନୀଳମାଧବ ଭୋଇ , ଆସିଷ୍ଟାଣ୍ଡ କଲେକ୍ଟର ବିକ୍ରମ ଦୋରା, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକ ପ୍ରମୂଖ ରହି ଉକ୍ତ କାର୍ଯ୍ୟକ୍ରମରେ ନିଜନିଜ ମତପ୍ରକାଶ କରି ସମସ୍ତେ ନିଜନିଜର ଭୋଟ ଅଧିକାର ସାବ୍ୟସ୍ଥ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ବିଏଲଓ , ଛାତ୍ରଛତ୍ରୀ ଏବଂ ଜିଲ୍ଲାସ୍ତରୀୟ ଅଫିସର ମାନେ ଉପସ୍ଥିତ ରହିଥିଲେ ।ପ୍ରାରମ୍ଭରେ ୧୦ମ ରଷ୍ଟ୍ରୀୟ ମଦଦାତା ଦିବସ ଅବସରରେ ଗଂଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସମସ୍ତଙ୍କୁ ଶପଥ ପାଠ କରିଥିଲେ । ଶେଷରେ ଅତିଥିଙ୍କ ଦ୍ୱାରା ୧୦ମ ରଷ୍ଟ୍ରୀୟ ମଦଦାତା ଦିବସ ଉପରେ ଅନୁଷ୍ଠିତ ହୋଇଥିବା ମହାବିଦ୍ୟାଳୟ ସ୍ତରୀୟ ଚିତ୍ର,ପ୍ରବନ୍ଧ,ବକ୍ତୃତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ କେତେଜଣ ନୂତନ ଭୋଟର ମାନଙ୍କୁ ଭୋଟ ପରିଚୟ ପ୍ରଦାନ କରାଯାଇଥଲା । ଏହି ଅବସରରେ ସକାଳ ୮ଟାରେ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରୁ ମୋ ଭୋଟ ମୋ ଅଧିକାର ଉପରେ ଏକ ସଚେତନା ଶୋଭାଯାତ୍ର ବାହାରି ଛତ୍ରପୁର ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି , ଡେପୁଟି କଲେକ୍ଟର(ନିର୍ବାଚନ )ବଜୟାନନ୍ଦ ସେଠୀ, ଜିଲ୍ଲା କ୍ରିଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକଙ୍କ ସମେତ ବିଭିନ୍ନ ମହାବିଦ୍ୟାଲୟର ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ