ରାଷ୍ଟ୍ରୀୟ ଲୋକ ଅଦାଲତ

ବୋଡେ଼ନ,(ଡୁଲେଶ୍ୱର ବାଗ):ଜିଲ୍ଲା ଆଇନ ସେବା ପ୍ରାଧିକରଣ ନୂଆପଡା ଆନୁକୂଲ୍ୟରେ ଏବଂ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସମର ବିଳାସ ବେହେରା ଙ୍କ ଅଧ୍ୟକ୍ଷତା ରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି । ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ନୂଆପଡ଼ା ସୁନୀଲ କୁମାର ଦାସ, ବରିଷ୍ଠ ଦେୱାନୀ ଜଜ୍ ଦୁର୍ବାସା ଦୁର୍ଗା, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ବରିଷ୍ଠ ଦେୱାନୀ ଜଜ୍, ଖଡ଼ିଆଳ ଇଶା ପତି, ନିବନ୍ଧକ ସୌଭାଗ୍ଯ ରଞ୍ଜନ ପ୍ରଧାନ, ଏସ୍.ଡି.ଜେ.ଏମ୍ ସ୍ନାତକୀ ଦାଶ, ଜେ.ଏମ.ଏଫ଼୍.ସି, କୋମନା ସମୃଦ୍ଧି ସାଗରିକା ବାରିକ, ଜେ.ଏମ.ଏଫ.ସି, ସିନାପାଲି ପ୍ରଜ୍ଞା ପାରମିତା ମହାନ୍ତି, ଜେ.ଏମ.ଏଫ୍.ସି, ଖଡ଼ିଆଳ ସମିକ୍ଷା ସା, ଜେ.ଏମ.ଏଫ୍.ସି, ବୋଡେନ, ରାଜେଶ କୁମାର ଦାସ ଏବଂ ବିଭିନ୍ନ ରାଜସ୍ୱ ବିଭାଗ ଓ ଖାଉଟି ଅଦାଲତ ଅଂଶଗ୍ରହଣ କରି ୫୭୯୬ ଗୋଟି ବିଭିନ୍ନ ମାମଲା ଯଥା ପାରିବାରିକ, ଚେକ୍ ବାଉନ୍ସ, ଦେୱାନୀ, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ, ଖାଉଟି ମାମଲା ଓ ରାଜସ୍ବ ମାମଲାଗୁଡ଼ିକ ବିଚାର କରାଯାଇ ଥିଲା ଏବଂ ୧,୮୩,୨୪,୦୨୦/- ଟଙ୍କା ଆପୋଷ ସମାଧାନ କରାଯାଇଅଛି। ସେହିପରି ବିଭିନ୍ନ ବ୍ୟାଙ୍କ୍ ଏବଂ ବିଦ୍ୟୁତ୍ ବିଭାଗ ଅଂଶଗ୍ରହଣ କରି ୧୭୮ ଗୋଟି ବ୍ୟାଙ୍କ ବକେୟା ୠଣ ଓ ବିଦ୍ୟୁତ୍ ଶୁକ୍ଳ ଦେୟ ମାମଲାଗୁଡ଼ିକର ଆପୋଷ ବୁଝାମଣା ରେ ସମାଧାନ ହୋଇ ୩୮,୨୨,୮୨୯/- ଟଙ୍କା ଆଦାୟ ହୋଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଲୋକ ଅଦାଲତର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ