ଠାକୁରାଣୀ ଯାତ୍ରାପୀଠରେ ପଦ୍ମଶ୍ରୀ ସିମାଞ୍ଚଳଙ୍କୁ ସମ୍ବର୍ଦ୍ଧନା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମର ଆରାଧ୍ୟ ଦେବୀ ମା’ ବାମଦେଇ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଶନିବାର ୨ ୟ ଦିନ ବିତିଛି। ସକାଳେ ଅସ୍ଥାୟୀ ଯାତ୍ରାପୀଠ ରେ ମା ‘ ଙ୍କୁ ସେବା ପୂଜା ମଣୋହି କରାଯାଇଥିଲା। ପରେ ବାହାଡାଗୁଡ଼ା ଏବଂ ସାହସପୁର ଗ୍ରାମର ପୌରାଣିକ ପ୍ରହଲ୍ଲାଦ ନାଟକ ପରିବେଷଣ ପୂର୍ବରୁ ଗ୍ରାମବାସୀଙ୍କ ପକ୍ଷରୁ ସମସ୍ତ କଳାକାର ଙ୍କ ଉପସ୍ଥିତିରେ ଯାତ୍ରା କମିଟି ସଭାପତି ନରସିଂହ ପ୍ରଧାନ ଗ୍ରାମର ପ୍ରହଲ୍ଲାଦ ନୃତ୍ୟଗୁରୁ ପଦ୍ମଶ୍ରୀ ସିମାଞ୍ଚଳ ପାତ୍ରଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ ସହ ମାଲ୍ୟାର୍ପଣ କରି ସମ୍ମାନିତ କରିଥଲେ। ସମ୍ବର୍ଦ୍ଧନା ଯାତ୍ରା କମିଟି କାର୍ଯ୍ୟକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ମା ‘ ଙ୍କୁ ଦର୍ଶନ ଓ ପୂଜା ପାଇଁ ଶ୍ରଦ୍ଧାଳୁ ଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା।ମୁଖ୍ୟ ସେବାୟତ ମା ‘ ଙ୍କୁ ସାନ୍ଧ୍ୟ ଆଳତି କରିବା ପରେ ଘଟ ଶୋଭାଯାତ୍ରା ପାଇଁ ମା ‘ ଙ୍କୁ ଆବାହନ କରିଥିଲେ।ମା ‘ ଙ୍କ ଆଜ୍ଞାମାଳ ପରେ ପାର୍ଶ୍ଵ ଘଟ ଧାରୀ ମହିଳା ମାନେ ମା ‘ ଙ୍କ ହୁକୁମ ନେଇ ମସ୍ତକକୁ ଘଟ ଉଠାଇଥିଲେ।ମୁଖ୍ୟ ଘଟ କୁ ସମ୍ମୁଖ ଭାଗରେ ରଖାଯିବା ପରେ ମା ‘ ଠାକୁରାଣୀ ନୃତ୍ୟ,ଗୀତ, ପାଇକ ଆଖଡ଼ା ବାଦ୍ୟ ବାଜଣା ର ତାଳେ ତାଳେ ଝୁଲି ଝୁଲି ଯାତ୍ରାପୀଠ ରୁ ଶୋଭାଯାତ୍ରା ରେ ବାହାରି ଗ୍ରାମ ର ବିଭିନ୍ନ ସାହି ପରିକ୍ରମା କରିବା ଦେଇ ଯାତ୍ରା ପୀଠ କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଯାତ୍ରା କମିଟି କର୍ମକର୍ତ୍ତା ଓ ସ୍ବେଛାସେବୀ ବୃନ୍ଦ, ବହୁ ସଂଖ୍ୟକ ଗ୍ରାମବାସୀ ଏବଂ ପୋଲିସ ବାହିନୀ ଉପସ୍ଥିତ ରହି ଶୋଭାଯାତ୍ରା ରେ ଭିଡ ନିୟନ୍ତ୍ରଣ କରିଥିଲେ ।


