ରାସାୟନିକ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ମକ ଏକ୍ସରସାଇଜ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା) :ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଓସଡ଼ମା ଏବଂ ଏନଡିମଏ ସହାୟତାରେ ବାଲେଶ୍ୱର ଜିଲ୍ଲାର ଇଣ୍ଡିଆନ ବଟଲିଂ ଏବଂ ଫାଲକନ ମେରାଇନ ଏକ୍ସପୋର୍ଟ ଲିମିଟେଡ଼ ଠାରେ ମକ ଏକ୍ସରସାଇଜ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରିୟଦର୍ଶନୀ ମଲ୍ଲିକ ଓ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇକୃଷ୍ଣ ଜେନାଙ୍କ ପ୍ରତେକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ କରାଯାଇଥିଲା। ଶିଳ୍ପଗୁଡିକରେ ମକ ଏକ୍ସରସାଇଜ କରିବା ନିମନ୍ତେ ସ୍ଥାନୀୟ ପୋଲିସ, ତହସିଲଦାର, ଅଗ୍ନିସମ ବିଭାଗ, ଓଡ୍ରାଫ, ଏନଡ଼ିଆରଏଫ, ମେଡ଼ିକାଲ କଲେଜ, ଜିଲ୍ଲା ଶିଳ୍ପ କେନ୍ଦ୍ର ଇତ୍ୟାଦି ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଥିଲା । ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଆପଦ ମିତ୍ର, ସ୍ଥାନୀୟ ଅଧିବାସୀ, ଆଶା, ଅଙ୍ଗନବାଡି କର୍ମୀ ବହୁଳ ସଂଖ୍ୟାରେ ଯୋଗଦାନ ଦେଇ ଏହାକୁ ସଫଳ କରିଥିଲେ। ଶେଷରେ ଓସଡ଼ମା ଏବଂ ଏନଡିମଏ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମକ ଏକ୍ସରସାଇଜର ସମୀକ୍ଷା କରାଯାଇ ଏହା କିପରି ଆଗାମୀ ଦିନରେ ଅଧିକରୁ ଅଧିକ ଶିଳ୍ପରେ କରାଯାଇ ସଚେତନତା ସୃଷ୍ଟି କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା I