ରାସାୟନିକ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ ଟପ୍ ଏକ୍ସରସାଇଜ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ଆଜି ସକାଳ ୧୦ ଘଟିକା ସମୟରେ ସ୍ଥାନୀୟ ସଦର ବ୍ଲକ ସମ୍ମିଳନୀ କକ୍ଷଠାରେ ଏକ ଟେବୁଲ ଟପ୍ ମକ୍ ଏକ୍ସରସାଇଜ ଆୟୋଜିତ ହୋଇଯାଇଛି I ଶିଳ୍ପ ସମ୍ବନ୍ଧୀୟ ରାସାୟନିକ ବିପର୍ଯ୍ୟୟଗୁଡ଼ିକୁ ମୁକାବିଲା କରିବା ପାଇଁ ଆସନ୍ତା ୧୧ ତାରିଖରେ ବାଲେଶ୍ୱର ଜିଲ୍ଲାର ଇଣ୍ଡିଆନ ବଟଲିଂ ପ୍ଲାଣ୍ଟ ଏବଂ ଫାଲକନ ମେରାଇନ ଏକ୍ସପୋର୍ଟ ଲିମିଟେଡ଼ ଠାରେ ମକ୍ ଏକ୍ସରସାଇଜ କରିବା ପାଇଁ ଆଜିର କାର୍ଯ୍ୟକ୍ରମରେ ଆଲୋଚନା କରାଯାଇ ଏହି ପଦକ୍ଷେପକୁ ସୁଚାରୁ ରୂପେ କରି ଶିକ୍ଷଣୀୟ କରିବା ପାଇଁ ନିଷ୍ପତ୍ତି ନିଆଗଲା I ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରିୟଦର୍ଶିନୀ ମଲ୍ଲିକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇକୃଷ୍ଣ ଜେନା, ଓ.ଏସ.ଡି.ଏମ.ଏ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଜ୍ୟୋତିର୍ମୟ ବିଶ୍ୱାଳଙ୍କ ସମେତ ଜିଲ୍ଲାର ବିଭିନ୍ନ ବରିଷ୍ଠ ଅଧିକାରୀ ତଥା ଫାଲକନ ଇଣ୍ଡିଆ ବଟଲିଂ ପ୍ଲାଣ୍ଟର ଅଧିକାରୀ ଯୋଗଦେଇ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହାୟତା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ