ରାସ୍ତାକଡରେ ବେହୋସ ହୋଇ ପଡିଥିବା ଯୁବତୀକୁ ଉଦ୍ଧାର କଲା ପୁଲିସ

ହାଟଡିହି, (ବିକାଶ ବିଶ୍ୱାଳ) :-ରାସ୍ତାକଡରେ ବେହୋସ ହୋଇ ପଡିଥିବା ଜଣେ ଯୁବତୀଙ୍କୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଗତକାଲି ରାତିରେ ଜଣେ ଯୁବତୀ ଆନନ୍ଦପୁର ଭଦ୍ରକ ରାସ୍ତାର ଶାସଙ୍ଗ ଛକ ନିକଟରେ ଅଚେତ ହୋଇ ପଡିଥିଲା । ଏହା ଦେଖି ସ୍ଥାନୀୟ କିଛି ଯୁବକ ତୁରନ୍ତ ନନ୍ଦିପଦା ପନୁଲିସକୁ ଖବର ଦେଇଥିଲେ । ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ତୁରନ୍ତ କିଛି ଥାନା କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ସେମାନେ ପହଞ୍ଚିବା ପରେ ଯୁବତୀ ଜଣକ ସଜ୍ଞାହୀନ ହୋଇଯାଇଥିବା ଦେଖି ହାଟଡିହି ଅଗ୍ନିଶମ ବାହିନୀ ସହଯୋଗରେ ତାକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଯାଇଥିଲେ । ସେଠାରେ ତାର ଚିକିତ୍ସା କରାଯିବାପରେ ଟିକେ ସୁସ୍ଥ ହେବା ପରେ ତାର ଘର ଆଗରପଡା ଓ ତା ନାଁ ଦୁର୍ଗା ସୋରେନ ବୋଲି କହିଥିଲା ।  ଯୁବତୀ ସମ୍ପର୍କରେ ତାର ପରିବାର ଲୋକଙ୍କୁ ସୁଚନା ଦେବାସହ ଘରକୁ ପଠାଇବା ଳାଗି  ଆଗରପଡା ପୁଲିସର ସହଯୋଗ ଲୋଡିଥିବା ଥାନା ଆଇଆଇସି ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ