ରାସ୍ତାରେ ବାଇକରୁ ଟଳି ପଡିଲେ ଯୁବକ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଢ଼େଙ୍କା ଗ୍ରାମର ଜଣେ ଯୁବକଙ୍କ ଅକାଳ ବିୟୋଗ ଘଟିଛି । ବାଇକରେ ଆସୁ ଆସୁ ରାସ୍ତାରେ ତାଙ୍କର ଜୀବନ ଚାଲିଯାଇଛି । ଖବରରୁ ଜଣାଯାଇଛି ଢ଼େଙ୍କା ଗ୍ରାମର ସ୍ୱର୍ଗତ ସୁବାସ ଚନ୍ଦ୍ର ପଟ୍ଟନାୟକଙ୍କ ପୁଅ ସୌମ୍ୟ ରଞ୍ଜନ ପଟ୍ଟନାୟକ(୩୨) ଢ଼େଙ୍କା ବଜାରରେ ଏକ ଡ୍ରେସ ଦୋକାନ ଦେଇଥିଲେ । ଆଜି ସେ ତାଙ୍କ ମାଉସୀଘର ଜଅଁରାକୁ ଯାଇ ବାଇକ ଯୋଗେ ଘରକୁ ଫେରୁଥିବାବେଳେ ଅକସ୍ମାତ କୌଣସି କାରଣରୁ ବାଇକରୁ ଟଳି ପଡିଥିଲେ । ସ୍ଥାନୀୟ ଲୋକମାନେ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାକୁ ନେଇଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ବାଇକରେ ଯାଉଥିବାବେଳେ ହୃଦଘାତରୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ପରେ ତାଙ୍କର ମରଶରୀରକୁ ପୋଷ୍ଟମଟମ କରାଇବା ପରେ ସନ୍ଧ୍ୟାରେ ମରଶରୀର ଢ଼େଙ୍କାରେ ପହଞ୍ଚିବାପରେ ଏକ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି । ସେ ଜଣେ ଶାନ୍ତଶିଷ୍ଟ, ପରୋପକାରୀ ଯୁବକ ଭାବେ ପରିଚିତ ଥିବାବେଳେ ଗତବର୍ଷ ତାଙ୍କ ବାପାଙ୍କର ଦେହାନ୍ତ ଘଟିଥିଲା । ତାଙ୍କ ମରଶରୀର ଗାଁରେ ପହଞ୍ଚିବାପରେ ଢ଼େଙ୍କାର ସମସ୍ତ ବ୍ୟବସାୟୀ ଓ ସ୍ଥାନୀୟ ଅଞ୍ଚଳର ଭଦ୍ରବ୍ୟକ୍ତିମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ