ରାସ୍ତା ର ଦୂରାବସ୍ତା କୁ ନେଇ ଅସନ୍ତୋଷ

ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଚୌଦ୍ୱାର ପୌର ପାଳିକା ଅଧୀନରେ ଥିବା ଓଟିଏମ କଲୋନୀ ରାଧା ମୋହନ ଛକ ଠାରୁ ଆଠ ନମ୍ବର ଏବଂ ଏଗାର ନମ୍ବର ୱାର୍ଡ ମଧ୍ୟ ଦେଇ ଯାଇଥିବା ରାସ୍ତା ଟି ଲଗାଣ ବର୍ଷା ପରେ ଶୋଚନୀୟ ହୋଇଯାଇଛି | ଏହି ରାସ୍ତାରେ ପ୍ରାୟତଃ ଅନେକ ଲୋକ ସାଇକେଲ କିମ୍ବା ବାଇକ ରୁ ପଡି ଆହତ ହେଉଛନ୍ତି ଚାରି ଚକିଆ ଗାଡି ମଧ୍ୟ କାଦୁଅରେ ଫସି ରହୁଥିବା ର ଦେଖି ବାକୁ ମିଳୁଛି ମାତ୍ର ଏହି ରାସ୍ତା ର ମରାମତି ପାଇଁ ରାଜନୈତିକ କିମ୍ବା ପ୍ରଶାସନ ତରଫରୁ କିଛି ଆନ୍ତରିକତା ଦେଖା ଯାଉନି । ପୌରପାଳିକା ଓଟିଏମ କଲୋନୀ କୁ ଅବହେଳା କରିଚିଲିଥିବା ବେଳେ କୌଣସି ଉନ୍ନୟମୂଳକ କାର୍ଯ୍ୟକ୍ରମ ହେଉନାହିଁ । ମାନବିକତା ହିସାବରେ ଓଟିଏମ କଲୋନୀ ର ଜନସାଧାରଣଙ୍କୁ ସରକାରୀ ସୁବିଧା ସହିତ ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ରେ ସାମିଲ୍ କରେଇ ଓଟିଏମ କଲୋନୀ ର ସୌନ୍ଦର୍ଯ୍ୟ ବଢ଼ାଇବାକୁ ଅଞ୍ଚଳବାସି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ