ରାହୁଲଗାନ୍ଧୀ ଙ୍କ ବୟାନକୁ ନେଇ ସଂସଦରେ ହଟ୍ଟଗୋଳ

ନୂଆଦିଲ୍ଲୀ- ଆଜି ସରୁଛି ସଂସଦର ଶୀତକାଳିନ ଅଧିବେଶନ । ସଂଦର ଏହି ଅଧିବେଳନରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି । ଶୁକ୍ରବାର ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ରେପ୍ ଇନ ଇଣ୍ଡିଆ ବୟାନକୁ ନେଇ ଗୃହରେ ଦେଖିବାକୁ ପ୍ରତିବାଦ ଦେଖିବାକୁ ମିଳିଥିଲା । ରାହୁଲ ଗାନ୍ଧୀ ମାଗନ୍ତୁ ବୋଲି ନାରା ଦିଆଯାଇଥିଲା । ରାହୁଲଙ୍କ ଏଭଳି ବୟାନକୁ ନେଇ ଡିଏମକେ ସାଂସଦ କନିମୋଝି କହିଛନ୍ତି ପ୍ରଧାନମନ୍ତ୍ରୀ ମେକ୍ ଇନ ଇଣ୍ଡିଆ କହିଥିଲେ ଯାହାକି ଆମେ ସମ୍ମାନ କରୁଛୁ। ରାହୁଲ ଗାନ୍ଧୀ ଏଭଳି କହିବାର କାରଣ ଦେଶରେ କଣ ଚାଲିଛି। ଦୁର୍ଭାଗ୍ୟବଶତଃ ଦେଶରେ ମେକ ଇନ ଇଣ୍ଡିଆ ହେଉ ନାହିଁ କିନ୍ତୁ ଦେଶରେ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି। ଯାହାକି ଚିନ୍ତାର ବିଷୟ। ଝାରଖଣ୍ଡରେ ଗୋଡ୍ଡାରେ ଏକ ରାଲିରେ ସମ୍ଵୋଧିତ କରି କହିଥିଲେ ଯେ, ନରେନ୍ଦ୍ର ମୋଦୀ କହିଥିଲେ ମେକ ଇନ ଇଣ୍ଡିଆ କିନ୍ତୁ ଆଜିକାଲି ଆପଣ ଯେଉଁଠି ବି ଦେଖୁଛନ୍ତି ସେଠାରେ ରେଇପ ଇନ ଣ୍ଡିଆ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ