ରା.ଉଦୟଗିରି ଠାରେ ନୂତନ ରାଜସ୍ୱ ଉପଖଣ୍ଡ କାର୍ଯ୍ୟାଳୟ ସ୍ଥାପନ ନିମନ୍ତେ ତହସିଲ ଦାରଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର
ରା.ଉଦୟଗିରି, (ଦେବାଶିଷ କାର୍ଜି):ଗଜପତି ଜିଲ୍ଲା ରା.ଉଦୟଗିରିକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ଆଜି ଭାରତୀୟ ବିକାଶ ପରିଷଦ ଓ ରା.ଉଦୟଗିରି ବିକାଶ ମଂଚ ପକ୍ଷରୁ ସ୍ଥାନିୟ ତହସିଲଦାରଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ବିକାଶ ପରିଷଦର ପାଚଂ ଜଣିଆ କମିଟି ଓ ସ୍ଥାନିୟ ବିକାଶ ମଂଚର କର୍ମକର୍ତା, ସ୍ଥାନିୟ ସରପଚଂ ସଜୁକ୍ତା ପୁଜାରି ଓ ବୁଦ୍ଧିଜିବିମାନେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇ ମୋହନା, ରା.ଉଦୟଗିରି, ନୁଆଗଡ ଓ ରାୟଗଡ ବ୍ଳକ ଓ ତହସିଲକୁ ନେଇ ରା.ଉଦୟଗିରିଠାରେ ଉପଜିଲ୍ଳ।ପାଳ କାର୍ଯ୍ୟାଳୟ ଘୋଷଣା କରିବାକୁ ଦାବି କରିଛନ୍ତି । ଆଗାମି ଗୋଟିଏ ମାସ ମଧ୍ୟରେ ଦାବି ପୁରଣ ନ ହୁଏଁ ତେବେ ଅଂଚଳବାସୀ ରାଜ ରାସ୍ତାକୁ ଓହ୍ଲାଇବା ସହ ଉଚ୍ଚ ନ୍ୟାୟଳୟରେ ଜନସ୍ୱାର୍ଥ ମାମଲା ରୁଜୁ କରିବେ ବୋଲି ଚେତାବନି ଦେଇଛନ୍ତି ସୁରେନ୍ଦ୍ର ପାଣିଗ୍ରାହି, ରାଜ୍ୟ ସଭାପତି, ଭାରତୀୟ ବିକାଶ ପରିଷଦ।ଗଜପତି ଜିଲ୍ଲା ଗଠନ ଠାରୁ ପାରଳାଖେମୁଣ୍ଡି ସବଡିଭିଜ଼ନ ସହ ସାତଟି ଲେଖାଏଁ ବ୍ଲକ ଓ ତହସିଲ୍ ୧୪୯ ଟି ଗ୍ରାମ ପଚାଂୟତ ଓ ୧୬୧୯ ରାଜସ୍ୱ ମଉଜା ପାରଳାଖେମୁଣ୍ଡି ସହରାଂଚଳ ବର୍ତମାନ ଅବସ୍ଥିତ । ୨୦୧୧ ଜନଗଣନା ଅନୁସାରେ ଗଜପତି ଜିଲ୍ଲାର ସାତଟି ବ୍ଲକ ଓ ପାରଳାଖେମୁଣ୍ଡି ସହରାଚଂଳକୁ ନେଇଁ ମୋଟ ଜନସଂଖ୍ୟା ୫.୭୭.୮୧୭ ଅଟେ । ସେଥିମଧ୍ୟରୁ ଆଦିବାସି ଜନ ସଂଖ୍ୟା ୩.୧୩୭୧୪ । ମୋଟ ଜନସଂଖ୍ୟାର ସତକଡା ୫୫ ପ୍ରତିଶତ ଅଟେ । ସେଥିମଧ୍ୟରୁ ମୋହନା,ରାଉଦୟଗିରି ,ନୂଆଁଗଡ ଆଦିବାସି ବହୁଳ ଅଟେ । ସଦର ମହକୁମା ପାରାଳାଖେମୁଣ୍ଡି ଠାରୁ ଦୂରତା ମୋହନା ବ୍ଲକ ୧୦୭ କିମି ଏବଂ ରା.ଉଦୟଗିରି ବ୍ଲକ ୬୦ କିମି ,ନୂଆଁଗଡ ବ୍ଲକ ୮୫ ଓ ରାୟଗଡ ବ୍ଲକ ୩୦ କିମି ଅଟେ । ଆଦିବାସି ହରିଜନ ଯଥା ସାଧାରଣ ଜନତା ଉପଜିଲ୍ଲା ପାଳ କାର୍ଯଳୟ କୁ ଯାତାୟତ କରିବା ଅତ୍ୟନ୍ତ ବ୍ୟୟବହୁଳ ଓ ସମୟ ସାପେକ୍ଷ ଅଟେ । ପାହାଡ ଓ ଗଛ ଜଙ୍ଗଲ ଘେରି ରହିଥିବା ହେତୁ ଏହା ଏକ ନକ୍ସଲ ପ୍ରବଣ ଜିଲ୍ଲା ଭାବେ ପରିଗଣିତ ହୋଇଅଛିା । ପ୍ରବାଦ ପୁରୂଷ ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀ ସମୟରେ ୧୩ ଗୋଟି ରାଜସ୍ୱ ଜିଲ୍ଲାକୁ ବିଭାଜନ କରି ୩୦ ଗୋଟି ରାଜସ୍ୱ ଜିଲ୍ଲାରେ ପରିଣତ କରିଥିଲେ । କାରଣ ଲୋକଙ୍କ ପାଖରେ ପ୍ରଶାସନ ଓ ସରକାର କିଭଳି ସହଜରେ ପହଁଚିବା ଲକ୍ଷ ଥିଲା । ୨ଅକ୍ଟବର ୧୯୯୨ ମସିହାରେ ଗଜପତି ଜି୍ଲା ଗଠନ ହୋଇ ସଦର ମହକୁମା ପାରଳାଖେମୁଣ୍ଡେି ଠାରେ ପ୍ରତିଷ୍ଠା କରାଗଲା । ୧୯୯୨ ମସିହା ଠାରୁ ଦିର୍ଘ ୨୮ ବର୍ଷ ହେଲା ରା.ଉଦୟଗିରି ମୋହନା ,ନୂଆଁଗଡ,ଏବଂ ରାୟଗଡ କୁ ନେଇ ଏକ ରାଜସ୍ୱ ଉପଖଣ୍ଡ କାର୍ଯ୍ୟଳୟ ରା.ଉଦୟଗିରି ଠାରେ ପ୍ରତିଷ୍ଟା କରିବା ପାଇଁ ଦାବି ହୋଇ ଆସୁ ଅଛି । ଭୌଗଳିକ ,ସାମାଜିକ ଏବଂ ପ୍ରଶାସନିକ ଗମନା ଗମନ ଆଦି ଦୃଷ୍ଟିରୁ ରା.ଉଦୟଗିରି ବ୍ଲକ ଏହି ଚାରିଗୋଟି କେନ୍ଦ୍ର ସ୍ଥଳି ଭାବେ ଅବସ୍ଥିତ ଅଟେ । ରା.ଉଦୟଗିରି ଠାରେ ବ୍ଲକ ଅଫିସ୍, ତହସିଲ୍ ଅଫିସ,ସବ୍ ଜେଲ୍,ଉପଖଣ୍ଡ ସ୍ତରିୟ ପୋଲିସ ଅଧିକାରି କାର୍ଯ୍ୟଳୟ,ଜୁଡିସିଆଲ୍ କୋର୍ଟ,ସବ୍ ରେଜିଷ୍ଟର ଅଫିସ୍ ଏବଂ ସମସ୍ତ ଉପଖଣ୍ଡ ସ୍ତରିୟ କାର୍ଯ୍ୟଳୟ ଥିବା ହେତୁ ରା.ଉଦୟଗିରି,ନୂଆଁଗଡ,ରାୟଗଡ ବ୍ଲକର ଜନସାଧାରଣ ରା,ଉଦୟଗିରି ଠାରେ ସବ୍ଡିଭିଜନ କାର୍ଯ୍ୟଳୟ ସ୍ଥାପନା କରାଗଲେ ସମସ୍ତ ଜନ ସାଧାରଣ ଓ ଭାରତିୟ ବିକାଶ ପରିଷଦ ଏବଂ ରା.ଉଦୟଗିରି ନାଗରିକ ମଂଚ ମିଳିତ ଭାବେ ମୁଖ୍ୟମନ୍ତ୍ରୀ ଙ୍କୁ ତହସିଲ ଦାରଙ୍କ ଜରିୟାରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।