ରିକାପଲ୍ଲୀ ଲେବଲକ୍ରସିଂ ବନ୍ଦ ନକରିବା ନେଇ ପଂଚାୟତବାସୀଙ୍କ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍ ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତବାସୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ରାଜପଥ -୩୨କୁ ସଂଯୋଗ କରୁଥିବା ରିକାପଲ୍ଲୀ ଲେବଲକ୍ରସିଂ ଓ କୁମାରବେଗପଲ୍ଲୀ ମଧ୍ୟବର୍ତି ଭୂତଳ ବ୍ରିଜ ଉପରେ ହଜାର ହଜାର ଗ୍ରାମବାସୀ ନିର୍ଭରଶୀଳ । କିନ୍ତୁ ରେଳବାଇ କର୍ତୃପକ୍ଷ ରିକାପଲ୍ଲୀ ଲେବଲକ୍ରସିଂକୁ ବନ୍ଦ କରି ଦେବାକୁ ଯୋଜନା କରୁଛନ୍ତି । ଏଭଳି ହେଲେ ୬ରୁ ୭ଟି ପଂଚାୟତର ହଜାର ହଜାର ଲୋକଙ୍କ ଯାତାୟତରେ ବହୁ ଅସୁବିଧା ହେବ ଏଣୁ ଏହାର ନିରାକରଣ ନିମନ୍ତେ ହସ୍ତକ୍ଷେପ କରିବାକୁ ଅଂଚଳବାସୀ ଜିଲ୍ଲାପାଳଙ୍କ ଅନୁରୋଧ କରିଛନ୍ତି । ପୋଡ଼ାପଦର, ଚିକଲଖଣ୍ଡି, କରପଡ଼ା, ପୋଟଲାମପୁର, ବଡ଼ମାଧପୁର, ଆଦି ପଂଚାୟତ ବାସିନ୍ଦା ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ସମୟରେ ପୋଡ଼ାପଦର ସରପଂଚ ପିତାମ୍ବର ପଣ୍ଡା, ପୂର୍ବତନ ସମିତି ସଭ୍ୟ କ୍ଷୀରୋଦ ଚନ୍ଦ୍ର ସାହୁ, ଡ଼ି ସୁବାସ ରାଓ, ଜଗନ୍ନାଥ ସାହୁ, ଶିବ ପ୍ରସାଦ ଗୌଡ଼, ବି. ଜଗେଶ୍ୱର ରେଡ୍ଡି, ସୁରେନ୍ଦ୍ର ଦାଶ ଏବଂ ବହୁ ପଂଚାୟତ ବାସୀ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହା ସହ ଛତ୍ରପୁର ଷ୍ଟେସନ ମାଷ୍ଟ୍ରଙ୍କୁ ଏହାର ଏକ ନକଲ ପ୍ରଦାନ କରିଥିଲେ ।