ରିକାପଲ୍ଲୀ ଲେବଲ କ୍ରସିଂ ଠାରେ ନାବାଳିକାର ମୃତ ଦେହ ଉଦ୍ଧାର
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ରିକାପଲ୍ଲୀ ଲେବଲ କ୍ରସିଂ ଠାରେ ଶନିବାର ସକାଳୁ ଜଣେ ନାବାଳିକା (୧୬) ଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତ ନାବାଳିକା ଜଣକ ନୁଆପଲ୍ଲୀ ଗ୍ରାମ ହୋଇଥିବା ବେଳେ ସେ ଦୁଇ ବର୍ଷ ଧରି ତାଙ୍କ ମାଙ୍କ ସହ ଛତ୍ରପୁର ନିକଟ ସାହେବ ଜେନାପଲ୍ଲୀ ଗ୍ରାମରେ ବାସ କରୁଥିଲେ । ଆଜି ସକାଳୁ ତାଙ୍କ ମୃତ ଦେହ ରେଳ ଫାଟକ ନିକଟରେ ପଡିଥିବା ଦେଖି ସ୍ଥାନୀୟ ଲୋକ ମାନେ ଛତ୍ରପୁର ଥାନାକୁ ଖବର ଦେଇଥିଲେ । ଘଟଣାର ଖବର ପାଇ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଏସଡିପିଓ ଗୌତମ କିସାନ, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଛତ୍ରପୁର ଥାନାର ସବ ଇନସିପେକ୍ଟର ସିଲୁ ଧଳ, ଜିଆରପି ଥାନା ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ପହଂଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ତେବେ ନାବାଳିକାଙ୍କୁ ମୃତ୍ୟୁର କାରଣ ସ୍ପଷ୍ଠ ଜଣାପଡିନଥିବା ବେଳେ ଜିଆରପି ପକ୍ଷରୁ ଏକ ୨୬/୨୨ ରେ ମାମଲା ରୁଜୁ କରାଯିବା ସହ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ସୂଚନା ମିଳିଛି ।