ରିଲିଫ ପାଇଁ ବିଡିଓଙ୍କୁ ଦାବିପତ୍ର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ରିଲିଫ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଚଳିତ ବନ୍ୟାରେ ଯଦି କ୍ଷତିଗ୍ରସ୍ଥ ପରିବାରକୁ ୨୦୧୧ ଜନଗଣନା ଅନୁଯାୟୀ ସରକାରୀ ସାହାର୍ଯ୍ୟ ଯୋଗାଯାଇଛି । ତଥାପି କିଛି ଲୋକ ଏଥିରୁ ବାଦ ପଡିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ସନ୍ତରପଡା, ନୂଆପୋଖରୀ ତଥା ଅନ୍ୟାନ୍ୟ ଗ୍ରାମର କିଛି ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ପ୍ରଶାସନ ପ୍ରତିଶୃତି ଦେଇଥିବାବେଳେ ଆଜି ରଣଜିତ ପଞ୍ଚାୟତର ଲୋକେ ସମାନ ଦାବି କରିଛନ୍ତି । ପଞ୍ଚାୟତ ଅନ୍ତର୍ଗତ ୮ନଂ ୱାର୍ଡର କିଛି ବ୍ୟକ୍ତି ତିନିଦିନ ଧରି ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ତାଙ୍କୁ ସରକାରୀ ରିଲିଫରୁ ବଞ୍ଚିତ କରାଯାଇଥିବା ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ପରବର୍ତ୍ତୀ ସମୟରେ ସେମାନେ ରିଲିଫ ପାଇଁ ସରପଞ୍ଚଙ୍କୁ କହିଥିଲେ ସୁଦ୍ଧା କେହି ତାଙ୍କ କଥା ଶୁଣୁନାହାଁନ୍ତି । ଏନେଇ ସରପଞ୍ଚଙ୍କ ମତାମତ ନେବାରୁ ସେ କୁହନ୍ତି ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ନାମ ଜନଗଣନା ଖାତାରେ ନଥିବାରୁ ତାଙ୍କୁ ରିଲିଫ ଦିଆଯାଇ ନାହିଁ । ସେମାନଙ୍କ ବାପାଙ୍କ ନାମରେ ଘର ନଂ ଥିବାବେଳେ ଅଭିଯୋଗ କର୍ତ୍ତାଙ୍କ ନାମ ସେଥିରେ ସଦସ୍ୟ ଭାବେ ଯୋଡା ଯାଇଛି । ତେଣୁ ନିୟମ ଦୃଷ୍ଟିରୁ ଘର ନଂ ଅନୁଯାୟୀ ତାଙ୍କ ବାପାଙ୍କ ନାମରେ ରିଲିଫ ଯୋଗାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ