ରୁଦ୍ର ଓ କୃଷ୍ଣଙ୍କ ମାରାଥନ୍ ପ୍ରଚାରରେ ସିନେ ତାରକାଙ୍କ ଭୋଟ୍ ଭିକ୍ଷା

ଢେଙ୍କାନାଳ(ଜୁଗାବ୍ଦ ନ୍ୟୁଜ୍‍): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଅନ୍ତିମ ଦିବସରେ ବିଜେପି ପକ୍ଷରୁ ଢେଙ୍କାନାଳ ଲୋକସଭା ପ୍ର୍ରା୍ଥୀ ରୁଦ୍ରନାରାୟଣ ପାଣି ଓ ବିଧାନସଭା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଢେଙ୍କାନାଳ ନଗରରେ ପ୍ରଚାର କାର୍ଯ୍ୟରେ ସେମାନଙ୍କ ସହିତ ସିନେତାରକା ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଉଭୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ । ଅପରାହ୍ଣରେ ସ୍ଥାନୀୟ କାଲଟାକ୍ସ ଛକରୁ ୫ ହଜାରରୁ ଊଦ୍ଧ୍ୱର୍ କାର୍ଯ୍ୟକର୍ତ୍ତା ପଦଯାତ୍ରା ଓ ବାଇକ୍ରେ ଢେଙ୍କାନାଳ ସହର ମଧ୍ୟରେ ଶୋଭାଯାତ୍ରାରେ ବାହାରି କୁଞ୍ଜକାନ୍ତ ଠାରେ ପହଞ୍ଚିଥିଲେ । ପରିକ୍ରମା ସମୟରେ ପିସି, ଚିଟ୍ଫଣ୍ଡ ଲୁଟେରା, ଦୁର୍ନୀତି ଭ୍ରଷ୍ଟାଚାରୀ ନବୀନ ସରକାର ବଦଳିବା ଆମର ଦରକାର ବୋଲି କାର୍ଯ୍ୟକର୍ତ୍ତା ନାରାବାଜି କରିଥିଲେ । ସେହିଭଳି ପ୍ରମୁଖ ସ୍ଥାନମାନଙ୍କରେ ରାଜ୍ୟର ତଥା ଢେଙ୍କାନାଳର ବିକାଶ ପାଇଁ ଅଥର୍ବ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରଙ୍କୁ ଗାଦିଚ୍ୟୁତ କରି ଓଡ଼ିଶାରେ ବିଜେପିର ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ଦୃଢ଼ ସରକାର ଗଠନ ସହିତ ବିକାଶ ପୁରୁଷ ନରେନ୍ଦ୍ର ମୋଦିଙ୍କ ହାତକୁ ଟାଣକରି ପୁଣି ୫ ବର୍ଷ ପାଇଁ କେନ୍ଦ୍ରରେ ବିଜେପି ସରକାର ଗଠନ ପାଇଁ ପଦ୍ମଫୁଲରେ ଭୋଟ ଦେବାକୁ ଜନ ସାଧାରଣଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା ଉପ-ସଭାପତି ରାମଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନରେଶ ଚନ୍ଦ୍ର ମହାପାତ୍ର, ଜିଲ୍ଲା ଉପ-ସଭାପତି ନବକିଶୋର ଗୁରୁ, ସମ୍ପାଦକ ମାତୃୃପ୍ରସାଦ ନନ୍ଦ, ଭାରତୀ ସ୍ୱାଇଁ, ନଗରମଣ୍ଡଳ ସଭାପତି ନିରୋଦ କୁମାର ସାହୁ, ଉପ-ସଭାପତି ଅଜୟ ଭଞ୍ଜ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ପଦ୍ମଭୂଷଣ ସାହୁ, ଜିଲ୍ଲା ଉପ-ସଭାପତି ରମ୍ୟରଞ୍ଜନ ମହାପାତ୍ର, ନଗର ମଣ୍ଡଳ ସଭାପତି ପ୍ରଦ୍ୟୁମ୍ନ ସାହୁ, ଲୁନା ବେହେରା, ଗୋଲାପ ବେହେରା, ସନ୍ତୋଷ ବେହେରା, ସୁଚିତ୍ରା ବେହେରା, ରୋଜସ୍ ପରିଡ଼ା ପ୍ରମୁଖଙ୍କ ସମେତ ହଜାର ହଜାର କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ