ରୂପାନ୍ତିକରଣ କାର୍ଯ୍ୟକ୍ରମରେ ସାମିଲ ବିଦ୍ୟାଳୟ ବୁଲି ଦେଖିଲେ ଜିଲ୍ଲାପାଳ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ବାରମ୍ବାର ଜିଲ୍ଲାପାଳଙ୍କ ଗ୍ରସ୍ତ ବାତିଲ ପରେ ବୁଧବାର ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ପାରୁଲ ପାଟୱାରୀ ପ୍ରଥମଥର ନାଉଗାଁ ବ୍ଳକ ଗ୍ରସ୍ତରେ ଆସିଥିଲେ । ପ୍ରଥମେ ଜିଲ୍ଲାପାଳ ୫ଟି ଅଧିନରେ ରୂପାନ୍ତିକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଉଚ୍ଚ ବିଦ୍ୟାଳୟ ଗୁଡିକର କାର୍ଯ୍ୟ ବୁଲି ଦେଖିଥିଲେ । ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟ, ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟ, ଗୋପବନ୍ଧୁ ସ୍ମାରକୀ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ, କଂଟୁଣିଆହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକୁ ବୁଲି ଦେଖିଥିଲେ । ଯଥା ଶୀଘ୍ର ବିଦ୍ୟାଳୟ ଗୁଡିକର କାର୍ଯ୍ୟ ଶେଷ ଆରମ୍ଭ କରି ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀ ଓ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପ୍ରଥମ ପ୍ରର୍ଯ୍ୟାୟରେ ସ୍କାର୍ଟ ସ୍କୁଲ ଭାବେ ଉଦଘାଟିତ ହୋଇଥିବା ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ କ୍ଳାସ ରୁମ ବୁଲି ଦେଖିଥିଲେ । ବ୍ଳକରେ ନିର୍ମାଣ କରାଯାଇଥିବା ମିଶନ ଶକ୍ତି ଗୃହ ବୁଲି ଦେଖିବା ସହିତ ସମସ୍ତ ମିଶନ ଶକ୍ତି ଗୃହ ଗୁଡିକର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ନିର୍ଦ୍ଦେଶ ଦେଇଥିଲା । ସେହିପରି ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟ ଗୁଡିକୁ ବୁଲି ଦେଖିବା ସହିତ ଠିକ ଭାବେ କାର୍ଯ୍ୟ ହୋଇ ନଥିବାରୁ ବିରକ୍ତି ପ୍ରକାଶ କରିବା ସହିତ ପ୍ରକଳ୍ପ ଗୁଡିକୁ ତୁରନ୍ତ ଶେଷ କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ମନରେଗା ଯୋଜନାରେ ନିର୍ମାଣ ହୋଇଥିବା ଖେଳ ପଡିଆ ବୁଲି ଦେଖିବା ସହିତ ତୁରନ୍ତ ଏହା ଚତୁପାଶ୍ୱର୍ରେ ପାଚେରୀ ନିର୍ମାଣ କରିବା ପାଇଁ ବ୍ଲକ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତିରୁଣା ପଂଚାୟତ ଦହିପାଳ ଗ୍ରାମରେ ମନରେଗା ଯୋଜନାରେ ଏକ ପୋଖରୀ ଖନନ କରାଯାଇ ଏହା ଚତୁପାଶ୍ୱର୍ରେ ମାଟି ପଡି ବନ୍ଧ ସୃଷ୍ଟି ହୋଇଛି । ବନ୍ଧ ନିର୍ମାଣ ହେବା ଦ୍ୱାରା ଚାଷ ଜମିରୁ ପାଣି ନିଷ୍କାସନ ନ ହୋଇ ଚାଷ ଜମିରେ ପାଣି ଜମି ରହୁଛି । ଚାଷ ଜମିରୁ ପାଣି ନିଷ୍କାସନ ପାଇଁ କଲଭର୍ଟର ବ୍ୟବସ୍ଥା କରିବା ପାଇଁ ଦହିପାଳର ଜନସାଧାରଣମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଚାଷ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରିବା ପାଇଁ ବିଡିଓ ଓ ସହାୟକ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ ବ୍ୟତିତ ମନରେଗା ଯୋଜନାରେ ରାସ୍ତା ପାଶ୍ୱର୍ରେ ବନ ବିଭାଗ ଦ୍ୱାରା ହୋଇଥିବା ବନୀକରଣ ବୁଲି ଦେଖିଥିଲେ । ସେହିପରି ଦହିପାଳସ୍ଥିତ ବେଲକନ୍ଦା ଠାରେ ନିର୍ମାଣ ହେଉଥିବା ଓଡିଶା ଆର୍ଦଶ ବିଦ୍ୟାଳୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କେତେ ଦୁର ଆଗେଇଛି ବୁଲି ଦେଖିଥିଲେ । ସେହିପରି ଜିଲ୍ଲାପାଳ ବାଟରେ ଯିବା ସମୟରେ ଲଘୁଚାପ ଜନିତ ବର୍ଷାରେ ନଷ୍ଟ ହୋଇଥିବା ଧାନକୁ ଦେଖିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଚାଷୀ ନିଜ ଓଦା ବିଲରୁ ଧାନ କାଟି ଆଣି ଅମଳ ପାଇଁ ରାସ୍ତା ଉପରେ ପକାଇଥିବା ବେଳେ ଜିଲ୍ଲାପାଳ ନିଜେ ଏକ ଧାନ କେଣ୍ଡା ଆଣି ଧାନର ଅବସ୍ଥା କିଭଳି ଅଛି ଦେଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାଟୱାରୀଙ୍କ ସମେତ ବିଡିଓ ରଶ୍ମିରେଖା ମଲ୍ଲିକ,ଏବିଡିଓ ଦେବେନ୍ଦ୍ର ପ୍ରଧାନ, ସହକାରୀ ଯନ୍ତ୍ରୀ କୈଳାସ ବେହେରା, ବରିଷ୍ଠ ବୈଷୟିକ ପରାମର୍ଶଦାତା ଶୁଭେନ୍ଦୁ ବରାଳ,ଏପିଓ ଜ୍ୟୋର୍ତିମୟ ନାୟକ, କନିଷ୍ଠଯନ୍ତ୍ରୀ ଶାରଦା ପ୍ରସନ୍ନ ସ୍ୱାଇଁ, ସ୍ମୃତିରଂଜନ ନାୟକ, ପୁନମ ବିଶ୍ୱାଳ ପ୍ରମୁଖ ଆଦି ଉପସ୍ଥିତ ଥିଲେ ।