ରେଡିକା ସାହି ପଟୁଆରରେ ମହାମାୟୀଙ୍କ ନଗର ପରିକ୍ରମା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠାରେ ଚାଲିଥିବା ମହାମାୟୀ ମାଁ ବ୍ରାହ୍ମଣ ଦେବୀଙ୍କ ଯାତ୍ରା ଅବସରରେ ବୁଧବାର ଦିନ ୧ ନମ୍ବର ୱାର୍ଡ ରେଡିକା ସାହି ତରଫରୁ ସୁନ୍ଦର ଶୋଭାଯାତ୍ରା ଓ ବାଣ ପଟୁଆର ସହିତ ମାଁ ନଗର ପରିକ୍ରମା କରିଛନ୍ତି ।ପରମ୍ପରା ଅନୁଯାୟୀ ସକାଳ ୧୦ ଘଣ୍ଟା ସମୟରେ ରେଡିକା ସାହି ବାସିନ୍ଦା ଓ ସହର ବାସି ମାଁ ବ୍ରାହ୍ମଣ ଦେବୀଙ୍କ ଅସ୍ଥାୟୀ ପୀଠରେ ବ୍ରଣ କରିବା ପାଇଁ ଯାଇଥିଲେ । ସେଠାରେ ମାଁ ଙ୍କୁ ମାଜଣା କରିବା ସହିତ ନଗର ପରିକ୍ରମା ପାଇଁ ନିମନ୍ତ୍ରଣ କରିଥିଲେ ।ପରେ ସଂଧ୍ୟାରେ ବିଭିନ୍ନ ପ୍ରକାର କଳାକୃତି,ବାଘ ଷଣ୍ଢ,ଧୁମ୍ ଧଡାକା ବାଦ୍ୟ ଓ ଆତସବାଜି ସହିତ ମାଁ ନଗର ପରିକ୍ରମା ଆରମ୍ଭ କରିଥିଲେ । ବଡ଼ଦାଣ୍ଡ ଠାରେ ଆତସବାଜି ପ୍ରଦର୍ଶନ କରାଯାଇଥିଲା । ଆତସବାଜି ପ୍ରଦର୍ଶନ ପାଇଁ ମହୋତ୍ସବ କମିଟି ତରଫରୁ ବାରକେଡ୍ ବ୍ୟବସ୍ଥା କରାଯାଇଥିଲା ।ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା ।ପ୍ରାୟ ଦେଢ଼ ଘଣ୍ଟା ଆତସବାଜି ପ୍ରଦର୍ଶନ ପରେ ମାଁ ଙ୍କ ସିଂହବାହିନୀ ବେଶ ବେଲଗୁଣ୍ଠା ସହର ପରିକ୍ରମା ପାଇଁ ଆଗକୁ ବଢିଥିଲେ ।ମାଁ ଙ୍କ ନଗର ପରିକ୍ରମା ସମୟରେ ସାହି ସାହିରେ ମହିଳା ମାନେ ରୁଣ୍ଡ ହୋଇ ମାଁ ଙ୍କୁ ପୂଜାର୍ଚ୍ଚନା କରିବା ସହିତ ଭାରୁଆ ଭାଇ ମାନଙ୍କ ପଦପ୍ରକ୍ଷାଳନ କରୁଥିବା ଲକ୍ଷ୍ୟ କରାଯାଇଥିଲା ।ସବୁଦିନ ପରି ରାତ୍ରୀର ବିଳମ୍ବିତ ପ୍ରହରରେ ମାଁ ନିଜ ଅସ୍ଥାୟୀ ପୀଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ରେଡିକା ସାହି ବାସିନ୍ଦାଙ୍କ ସହିତ ଏକ ନମ୍ବର ୱାର୍ଡ କାଉନସିଲର ଏସ୍ ଭାସ୍କର ପାତ୍ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ସହିତ ବଳରାମ ରେଡ୍ଡୀ, ଯୋଗେନ୍ଦ୍ର ରେଡ୍ଡୀ, ଲକ୍ଷ୍ମଣ ରେଡ୍ଡୀ,ବୁଲୁ ରେଡ୍ଡୀ, ଦିଲ୍ଲୀପ ରେଡ୍ଡୀ,ଅଭି ରେଡ୍ଡୀ, ଦୁର୍ଯୋଧନ ରେଡ୍ଡୀ, ବିଦ୍ୟାଧର ରେଡ୍ଡୀ, ନାରାୟଣ ରେଡ୍ଡୀ,ବାଙ୍କା ରେଡ୍ଡୀ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ