‘ରେପ୍ ଇନ୍ ଇଣ୍ଡିଆ’ ବୟାନକୁ ନେଇ ଉଠିଲା ଝଡ଼

ନୂଆଦିଲ୍ଲୀ : ଆଜି ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ରେପ୍ ଇନ ଇଣ୍ଡିଆ ବୟାନକୁ ନେଇ ଗୃହରେ ହଙ୍ଗାମା ହୋଇଛି। ଲୋକସଭାରେ ମଧ୍ୟ ରାହୁଲ କ୍ଷମା ମାଗନ୍ତୁ ବୋଲି ନାରା ଦିଆଯାଇଥିଲା। କେନ୍ଦ୍ରୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ୍‌ଙ୍କ ଏହି ବୟାନ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ। ରାହୁଲ୍‌ ଏପରି କହି ମହିଳାଙ୍କ ଅପମାନ କରିଛନ୍ତି ବୋଲି କହିଛନ୍ତି ସ୍ମୃତି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧି ଡିସେମ୍ଵର ୧୨ରେ ଝାରଖଣ୍ଡରେ ଗୋଡ୍ଡାରେ ଏକ ରାଲିରେ ସମ୍ଵୋଧିତ କରି କହିଥିଲେ ଯେ, ନରେନ୍ଦ୍ର ମୋଦି କହିଥିଲେ ଯେ, ଏବେ ଦୁନିଆ ଭାରତକୁ ‘ମେକ ଇନ୍‌ ଇଣ୍ଡିଆ ନୁହେଁ, ବରଂ ରେପ୍‌ ଇନ୍‌ ଇଣ୍ଡିଆ ନାମରେ ଜାଣୁଛି।  ରାହୁଲଙ୍କ ଏହି ବୟାନକୁ ନେଇ ପ୍ରବଳ ବିରୋଧ ହୋଇଛି।  ଅପରପକ୍ଷେର ରାହୁଲ୍‌ ଏଇ ବୟାନ ନେଇ କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀକୁ ରେପ୍‌ କ୍ୟାପିଟାଲ୍‌ ବୋଲି କହିଥିଲେ। ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାର, ସିଏବି ବିଲ୍‌କୁ ନେଇ  ଆସାମ–ତ୍ରିପୁରାରେ ଚାଲିଥିବା ହିଂସକ ଘଟଣା ଉପରୁ ଧ୍ୟାନ ହଟାଇବା ପାଇଁ ବିଜେପି ଏପରି କରୁଛି ବୋଲି କହିଛନ୍ତି ରାହୁଲ୍‌। 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ