ରେମୁଣା ନିର୍ବାଚନମଣ୍ଡଳୀ ସ୍ତରୀୟ ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଖାନନଗର ସ୍ଥିତ ଜିଲ୍ଲା ନୂତନ କାର୍ଯ୍ୟାଳୟରେ ମୋଦୀ ଜୀଙ୍କ ଗ୍ୟାରେଣ୍ଟି “ସଂଗଠିତ ନାରୀ ସଶକ୍ତ ଓଡିଶା “ଗଠନ ପାଇଁ ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନ ସଭା ଅନୁଷ୍ଠିତ ହୋଇଯାଇଛି। ରେମୁଣା ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶ୍ୟୁରାମ ପରିଡ଼ାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେମୁଣା ନିର୍ବାଚନ ମଣ୍ଡଳୀର ସମସ୍ତ ଶକ୍ତିକେନ୍ଦ୍ର ତଥା NAC ର ଶକ୍ତି ସଖି ୨ ଜଣ, ସଖା ୧ ଜଣ ଏବଂ ୧୦୦୦ ରୁ ଉର୍ଦ୍ଧ ନାରୀ ଶକ୍ତି “ମା” ମାନେ ଉପସ୍ଥିତ ଥିଲେ। ଏହି ଅଭିଯାନ ସଭାରେ ବାଘାଯତୀନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା ସଭାପତିତ୍ୱ କରିଥିଲେ l ନିର୍ବାଚନ ମଣ୍ଡଳୀ ନେତା ତଥା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ରାଜ୍ୟ ଶକ୍ତି ବନ୍ଦନ କାର୍ଯ୍ୟକ୍ରମର ସହ ସଂଯୋଜିକା ଶୋଭନା ମାହାନ୍ତି, ନିର୍ବାଚନ ମଣ୍ଡଳୀ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ଗିରି, ମଣ୍ଡଳ ସଭାପତି କାନ୍ହୁ ଚରଣ ବେହେରା, ବିଭୁତି ରଞ୍ଜନ ସେନାପତି ଇତ୍ୟାଦି ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ନେତୃବୃନ୍ଦ ମୋଦୀ ଜିଙ୍କ ଗ୍ୟାରେଣ୍ଟି “ସଂଗଠିତ ନାରୀ ସଶକ୍ତ ଓଡିଶା “ବିଷୟରେ ଉପସ୍ଥିତ ନାରୀ ମାନଙ୍କୁ ବୁଝାଇଥିଲେ l ଏହି ଆର୍ଥିକ ବର୍ଷରେ ବଜେଟରେ ୩ କୋଟିରୁ ଉର୍ଦ୍ଧ ମହିଳାଙ୍କୁ ଲକ୍ଷପତି ଦିଦି କରିବା ପାଇଁ ସକଳ୍ପ ନେଇଛନ୍ତି l ମୋଦୀ ଜୀ କେମିତି ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଚେଷ୍ଟା କରୁଛନ୍ତି ସେ ବିଷୟରେ ମଧ୍ୟ କହିଥିଲେ। ଏହା ସହିତ ଯସଶ୍ଵି ପ୍ରଧାନମନ୍ତ୍ରୀ ଉପସ୍ଥିତ ନାରୀ ଶକ୍ତି “ମା” ମାନଙ୍କୁ ଆଭାସି ମାଧ୍ୟମରେ ଉଦ୍-ବୁଧନ ଦେଇଥିଲେ। ଏହି ସମୟରେ “ମା” ମାନେ ମୋଦୀ ଜୀଙ୍କ ସ୍ଵରରେ ସ୍ୱର ମିଶାଇ “ଭାରତ ମାତା କି ଜୟ” ର ନରା ମଧ୍ୟ ଦେଇଥିଲେ। ଶେଷରେ ରେମୁଣା ଶକ୍ତି ବନ୍ଦଣ ଅଭିଯାନ ସଂଯୋଜକ ଚନ୍ଦ୍ରକାନ୍ତି ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା କାର୍ଯ୍ୟ ସାଙ୍ଗ କରିଥିଲେ l