ରେଳଧାରଣା କଡ଼ରୁ ଗଳିତ ଶବ ଜବତ
ନିରାକାରପୁର (ଜୁଗାବ୍ଦ ନ୍ୟୁଜ୍): ଖୋର୍ଦ୍ଧା ରେଳ ଡିଭିଜନ୍ ନିରାକାରପୁର ରେଳବାଇ ଫାଣ୍ଡି ଅଧିନସ୍ଥ ବାଲୁଗାଁ ଓ ଚିଲିକା ଷ୍ଟେସନ ମଧ୍ୟ ଭାଗ ରେଳଧାରଣା କଡ଼ରୁ ଜଣେ ଯୁବକଙ୍କ ଗଳିତ ଶବ ନିରାକାରପୁର ଜିଆରପି ପୁଲିସ ଜବତ କରିଛି । ଯୁବକଙ୍କ ବୟସ ୪୫ ବର୍ଷ ହୋଇଥିବାବେଳେ ସେ ଗୋଟିଏ କଳା ରଙ୍ଗର ଫୁଲପ୍ୟାଣ୍ଟ ଓ ସିମେଣ୍ଟ ରଙ୍ଗର ସାର୍ଟ, କଳା ରଙ୍ଗ ଡ଼ବଲ ଜ୍ୟାକେଟ୍ ପିନ୍ଧିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ପଠାଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।