ରେଳ ବଜେଟ୍ରେ ଓଡ଼ିଶାକୁ ମିଳିଲା ୪୩୭୩ କୋଟି
ଭୁବନେଶ୍ବର : ଚଳିତ ବଜେଟ୍ ଅଧିବେଶନ ପରେ ବୁଧବାର ଦିନ ରେଳ ବଜେଟ୍ ଘୋଷଣା କରାଯାଇଛି। ବୁଧବାର ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାକୁ ୪୩୭୩ କୋଟି ଟଙ୍କାର ରେଳ ବଜେଟ୍ ମିଳିଛି। ପୂର୍ବତଟ ରେଳବାଇକୁ ୫୮୬୫ କୋଟି ଅର୍ଥ ମିଳିଥିବା ବେଳେ ଏହା ମଧ୍ୟରୁ ଓଡ଼ିଶାକୁ ସିଂହଭାଗ ମିଳିବାକୁ ଯାଉଛି। ଗତବର୍ଷ ୪୫୯୩ କୋଟି ଟଙ୍କା ମିଳିଥିବା ବେଳେ ଝାରସୁଗୁଡା-ବରପାଲି କୋଲ କରିଡର ପାଇଁ ୧୪୦୦ କୋଟି ଟଙ୍କା ଏନ୍ଟିପିସି ନିବେଶ କରିଥିଲା। ଉକ୍ତ ରେଳପଥ ନିର୍ମାଣ ସରିଥିବାରୁ ଚଳିତ ବର୍ଷ ଏନ୍ଟିପିସି ପକ୍ଷରୁ କୌଣସି ନିବେଶ କରାଯାଇନାହିଁ। ନୂତନ ଭାବରେ ନିର୍ମାଣ ହେବାକୁ ଥିବା ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀର ୨୪୧ କି.ମି ରେଳପଥ ନିମନ୍ତେ ୨୯୫୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳପଥ ପାଇଁ ଗତବର୍ଷ ୩୫୦ କୋଟି ମଞ୍ଜୁର ହୋଇଥିବା ବେଳେ ଚଳିତ ବର୍ଷ ୫୨୦ କୋଟି ମଞ୍ଜୁର କରାଯାଇଛି। ଅନୁଗୋଳ-ସୁକିନ୍ଦା ପ୍ରକଳ୍ପକୁ ଗତବର୍ଷ ୨୫୦ କୋଟି ମଞ୍ଜୁର କରାଯାଇଥିବା ବେଳେ ଚଳିତ ବର୍ଷ ୪୫୦ କୋଟି ମଞ୍ଜୁରୀ ପ୍ରଦାନ କରାଯାଇଛି। ସେହିପରି ହରିଦାସପୁର-ପାରାଦୀପ ପ୍ରକଳ୍ପର କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଏହି ପ୍ରକଳ୍ପ ପାଇଁ ମାତ୍ର ୧୦୦ କୋଟି ମଞ୍ଜୁର କରାଯାଇଛି।
ସମ୍ବଲପୁର-ତାଳଚେର,ସମ୍ବଲପୁର-ଟିଟଲାଗଡ, ଟିଟିଲାଗଡ଼-ରାୟଗଡ଼ା ଏବଂ ଟିଟିଲାଗଡ଼-ରାୟପୁର ରେଳପଥର ଦ୍ବିତୀୟ ଲାଇନ ନିର୍ମାଣ କରାଯାଇ ପ୍ରଶସ୍ତୀକରଣ କରାଯିବ। ଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ଏବଂ ଲାଞ୍ଜିଗଡ ରୋଡ୍ – ଜୁନାଗଡ଼ ରୋଡ୍ ରେଳପଥର ବିଦ୍ୟୁତିକରଣକୁ ବଜେଟରେ ପ୍ରାଥମିକତା ପ୍ରଦାନ କରାଯାଇଛି। ମଞ୍ଚେଶ୍ବରର ଓ୍ବାଗନ ମରାମତି କେନ୍ଦ୍ରକୁ ୨୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ସୁରକ୍ଷା ପାଇଁ ଲେଭଲ କ୍ରସିଂ, ରୋଡ ଓଭର ବ୍ରିଜ୍ ଏବଂ ରୋଡ ଅଣ୍ଡର ବ୍ରିଜ୍ ନିର୍ମାଣ ପାଇଁ ୧୧୬୫ କୋଟି ଟଙ୍କା ମଞ୍ଜୁର କରାଯାଇଛି।
• ବିଭିନ୍ନ ପ୍ରକଳ୍ପ ପାଇଁ ଅନୁମୋଦିତ ଅର୍ଥ :
୧. ଅନୁଗୁଳ-ସୁକିନ୍ଦା ରୋଡ (୯୮.୭ କି.ମି)- ୪୫୦ କୋଟି
୨.ହରିଦାସପୁର-ପାରାଦୀପ (୮୨ କି.ମି)-୧୦୦ କୋଟି
୩.ଖୋର୍ଦ୍ଧା ରୋଡ-ବଲାଙ୍ଗୀର (୮୨ କି.ମି)-୫୨୦ କୋଟି
୪. ତାଳଚେର-ବିମଳଗଡ (୧୫୪ କି.ମି ) – ୧୪୦ କୋଟି
୫. ଜୟପୁର-ମାଲକାନଗିରି (୧୩୦ କି.ମି) – ୩୩ କୋଟି
୬. ଜୟପୁର-ନବରଙ୍ଗପୁର (୩୮ କି.ମି) – ୨୦ କୋଟି
୭. ଖୋର୍ଦ୍ଧା ରୋଡ-ବିଜୟନଗରମ ବାଇପାସ୍ – ୨୦ କୋଟି
୮. ନାଉପଡା-ଗୁଣୁପୁର (ଥେରୁବାଲିକୁ ସମ୍ପ୍ରସାରିତ) – ୦.୦୧ କୋଟି
୯. ଗୋପାଳପୁର-ସମ୍ବଲପୁର(ଭାୟା ଫୁଲବାଣୀ) -୦.୦୧ କୋଟି
୧୦. ତାଳଚେର ଅନୁଗୁଳ (୧୪.୫ କି.ମି) – ୦.୦୧ କୋଟି
ଦ୍ବିତୀୟ ଲାଇନ ନିର୍ମାଣ :
୧. ସମ୍ବଲପୁର-ତାଳଚେର(୧୭୪.୧୧ କି.ମି) – ୨୯୨ କୋଟି
୨.ସମ୍ବଲପୁର-ଟିଟଲାଗଡ (୧୮୨.୧୧ କି.ମି) – ୩୮୨ କୋଟି
୩. ଟିଟଲାଗଡ-ବିଜୟନଗରମ୍ (୨୬୪.୬ କି.ମି) ତୃତୀୟ ଲାଇନ୍ – ୩୮୦ କୋଟି
୪. ବାଂଶପାଣି-ଦୈତାରୀ-ଟୋମ୍କା-ଜଖପୁରା (୧୮୦ କି.ମି) – ୮୦ କୋଟି
୫. ବୃନ୍ଦାମାଳ-ଝାରସୁଗୁଡା ଫ୍ଲାଏଓଭର, ୬.୬ କି.ମି -୧୦ କୋଟି
୬. ଭଦ୍ରକ-ନେରଗୁଣ୍ଡି ତୃତୀୟ ଲାଇନ (୮୦ କି.ମି) – ୧୦୨ କୋଟି
୭. ଝାରପଡା-ବୁଦାପାଙ୍କ (ତୃତୀୟ ଏବଂ ଚତୁର୍ଥ ଲାଇନ୍) – ୧୧୮ କୋଟି
୮. ବୁଦାପାଙ୍କ-ସାଲେଗାଓଁ (ତୃତୀୟ ଏବଂ ଚତୁର୍ଥ ଲାଇନ୍) – ୨୦୫ କୋଟି
୯. କୋରାପୁଟ-ସିଙ୍ଗାପୋର୍ ରୋଡ୍ – ୨୦୧ କୋଟି
୧୦. ଜଗଦଲପୁର-କୋରାପୁଟ (୧୧୦ କି.ମି) – ୧୩୦ କୋଟି
୧୧. କୋଟ୍ଟାଭଲାସା-କୋରାପୁଟ (୧୧୦ କି.ମି) – ୧୯୬ କୋଟି
୧୨. ରାୟପୁର-ଟିଟଲାଗଡ (୨୦୩ କି.ମି)- ୧୪୬ କୋଟି
୧୩. ଖୋର୍ଦ୍ଧା ରୋଡ- ବାରଙ୍ଗ ତୃତୀୟ ଲାଇନ୍ – ୩୫ କୋଟି
୧୪. ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନ୍ (୨୦୬ କି.ମି) – ୨୮୦ କୋଟି
୧୫. ବାଘୁପାଳ ଫ୍ଲାଏ ଓଭର – ୧୦ କୋଟି
୧୬. ମନୋହରପୁର-ବଣ୍ଡାମୁଣ୍ଡା ତୃତୀୟ ଲାଇନ୍ – ୩୫ କୋଟି
୧୭. ରାଉରକେଲା-ଝାରସୁଗୁଡା ତୃତୀୟ ଲାଇନ୍ – ୧୭୦ କୋଟି
୧୮. ବଣ୍ଡାମୁଣ୍ଡା- ରାଞ୍ଚି ଦ୍ବିତୀୟ ଲାଇନ୍ – ୨୦ କୋଟି
୧୯ : ନୟାଗଡ-ଭଦ୍ରକ ତୃତୀୟ ଲାଇନ୍ -୫୦ କୋଟି
୨୦. ବଣ୍ଡାମୁଣ୍ଡା-ରାଉରକେଲା ଚତୁର୍ଥ ଲାଇନ୍ – ୨୩ କୋଟି
୨୧. ଚମ୍ପା-ଝାରସୁଗୁଡା ତୃତୀୟ ଲାଇନ୍ – ୨୦ କୋଟି


