ରେଳ ସାଇଡିଂରେ ଚୋରା କୋଇଲା କାରବାର !

ଯୋଡ଼ା , (ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ବାଂଶପାଣି ରେଳ ସାଇଡିଂ ଠାରେ ଚୋରା କୋଇଲା କାରବାର ବେଧଡକ ଭାବେ ହେଉଥିବା ଦେଖିବାକୁ ମିଳିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଯୋଡା ପୌରପାଳିକା ଓାର୍ଡ ନଂ ୧୨ ବାଂଶପାଣି ଦାସ ହଟିଂଠାରେ କିଛି ବ୍ୟକ୍ତି କୋଇଲା ଗଛିତ ରଖି ଚୋରାଚାଲାଣ କରୁଥିବା ସ୍ଥାନୀୟ ଅଂଚଳବାସୀ ଅଭିଯୋଗ କରି ଯୋଡା ଥାନାରେ ଦସ୍ତଖତ ସମ୍ବଳିତ ଏକ ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାମରେ ଥିବା ମହିଳା ସ୍ୱୟଂ ସହାୟକ ଗୋÂୀର ମହିଳା ଓ ସ୍ଥାନୀୟ ଅଂଚଳବାସୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ନିକଟରେ ଥିବା ବାଂଶପାଣି ରେଳ ସାଇଡିଂରେ ଦୈନିକ ଓଗନ ଲୋଡିଂ ହୋଇଥାଏ । ଏଠାକୁ ଆସୁଥିବା କିଛି ର୍ୟାକର ଡବା ମଧ୍ୟରେ କୋଇଲା ବଳକା ରହିଥାଏ । ଓାଗନ ଲୋଡିଂ କରିବା ପୂର୍ବରୁ ଉକ୍ତ ଡବାରେ ସଫେଇ କରାଯାଇଥାଏ । ରେଳ ଡବା ଗୁଡିକର ସଫେଇ କରୁଥିବା ଶ୍ରମିକମାନେ ରେଳ ଡବାରେ ଥିବା ବଳକା କୋଇଲା ଗୁଡିକୁ ସଂଗ୍ରହ କରି ତାହାକୁ ଅଳ୍ପ ମୂଲ୍ୟରେ ଚୋରା କୋଇଲା ବ୍ୟବସାୟୀ ମାନଙ୍କଠାରେ ବିକ୍ରୟ କରିଥାନ୍ତି । ଚୋରା କୋଇଲା ବ୍ୟବସାୟୀମାନେ ନିକଟସ୍ଥ ଜଙ୍ଗଲ , ବୁଦା ରେ ଗୁପ୍ତ ଭାବେ ଗଛିତ କରି ରଖିଥାନ୍ତି । ସେଠାରେ ଗୁଣ୍ଡ କୋଇଲା କୁ ଇଟା ଆକାରରେ ପ୍ରସ୍ତୁତ କରି ଭାଟିରେ ସେଗୁଡିକୁ ଅଧା ପୋଡା କରି ନିଆଁ ଲିଭାଇଥାନ୍ତି । ପରେ ଉକ୍ତ ଅଧାପୋଡା କୋଇଲା ଇଟାକୁ ସିମେନ୍ଟ ଅଖାରେ ପ୍ୟାକିଂ କରି ଅଖା ପିଛା ପ୍ରାୟ ୩୦୦ ରୁ ଉଦ୍ଧ୍ୱର୍ ମୂଲ୍ୟରେ ବିକ୍ରୟ ହେଉଥିବା ସୂତ୍ରରୁ ଜଣାପଡିଛି । ଉକ୍ତ କୋଇଲା ପୋଡିବା ଦ୍ୱାରା ବିଷାକ୍ତ ଧୂଆଁ ସ୍ଥାନୀୟ ଅଂଚଳକୁ ପ୍ରଦୂଷିତ କରୁଛି । ସାଧାରଣ ଲୋକେ ଅଣନିଶ୍ୱାସୀ ହେବା ସହିତ ସ୍କୁଲ୍ ପିଲାମାନେ ପାଠ ପଢିପାରୁନଥିବା ସ୍ଥାନୀୟ ମୁକ୍ତି ସ୍ୱୟଂ ସହାୟକ ଗୋÂୀ ପକ୍ଷରୁ ଅଭିଯୋଗ କରାଯାଇଛି । ଏନେଇ ମୁକ୍ତି ସ୍ୱୟଂ ସହାୟକ ଗୋÂୀ ପକ୍ଷରୁ ସୋମବାର ଯୋଡା ଥାନାର ମହିଳା ଏସଆଇ ସାଗରିକା ମହାନ୍ତିଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗ କରିବାର ୩ ଦିନ ବିତି ଯାଇଥିଲେ ହେଁ , ପୋଲିସ ଘଟଣାସ୍ଥଳକୁ ଯାଇନଥିଲା କି କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରିନଥିଲା । ତେବେ ବାଧ୍ୟ ହୋଇ ସ୍ଥାନୀୟ ସ୍ୱୟଂ ସହାୟକ ଗୋÂୀର ମହିଳାମାନେ ସଂଗଠିତ ହୋଇ କୋଇଲା ଇଟା ପୋଡା ଭାଟିକୁ ବନ୍ଦ କରିଥିଲେ । ଉକ୍ତ ସ୍ଥାନରେ ଏବେବି ବିପୁଳ ପରିମାଣର ଚୋରା କୋଇଲା ଗଛିତ କରି ରଖାଯାଇଥିଲେ ହେଁ, ରେଳବାଇ ପୋଲିସ କିମ୍ବା ସ୍ଥାନୀୟ ଯୋଡା ପୋଲିସ ପକ୍ଷରୁ କାହାକୁ ଜବତ କରାଯାଉନାହିଁ ଏବଂ ଖଣି ବିଭାଗ ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଛି । କେବଳ କୋଇଲା ଇଟା ଭାଟି ପୋଡା ବନ୍ଦ ହୋଇଯାଇଥିଲେ ହେଁ, ରେଳ ସାଇଡିଂରୁ କୋଇଲା ଗୁଣ୍ଡ ଚୋରାରେ ଗଛିତ ରଖାଯିବା କାର୍ଯ୍ୟ ଚାଲିଛି । ସ୍ଥାନୀୟ ରେଳବାଇ ପୋଲିସ ଜାଣିଶୁଣି ନିରବ ରହୁଥିବା ଏବଂ ଏହି କାର୍ଯ୍ୟରେ ଅସାଧୁ ରେଳବାଇ କର୍ମଚାରୀମାନେ ଚୋରା ବ୍ୟବସାୟୀଙ୍କଠାରୁ ମାସିକିଆ ବଟି ନେଉଥିବା ସ୍ଥାନୀୟ ଅଂଚଳରେ ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଯୋଡା ଥାନା ମହିଳା ସବଇନ୍ସପେକ୍ଟର ସାଗରିକା ମହାନ୍ତିଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ବାଂଶପାଣି ଅଂଚଳର ସ୍ଥାନୀୟ ସ୍ୱୟଂ ସହାୟକ ଗୋÂୀର ମହିଳାମାନେ କୋଇଲା ପୋଡିବା ଘଟଣା ନେଇ ଲିଖିତ ଅଭିଯୋଗ ଯୋଡା ଥାନାରେ ଦେଇଥିଲେ ହେଁ ତାଙ୍କ ଲିଖିତ ଅଭିଯୋଗକୁ ଥାନାର ଏଏସଆଇ ହରିହର ରାମ୍ ଙ୍କ କହିବା ଅନୁସାରେ ସେ କେବଳ ଟେବୁଲ ରେ ରଖିଦେଇଥିଲେ । ଏ ସମ୍ପର୍କରେ ପଚାରି ବୁଝିକି କହିବେ ବୋଲି ସେ କହିଥିଲେ । ଯୋଡା ଉପତ୍ୟାକାରେ ପ୍ରଶାସନ ସହିତ ସଲାସୁତୁରାରେ ଲୁହା ପଥର ଚୋରାକାରବାର, କୋଇଲା ଚୋରାକାରବାର, ପିଲେଟ ଲୁହାପଥର ଗୋଲି ଚୋରାକାରବାର ଏକ କୁଟୀର ଶିଳ୍ପରେ ପରିଣତ ହେଲାଣି । ସବୁ ଜାଣିଶୁଣି ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା । ଏପରିକି ସାଧାରଣ ଲୋକ ଏନେଇ ଥାନା, ରେଳବିଭାଗ, ରେଳେଓ ପୋଲିସ ଫୋର୍ସ, ଖଣି ଉପନିଦେ୍ର୍ଧଶାଳୟରେ ଅଭିଯୋଗ କଲା ପରେ ବି ଅଭିଯୋଗକୁ ଅଣଦେଖା କରାଯାଉଛି ଓ ଗୁରୁତ୍ୱ ଦିଆଯାଉନାହିଁ । ରାଜ୍ୟ ସରକାର ଏଦିଗରେ ଶୀଘ୍ର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ