ରୋଗୀଙ୍କ ମୁହଁରେ ହସ ଫୁଟାଉଥିବା ପ୍ରବାସୀ ଓଡ଼ିଆ ଡାକ୍ତର ପ୍ରତାପ ପାଣି
ହଳଧର ଧୀର
ଯନ୍ତ୍ରଣା ଜର୍ଜରିତ ମଣିଷ ଆତ୍ମାର ଉପସମର ପ୍ରତୀକଭାବେ ଭୀତତ୍ରସ୍ତ ରୋଗୀର ମନରେ ଆଶାର କିରଣ ସୃଷ୍ଟି କରିପାରନ୍ତି ଡାକ୍ତର ପାଣି । ଜଣେ ଅନୁଭବି ରୋଗୀ ବଖାଣନ୍ତି ନିଜର ଅନୁଭବକୁୁ । ଓଡିଶାରେ ଏହି ବ୍ୟକ୍ତି ଜଣକ ପ୍ରବାସ ଗସ୍ତ ସମୟରେ ହଠାତ ତାଙ୍କର ବ୍ରେନ୍ଷ୍ଟ୍ରୋକ ହୋଇଥିଲା । ତାପରେ ବେଙ୍ଗାଲୁର ଏକ ନାମକରା ପ୍ରତିଷ୍ଠିତ ହସପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଥିଲା । ସେତେବେଳେ ସେ କୋମାରେ ଥାନ୍ତି, ବଂଚିବାର ଆଶା ମଧ୍ୟ କ୍ଷିଣ । ଅଜଣା ରାଜ୍ୟ, ଅଜଣା ଲୋକ, ଅଜଣା ଭାଷା । ଏହା ତାଙ୍କ ପାଇଁ ଏକ ସମସ୍ୟା ସଷ୍ଟି କରିଥିଲା । ଭଗବାନଙ୍କ ଦୟାରୁ ବା ସତକର୍ମ ଫଳରୁ, ପରିବାର ଲୋକେ ହତୋତ୍ସାଇତ ହୋଇ ପଡୁଥିବା ବେଳେ ତାଙ୍କର ଜଣେ ପୁତୁରା ବିଶ୍ୱଜିତ୍ ଦାସ ସାମନ୍ତଙ୍କର ଫୋନ୍କଲ ଆସିଥିଲା । ସେ ଡାକ୍ତର ପାଣିଙ୍କ ସହ ଯୋଗାଯୋଗ କରିଛନ୍ତି ବୋଲି କହିଥିଲେ । ପିଣ୍ଡରେ ପ୍ରାଣ ପଶିଲା ପରି ପରିବାର ଲୋକମାନେ ସାମାନ୍ୟ ଆଶ୍ୱସ୍ଥ ହେବା ପରେ ଦେବଦୂତ୍ତ ସଦୃଶ ଡାକ୍ତର ପାଣିଙ୍କ ସହ ଯୋଗାଯୋଗ ସ୍ଥାପନ କରାଯିବା ପରେ ଡାକ୍ତର ପାଣି ଚିକିତ୍ସା କରିବାକୁ ବା ବ୍ରେନ୍ ଅପରେସନ୍ କରିବାକୁ ସମ୍ମତି ପ୍ରଦାନ କରିଥିଲେ । ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସମ୍ପୃକ୍ତ ଡାକ୍ତରଖାନା ରୁ ଅନ୍ୟ ଏକ ନ୍ୟୁରୋ ହସପିଟାଲକୁ ତାଙ୍କୁୁ ନିଆ ଯାଇଥିଲା । ତାଙ୍କର ଅବସ୍ଥା ଏତେ ସଙ୍କଟାପର୍ଣ୍ଣ ଥିଲା ଯେ ରୋଗୀ ବଞ୍ôଚବ କି ନାହିଁ ଡାକ୍ତରମାନେ ମଧ୍ୟ ଦ୍ୱନ୍ଦରେ ପଡିଥିଲେ । ତଥାପି ଜଣେ ଅସହାୟ ରୋଗୀକୁ ସେ ଅପରେସନ୍ କରିବେ ବୋଲି କହି ଚିକିତ୍ସା ଆରମ୍ଭ କରିଥିଲେ ଏବଂ ତାଙ୍କର ବ୍ରେନ୍ ଷ୍ଟ୍ରୋକ ଅପରେସନ କରିଥିଲେ । ଯାହାର ଫଳ ସ୍ୱରୂପ ଆଜି ସେ ଜଣେ ସୁସ୍ଥ ମଣିଷ ପରି ପୂନଃଜନ୍ମ ଲାଭ କରି ସବୁ କାର୍ଯ୍ୟ କରିବାକୁ ସକ୍ଷମ ହୋଇ ପାରିଛନ୍ତି । ସମସ୍ତେ ଭାବୁଥିଲେ ବ୍ରେନ୍ ଅପରେସନ ପରେ ରୋଗୀର ଯେପରି ସ୍ମରଣଶକ୍ତି, ଦୃଷ୍ଟିଶକ୍ତି ଲୋପ ହୋଇଯିବା ସଙ୍ଗେସଙ୍ଗେ ପାରାଲିସିସ୍ ପ୍ରଭୃତି ଏମିତ କେତେ କଣ ଦୂରାବସ୍ଥା ଦେଇ ରୋଗୀର ଜୀବନ ବିତେ । ରୋଗୀ ଅକର୍ମଣ୍ୟ ହୋଇ ପଡ଼ିରହେ । ଠିକ୍ ସେହିପରି ତାଙ୍କର ଅବସ୍ଥା ହେବ ନାହିଁତ । କିନ୍ତୁ ଡାକ୍ତରଙ୍କ ସଫଳ ଅପରେସନ ପାଇଁ ଆଜି ସେ ନୂଆ ଜୀବନ ପାଇଛନ୍ତି । ବାହାର ଦୁନିଆକୁ ଦେଖିବାର ସୌରାଗ୍ୟ ଲାଭ କରିପାରିଛନ୍ତି ବୋଲି ଅନ୍ୟ ଜଣେ ରୋଗୀଙ୍କୁ ଡାକ୍ତର ପାଣିଙ୍କର ବେଙ୍ଗାଲୁସ୍ଥିତ ବେଲାନ୍ଦୁର ଠରେ ଥିବା ଜଗନ୍ନାଥ କ୍ଲିନିକ୍ଠାରେ ଅତି ଭାବ ବିହ୍ୱଳ ହୋଇ ନିଜର ଭାବାବେଗ ପ୍ରକାଶ କରୁଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା । ଏ ଲେଖକ ମଧ୍ୟ ତାଙ୍କ ପରି ଜଣେ ଅନୁଭବି । ଡାକ୍ତର ପାଣି ପ୍ରବାସରେ ରହିଲେ ମଧ୍ୟ ନିଜ ଗାଁ ମାଟିର ବାସ୍ନା ଆଉ ଓଡ଼ିଶାର ମୋହ ଓ ମାୟାକୁ ତୁଟାଇ ପାରିନାହାନ୍ତି । ଏବେ ବି ବହୁ ରୋଗୀଙ୍କୁ ଚିକିତ୍ସା ସୁବିଧା ଓ ପରାମର୍ଶ ଯୋଗାଇ ଦେଉଛନ୍ତି । ନିଜ ଜନ୍ମମାଟି ଓଡ଼ିଶା ଲୋକଙ୍କର ଯେତିକି ଶ୍ରଦ୍ଧାଭାଜନ ହୋଇପାରିଛନ୍ତି, ସେତିକି ପ୍ରତିଟି ଗରୀବ ଅସହାୟ ରୋଗୀମାନଙ୍କର ସହାୟତା କରି ନିଜ ରାଜ୍ୟ ସହ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ସୂନାମଅର୍ଜନ କରିପାରିଛନ୍ତି । ରୋଗୀର ସେବାରେ ନିଜର ଉତ୍ସର୍ଗୀକୃତ ଜୀବନ ବିତାଇ ସେ ଅପାର ଆନନ୍ଦ ଅନୁଭବ କରିପାରିଛନ୍ତି । ୧୯୫୮ ମସିହାରେ ଅନୁଗୁଳ ଜିଲ୍ଲାର ସେହି ଅଖ୍ୟାତ ପଲ୍ଲୀର ଓ ପିତା ମଧୁସୁଦନ ପାଣି ଓ ମାତା ହେମାଙ୍ଗିନିୟୀଙ୍କ କୋଳମଣ୍ଡନ କରି ପିତା ମାତାଙ୍କୁ ଧନ୍ୟ କରିଥିଲେ ଡାକ୍ତର ପାଣି ।
ଡାକ୍ତର ପାଣି ଆଜି ନିଜର ମହକରେ ଅନ୍ୟକୁ କରିଛନ୍ତି ମହକିତ । ତାଙ୍କର ସେହି ଚମତ୍କୃତ ସ୍ପର୍ଶରେ ରୋଗୀଟିଏ ପାଏ ନୂଆ ଜୀବନ, ମୁହଁରେ ତା’ର ହସଫୁଟେ ।
୧୯୭୫ ମସିହାଠାରୁ ୧୯୮୫ ମସିହା ପର୍ଯ୍ୟନ୍ତ ଏମ.ବି.ବି.ଏସ ମେଡ଼ିକାଲ ସାଇନ୍ସ , ଏମ୍.ଏସ୍.ଜେନେରାଲ ସର୍ଜରୀ ରେସିଡେନ୍ସି ଡାକ୍ତରୀ ପାଠ୍ୟକ୍ରମ ସମାପ୍ତ କରିବା ପରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ୧୯୮୫ ଠାରୁ ୧୯୮୮ ପର୍ଯ୍ୟନ୍ତ ଜଣେ ଆସିଷ୍ଟାଣ୍ଟ ସର୍ଜନ ଭାବରେ ଗ୍ରାମାଞ୍ଚଳ ରୋଗୀମାନଙ୍କୁ ଚିକିତ୍ସା ସେବା ପ୍ରଦାନ କରି ଅପାର ଆନନ୍ଦ ଲାଭ କରି ନିଜର ଅଭିଜ୍ଞତା ହାସଲ କରି ପାରିଥିଲେ । ଫଳରେ ସେ ଯେଉଁ ପୂର୍ଣ୍ଣ୍ୟ ଅର୍ଜନ କରିଥିଲେ, ସେହିମାନଙ୍କର ସଦିଚ୍ଛା ଓ ଆଶିର୍ବାଦ ଆଜି ତାଙ୍କୁ ସ୍ୱଖ୍ୟାତିର ଶିଖରରେ ପହଁଚାଇ ପାରିଛି । ୧୯୮୮ ରୁ ୧୯୯୧ ପର୍ଯ୍ୟନ୍ତ ଜଣେ ସିନିୟର ରେସିଡେନ୍ସି ନ୍ୟୁରୋସର୍ଜରୀ ଭାବେ କାର୍ଯ୍ୟକରି ଏମ.ସି.ଏଚ୍. ଡିଗ୍ରୀ ହାସଲ କରିଥିଲେ । ପରେ ୧୯୯୬ ଠାରୁ ୧୯୯୭ ପର୍ଯ୍ୟନ୍ତ ବେଙ୍ଗାଲୁର ଠାରେ ଏକ ପ୍ରିତିଷ୍ଠିତ ସେଣ୍ଟଜୋହନ୍ସ ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ନ୍ୟୁରୋ ସର୍ଜରୀ ଅଧ୍ୟାପକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ୧୯୯୭ ରୁ ୨୦୦୧ ମସିହାରେ ଜଣେ ଆସିଷ୍ଟାଣ୍ଡ ପ୍ରଫେସର ନ୍ୟୁରୋ ସର୍ଜରୀ ଓ ୨୦୦୧ ରୁ ୨୦୦୪ ପର୍ଯ୍ୟନ୍ତ ଆସୋସିଏଡ୍ ପ୍ରଫେସର ନ୍ୟୁରୋ ସର୍ଜରୀ ଭାବେ ସମ୍ପୃକ୍ତ କଲେଜ ଏଣ୍ଡ ହସ୍ପିଟାଲରେ କାର୍ଯ୍ୟ କରିଥିଲେ । ଏହାପରେ ୨୦୦୫-୨୦୦୬ ମସିହାରେ କୋଲକତାରେ ରବିନ୍ଦ୍ରନାଥ ଟାଗୋର ଇଣ୍ଟରନେସେନାଲ ଇନ୍ଷ୍ଟିଚ୍ୟୁଟ୍, ମୁକୁନ୍ଦପୁର ରେ ଏକ ବର୍ଷ ଆଠ ମାସ ପର୍ଯ୍ୟନ୍ତ ନ୍ୟୁରୋ ଓ ସ୍ପାଇନ୍ ବିଭାଗର ମୂଖ୍ୟ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ । ଏଥି ସହ ବେଙ୍ଗାଲୁରସ୍ଥ ମନିପାଲ ହସପିଟାଲ୍ ଏବଂ ଏୟାରପୋଟ୍ର୍ ରୋଡ୍ ଅଭୟ ନ୍ୟୁରୋ ହସପିଟାଲ ରେ ଭିଜିଟିଙ୍ଗ କନ୍ସଲଟାଣ୍ଟ ଭାବେ କାର୍ଯ୍ୟ କରିବା ସହ ୨୦୦୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଜଣେ ସିନିୟର କନସଲ୍ଟାଣ୍ଟ୍ ନ୍ୟୁରୋ ସ୍ପାଇନ ସର୍ଜରୀ ସର୍ଜନ ଭାବେ ବାଙ୍ଗାଲୋର ର ଏକ ପ୍ରତିଷ୍ଠିତ ସାଗର ହସପିଟାଲରେ କାର୍ଯ୍ୟ କରିବା ପରେ ବିଜିଏ ଗ୍ଲେନେଙ୍ଗଲେସ୍ ଗ୍ଲବାଲ୍ ହସପିଟାଲ ରେ କାର୍ଯ୍ୟରତ ଅଛନ୍ତି । ଏତିକିରେ ଡାକ୍ତର ପାଣିଙ୍କର ଜୟଯାତ୍ରା ଅଟକି ଯାଇନଥିଲା । ସାଇଣ୍ଟିଫିକ୍ ରିସର୍ଚ୍ଚ ଅଭିଜ୍ଞତା ମଧ୍ୟ ହାସଲ କରିବାରେ ନିଜକୁ ନିୟୋଜିତ କରିଥିଲେ । ଦେଶବିଦେଶରେ ନିଜର ଗବେଷଣା ସମ୍ପର୍କିତ ଉପସ୍ଥାପିତ ସନ୍ଧର୍ଭ ଗୁଡ଼ିକ ବେଶ ଆଦୃତ ହୋଇ ତାଙ୍କୁ ଓ ଦେଶକୁ ଗୌରବାନ୍ୱିତ କରିଛି । ଜଣେ ବିଜ୍ଞାନର ଲେଖକ ଭାବେ ଡକ୍ତରୀ ଶିକ୍ଷା ପୁସ୍ତକ ଗୁଡ଼ିକ ରଚନା କରିବା ସହିତ ଦେଶ ବିଦେଶର ବିଭିନ୍ନ ଆଲୋଚନା ଚକ୍ରମାନଙ୍କ ରେ ନିଜର ବକ୍ତବ୍ୟ ରଖିôବା ପାଇଁ ଅନେକ ସୁଯୋଗ ତାଙ୍କୁ ମିଳିଛି । ୨୦୦୯ ମସିହାରେ ଆମେରିକା ଠାରେ ଆମେରିକାନ୍ ଆସୋସିଏସନ ଅଫ୍ ନ୍ୟୁରୋ ସାଇନ୍ସି ସମ୍ମିଳନୀରେ ଯୋଗଦେଇ ନିଜ ପ୍ରତିଭାର ପରିଚୟ କରି ସୁନାମ ଅର୍ଜନ କରି ପାରିଛନ୍ତି ।
ସେଣ୍ଟଜୋହନ୍ସ ମେଡିକାଲ କଲେଜରେ ଅନ ବର୍ଷର କାର୍ଯ୍ୟକାଳ ସମୟରେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ନିୟୁ କମ୍ପେ୍ଲକ୍ସ ସ୍ପାଇନ ସର୍ଜରୀ ପ୍ରଥମ ଥର ପାଇଁ ଭାରତରେ ଆରମ୍ଭ କରିଥିଲେ । ସେ ନିଜର ଜ୍ଞାନ ଓ ଅଭିଜ୍ଞତା ହାସଲ କରିବା ନିଶାରୁ କେବେ ମଧ୍ୟ ସେ ମୁକ୍ତିପାଇ ପାରିନଥିଲେ ।ଆହୁରି ମଧ୍ୟ ସେ ଜ୍ଞାନାର୍ଜନ, ଅଭିଜ୍ଞତା ଓ ସେବା କ୍ଷେତ୍ରରେ ୩୨ ବର୍ଷର ସ୍ମୃତି ଓ ଅନୁଭୂତିର ଚଲାପଥରେ ଚିକିତ୍ସା ଜଗତରେ ପ୍ରାୟ ୧୦ ହଜାର କମ୍ଲେକ୍ସ ବ୍ରେନ୍ସର୍ଜରୀ, ବା ବ୍ରେନ୍ ଅପରେସନ୍ କରିବା ସହ ପ୍ରାୟ ପାଞ୍ଚହଜାରରୁ ଉର୍ଦ୍ଧ୍ୱ ସ୍ପାଇନ ରୋଗର ସର୍ଜରୀ ବା ସ୍ପାଇନ ଅପରେସନ ଅତ୍ୟାଧୁନିକ ଜ୍ଞାନକୌଶଳ ପଦ୍ଧତ୍ତିରେ ଅପରେସନ କରି ବହୁ ରୋଗୀଙ୍କୁ ନୂଆ ଜୀବନ ଦାନ କରି ସୂର୍ଯ୍ୟାଲୋକ ଦେଖାଇ ପାରିଛନ୍ତି । ସାମାଜିକ ସେବା କ୍ଷେତ୍ରେରେ ଡାକ୍ତର ପାଣିଙ୍କର ଅବଦାନ କମ୍ ନୁହେଁ । ପ୍ରବାସରେ ଦେବଦୂତ୍ତ ଭାବେ ବହୁ ଓଡ଼ିଆ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସେବା, ସାହାଯ୍ୟ ଓ ସହଯୋଗର ହାତ ବଢ଼ାଉଥିବାର ଡାକ୍ତର ପାଣି ସମସ୍ତଙ୍କର ଆପଣାର ହୋଇପାରିଛନ୍ତି । ନିଜ ଦେଶ ଭାରତ, ଆମେରିକା, ଜାପାନ, ଅଷ୍ଟ୍ରେଲିଆ ପ୍ରଭୃତି ଦେଶ ମାନଙ୍କରେ ବୈଜ୍ଞାନିକ ଅନୁସନ୍ଧାନ ଅଭିଜ୍ଞତା ଓ ତାଲିମ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ।ପ୍ରଭୂ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବାରେ ସେ ନିଜକୁ ମଧ୍ୟ ଉତ୍ସର୍ଗ କରିଛନ୍ତି । ବାଙ୍ଗାଲୋର ଠାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇବା ଓ ଜଗନ୍ନାଥ ମନ୍ଦିର ମେନେଜିଙ୍ଗ ଟ୍ରଷ୍ଟି ଭାବେ ରଥଯାତ୍ରା କରାଇବା କ୍ଷେତ୍ରରେ ମଧ୍ୟ ନିଜେ ସକ୍ରୀୟ ରହି ଅନ୍ୟମାନଙ୍କ ସହ କାର୍ଯ୍ୟ କରି ଆସୁଛନ୍ତି । ଜଗନ୍ନାଥ ମନ୍ଦିର ପରିଷରରେ ବିଶେଷ ସ୍ୱାସ୍ଥ୍ୟସେବା ଶିବୀର ମାନ ଆୟୋଜନ କରି ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି । ଫଳରେ ବହୁ ଓଡ଼ିଆ ଓ ଅଣ ଓଡ଼ିଆ ଲୋକମାନେ ଉପକୃତ ହୋଇପାରୁଛନ୍ତି । ଏଥି ସହ ବାଙ୍ଗାଲୋର ଓଡ଼ିଆ ପୂଜା କମିଟିର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ତାଙ୍କ ମାନବିକତାର ସ୍ୱରୂପ ନିକଟରେ ଅର୍ଥ, ପ୍ରତିଷ୍ଠା ଏବଂ ଅହଂର କାୟା ତାଙ୍କୁ ଛୁଇଁ ପାରିନାହିଁ । ଆଧ୍ୟାତ୍ମିକ ଚିନ୍ତାଧାରାଠାରୁ ନିଜକୁ କେବେ ହେଲେ ଦୂରେଇ ପାରିନାହାଁନ୍ତି ଏହି ମାନବବାଦୀ ବିରଳ ଚିକତ୍ସକ ଜଣକ ।ପୂଜାପାଠ, ସତ୍ମାର୍ଗ, ସଦ୍ଚିନ୍ତାରେ ସର୍ବଦା ନିମଗ୍ନ ଥାନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଜଣେ ଉପାସକ ମଧ୍ୟ ।କଥାରେ ଅଛି ଜଣେ ସଫଳ ବ୍ୟକ୍ତି ପଛରେ କାହାର ନା କାହାର ପ୍ରେରଣା ଥାଏ । ଡାକ୍ତର ପାଣି ନିଜର ସ୍ୱୀକାରୋକ୍ତିରେ ତାଙ୍କର ପ୍ରିୟ ଶୁଭେଚ୍ଛୁ, ରୋଗୀ ଏବଂ ଆଉ ଯିଏ ତାଙ୍କ ଜୀବନର ଚଲାପଥରେ ସଫଳତାର ପାହାଚ ଅତିକ୍ରମିବାରେ ପ୍ରେରଣାର ଉତ୍ସ ପାଲଟିଛନ୍ତି । ସେ ଆଉ କେହି ନୁହଁନ୍ତି, ଦୁଇଟି ସନ୍ତାନର ଜନନୀ । ସୁଖ ଦୁଃଖର ସାଥୀ ତାଙ୍କର ଧର୍ମପତ୍ନୀ ପ୍ରଫେସର ଡାକ୍ତର ବୈଜୟନ୍ତି ।ଚିକିତ୍ସା ଜଗତର ମୋହ ମାୟାର ଜାଲରେ ଛନ୍ଦି ହୋଇ ଯାଇଥିବା ଜଶ୍ୱସୀ, ଖ୍ୟାତନାମା ଡାକ୍ତର ପାଣିଙ୍କର ସିଦ୍ଧି ଓ ସାଧନା ଆଜି ସଫଳ ହୋଇପାରିଛି । ତାଙ୍କର ଚିକିତ୍ସା ସେବା ଯନ୍ତ୍ରଣା ଜର୍ଜରୀତ ରୋଗୀର ମୁହଁରେ ହସ ଫୁଟାଇ ପାରୁଥିବା ଏହି ମହାନ ସରଳ, ପ୍ରବାସୀ ଓଡିଆ ଓ ଅଣ ଓଡ଼ିଆ ମାନଙ୍କର ଦେବଦୂତ୍ତ ସଦୃଶ ଏହି ମହାନ ମାନବାଦୀ ଦରଦୀ ଜସସ୍ୱୀଙ୍କର ଚଲାପଥ କୁସୁମିତ ହେଉ ।
ବରିଷ୍ଠ ସାମ୍ବାଦିକ
ଭୁବନେଶ୍ୱର