ରୋଟାରୀଆନ ସଞ୍ଜୀବ ଚୈାଧୁରୀଙ୍କ ସ୍ମୃତିସଭା

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : ରୋଟାରୀଆନ ସଞ୍ଜୀବ ଚ୍ରୈାଧୁରୀଙ୍କ ଦ୍ୱାଦଶାହ ଉପଲକ୍ଷେ ସହରର ମାଧପୁରସ୍ଥିତ ଅମରଉଦ୍ୟାନ ପରିସରରେ ଏକ ସ୍ମୃତିସଭା ଅକ୍ଷୟ କୁମାର ପାଣିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏହି ସ୍ମୃୃତିସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,ଅଧ୍ୟାପକ ଅଜୟ କୁମାର ସାମଲ,ଡା.ବିଶ୍ୱ ପ୍ରକାଶ କାନୁନଗୋ,ପିପି ଭୀମସେନ ଭୁୟାଁ,କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ସୁଶିଲ କୁମାର ସାମଲ,ଡେପୁଟୀ କଲେକ୍ଟର ବିରଜା ପ୍ରସାଦ ରାଉତରାୟ,କବୟତ୍ରୀ ନବଜ୍ୟୋତି ରାୟ,ସରକାରୀ ଓକିଲ ସଞ୍ଜୟ କୁମାର ଜେନା,ଶେଷଦେବ ଦାସ,ଶୁଭାଂଶୁ କୁମାର ଦାସ,ଧିରେନ ସାହୁ,ଧିରେନ୍ଦ୍ର କୁମାର ଦାସ,ମହମ୍ମଦ ନଇମ,ମହମ୍ମଦ ଜାହିଦ ଖାନ,ତାରିଣୀ ପାଟ୍ଟଯୋଷୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ କେମର ସଦସ୍ୟମାନେ ଯୋଗଦେଇ ସୂର୍ଗତ ଚୈାଧୁରୀଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସ୍ମୃତିରେ ସଞ୍ଜୀବ ନାମକ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ