ରୋଟାରୀ କ୍ଲବର ଯୁଗ୍ମ ଅଧିଷ୍ଠାନ ଦିବସ ପାଳିତ
ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍): ରୋଟାରୀ କ୍ଲବ ଅଫ୍ ବାଲେଶ୍ୱର, ରୋଟ୍ରାକ୍ଟ କ୍ଲବ ଓ ଇନର ହୁଇଲ କ୍ଲବର ମିଳିତ ଅଧିଷ୍ଠାନ ଉତ୍ସବ ମନୋରମ ସାନ୍ଧ୍ୟ ପରିବେଶରେ ରୋଟାରୀ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦିବସବ୍ୟାପି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି । ସ୍ଥାନୀୟ ଖପରାପଦାସ୍ଥିତ ଲିଟିଲ ପ୍ଲେୟାର ଇଂଲିଶ ମିଡିୟମ ବିଦ୍ୟାଳୟକୁ ପୂର୍ବାହ୍ନରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ଉପାଦେୟ ପୁସ୍ତକ ଓ ସ୍କୁଲର ଲାଇବ୍ରେରୀ ପାଇଁ କ୍ଲବ ତରଫରୁ ବିଭିନ୍ନ ପୁସ୍ତକ ଯୋଗାଇ ଦିଆଯାଇଛି । ଏଥି ସହିତ ବିଦ୍ୟାଳୟ ପରିସରରେ ବିଭିନ୍ନ ଔଷଧିୟ ବୃକ୍ଷ ଓ ଚାରା ରୋପଣ କରାଯାଇଛି । ସେହିପରି ଦିନ ୧୧ ଟା ୩୦ ସମୟରେ କ୍ଲବର ପୋଷ୍ୟ ଗ୍ରାମ ନୂଆନଇ ଆଶ୍ରମ ସ୍କୁଲରେ ଅନ୍ନପୂର୍ଣ୍ଣ ଦିବସ ଉପଲକ୍ଷେ କୁନି କୁନି ପିଲାମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା । ଆଶ୍ରମ ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ଔଷଧିୟ ବୃକ୍ଷ ଓ ଅନ୍ୟାନ୍ୟ ଚାରା ରୋପଣ କରାଯିବା ସହ ବିଭିନ୍ନ ଉପାଦେୟ ପୁସ୍ତକ ବିତରଣ କରାଯାଇଥିଲା । ସାନ୍ଧ୍ୟ ଅଧିବେଶନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡିଜି ରୋ.ସି.ଏ ଦେବାଶିଷ ମିଶ୍ର ଓ ଡିଜିଏନ ନିର୍ବାଚିତ ରୋଟାରୀ ଗଭର୍ଣ୍ଣର ୨୦୨୦-୨୧ ଶାନ୍ତନୁ ପାଣି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ବିଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟବେକ୍ଷଣ କରିବା ସହ ସମାଜ କଲ୍ୟାଣ ପାଇଁ ରୋଟାରୀୟାନମାନଙ୍କ ଭୂମିକା ଉପରେ ବିଶେଷ ଆଲୋଚନା କରିଥିଲେ । ବିଦାୟୀ ସମ୍ପାଦକ କର୍ଣ୍ଣେଲ ବିଦ୍ୟାଧର ସିଂ ଓ ସମ୍ପାଦକ ବିଶ୍ୱଦୀପ୍ ପଣ୍ଡା ୨୦୧୯-୨୦ ପାଇଁ ରୋ.ସି.ଏ ଡ. ମାତୃଦତ ଦାସଙ୍କୁ ସଭାପତି ଓ ସି.ଏ ଉମାକାନ୍ତ ମିଶ୍ରଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ହସ୍ତାନ୍ତର କରିଥିଲେ । କାର୍ଯ୍ୟକ୍ରମରେ ଇନର ହୁଇଲର କ୍ଲବର ସୁମୀତା ଚାନ୍ଦଙ୍କଠାରୁ ଚଳିତ ବର୍ଷ ସଭାପତି ଭାବେ ଡ. ସୌମ୍ୟା ସୁରତୀ ବେହେରାଙ୍କୁ ଓ ସମ୍ପାଦିକ ଭାବେ ବିଣା ଗାଏନ୍ଙ୍କୁ ଦାୟିତ୍ୱ ଗ୍ରହଣ କରିଥିଲେ । ପୁନଶ୍ଚ ରୋଟାରୀ କ୍ଲବର ସଭାପତି ଭାବେ ଏସ.କେ ଆରସତ୍ କାଦରୀ ଓ ସମ୍ପାଦକ ଭାବେ ରାଜେଶ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ କ୍ଲବର ବାର୍ଷିକ ପତ୍ରିକା ‘ରେଞ୍ଜର’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଦୁଇଜଣ ନୂତନ ସଭ୍ୟ ସି.ଏ ସ୍ୱରୂପ କୁମାର ଦେ ଓ ବରିଷ୍ଠ ଆର୍ôଥକ ପରାମର୍ଶଦାତା ସନ୍ତୋଷ କୁମାର ନାହାକଙ୍କୁ ମୁଖ୍ୟ ଅତିଥି ଶପଥ ପାଠ କରାଇ କ୍ଲବର ନୂତନ ସଭ୍ୟଭୂକ୍ତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସଭ୍ୟ ସୁବ୍ରତ କର, ଭାବଗ୍ରାହୀ ମହାନ୍ତି, ଶିବାନନ୍ଦ ଦାସମହାପାତ୍ର, ଇଂ ସୌରଭ ବେହେରା, ଯଶୋଦା ନନ୍ଦ ଆଶ୍, ନିକୁଞ୍ଜ କିଶୋର ମହାନ୍ତି, ପଦାରବିନ୍ଦ ମହାପାତ୍ର, ଉଦୟ ରଞ୍ଜନ ଦାସ, ପରେଶ କୁମାର ଗାଏନ୍, ରାମଚନ୍ଦ୍ର ଓଝା, ଡା. ସୁଜର ଗିରି, ଭି. ଉଦୟ କୁମାର, ଡ. ମନୋରଞ୍ଜନ ଦାସ, ଡ. ରାଜଲକ୍ଷ୍ମୀ ପରିଡା, ଡ. ଚିତ୍ତରଞ୍ଜନ ଦାସ, ଦେବେନ୍ଦ୍ର ଧଳ, ସମର ତାଳନ୍ଦୀ, ସୁଖମୟ ଦାସ, ସପନ ମହାପାତ୍ର, ସି.ଏ ପ୍ରଦୀପ୍ତ ପଣ୍ଡା, ଡ. ଅମିତାଭ ଗିରି, ମନୋଜ ପାଢୀଙ୍କ ସମେତ ବହୁ ସଭ୍ୟସଭ୍ୟା ଉପସ୍ଥିତ କରି ସହଯୋଗ କରିଥିଲେ ।