ରୋଟାରୀ କ୍ଲବର ଯୁଗ୍ମ ଅଧିସ୍ଥାପନା ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ରୋଟାରି କ୍ଲବ, ଇନର ହୁଇଲ କ୍ଲବ ଅଫ ବାଲେଶ୍ୱର ଓ ରୋଟ୍ରାକ୍ସ କ୍ଲବ ଅଫବାଲେଶ୍ୱରର ଯୁଗ୍ମ ଅଧିସ୍ଥାପନା ଦିବସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଯାଇଛି । ରୋଟାରୀ ଭବନର କୋଶଲ୍ୟା ଦେବୀ ମେମୋରିଆଲ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ୨୨-୨୩ ବର୍ଷର ସଭାପତି ଇ. ସୌରଭ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ସୁଖମୟ ଦାସ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ ।ଏଥିରେ ରୋଟାରୀ ୩୨୬୨ଜିଲା ଗଭର୍ଣ୍ଣର ରୋଟାରିଆନ ଜୟଶ୍ରୀ ମହାନ୍ତି ମୁଖ୍ୟ ଅତିଥି ଓ ରୋଟାରୀଆନ ସୂର୍ଯ୍ୟ ପ୍ରସାଦ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ରୋଟାରି କ୍ଲବର ସମାଜସେବା ମୂଳକ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଏଥିରେ ପ୍ରାକ୍ତନ ସଭାପତି ସୌରଭ କୁମାର ବେହେରାଙ୍କ ଠାରୁ ନୂତନ ସଭାପତି ଚାଟର୍ଡ ଆକାଉଣ୍ଟାଣ୍ଟ ପ୍ରଦୀପ୍ତ କୁମାର ପଣ୍ଡା ଦାୟିତ୍ୱ ଗ୍ରହଣ କରି ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ଉଦବୋଧନ ଦେଇଥିଲେ । ଏହି ରୋଟାରି ବର୍ଷରେ ୩୬୫ଦିନରେ ୩୬୫ ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ଶ୍ରୀ ପଣ୍ଡା ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏହି ଯୁଗ୍ମ ଅଧିଷ୍ଠାନ ଉତ୍ସବରେ ରୋଟାରାକ୍ଟ କ୍ଲବ ସଭାପତି ଭାବେ ଶେଖ ଅଜଗର ଅଲି ଓ ସମ୍ପାଦକ ଭାବେ ଚିତ୍ତରଞ୍ଜନ ବେହେରା ଦାୟିତ୍ୱ ଗ୍ରହଣ କରିଥିଲେ । ଇନରହୁଇଲି କ୍ଲବର ସଭାପତି ଭାବେ ବୋନି ମଜୁମଦାର ଓ ସମ୍ପାଦକ ଭାବେ ଶ୍ରୀମତୀ ଭବାନୀ ପଟେଲ କାର୍ଯ୍ୟଭାର ଗ୍ରହଣ କରିଥିଲେ ।ଏହି ଉତ୍ସବରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରି ସମ୍ପାଦକ ସୁଧାଂଶୁ ପଣ୍ଡା ରୋଟାରୀ ବର୍ଷ ୨୩-୨୪ ପାଇଁ ତାଙ୍କର ଜନାଭିମୁଖୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ଅଧିଷ୍ଠାନ ଦିବସରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଦୁଇ ଜଣ ଙ୍କୁ ପ୍ରାଇଡ ଅଫ ବାଲେଶ୍ୱର ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ୪ ଜଣ ନୂତନ ଭାବେ ସଭ୍ୟଙ୍କୁ ସ୍ୱାଗତ କରାଯାଇଥିଲା । ଅଧିଷ୍ଠାନ ଦିବସର ଚେୟାରମ୍ୟାନ ପ୍ରାକ୍ତନ ସଭାପତି ଡ. ମାତୃଦତ୍ତ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଭି. ଉଦୟ କୁମାର ଏଥିରେ ସଂଯୋଜନା କରିଥିଲେ । ସୁବ୍ରତ କର, ଭାବଗ୍ରାହୀ ମହାନ୍ତି, ପଦାରବିନ୍ଦ ମହାପାତ୍ର, ଉଦୟ ରଞ୍ଜନ ଦାସ, ଡ. ଶ୍ରୀମାନ ଶ୍ରୀଚନ୍ଦନ, ମନୋରଞ୍ଜନ ଦାସ, ରାଜଲକ୍ଷ୍ମୀ ପରିଡ଼ା, ଦେବେନ୍ଦ୍ର ଧଳ, ବିକ୍ରମଜିତ କର ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ