ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷରୋପଣ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ରୋଟାରଲ୍କ୍ବ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବୃକ୍ଷରୋପଣ କରାଯାଇଛି । ଅପରାହ୍ନ ୪ ଟା ସମୟରେ ରୋଟାରୀ କ୍ଲବ ର ସଭାପତି ନିରଞ୍ଜନ ପାତ୍ର ଙ୍କ ତତ୍ୱାବଧାନରେ ଚିକିତ୍ସାଳୟର ଦ୍ୱିତୀୟ ଫାଟକ ନିକଟରେ ଥିବା ଖାଲି ସ୍ଥାନରେ ବୃକ୍ଷରୋପଣ କରାଯାଇ ସେଠାରେ ଗୋଟିଏ ଛୋଟିଆ ପାର୍କ ନିର୍ମାଣ କରିବା ପାଇଁ ଚେଷ୍ଟା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ଲବର ସମ୍ପାଦକ ପ୍ରସନ୍ନ କୁମାର ପାତ୍ର,ରେଣୁବାଳା ବିଷୋୟୀ,କାର୍ଯ୍ୟକାରୀ ସମ୍ପାଦକ ସୁରଜିତ୍ ସାମନ୍ତରାୟ,ଧୀରେନ୍ଦ୍ର ନାଥ ପଣ୍ଡା,ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡି,ବିଶିଷ୍ଠ ଜ୍ୟୋତିର୍ବିତ୍ ପ୍ରମୋଦ ପାତ୍ର,ଏସ୍.ରେଖା ମହାନ୍ତି,ଡି. ସିମାଲି,ପି.ଚନ୍ଦ୍ର ଶେଖର,ଶୁକାନ୍ତି ପାତ୍ର,କେ.ବାସୁଦେବ ରାଓ,ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ କାହ୍ନୁଚରଣ ପାତ୍ର, ଚିକିତ୍ସାଳୟର ମ୍ୟାନଜର ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ଚିକିତ୍ସାଳୟର ବହୁ କର୍ମଚାରୀ ଉପସ୍ଥିତ ରହି ବୃକ୍ଷରୋପଣ କରିଛନ୍ତି ।