ରୋଟାରୀ ବ୍ରହ୍ମପୁର ସେଣ୍ଟ୍ରାଲ୍ ପକ୍ଷରୁ ମାତା ଓ ଶିଶୁ କଲ୍ୟାଣ ମାସ ପାଳନ

ବ୍ରହ୍ମପୁର,(ସୁଦିପ କୁମାର ସାହୁ): ରୋଟାରୀ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ଜୁଲାଇ ମାସକୁ “ମାତା ଓ ଶିଶୁ ସର୍ବାଙ୍ଗୀନ ବିକାଶ ଓ କଲ୍ୟାଣ ମାସ” ଭାବେ ପାଳନ କରାଯାଉଥିବା ଅବସରରେ, ରୋଟାରୀ କ୍ଲବ୍ ଅଫ୍ ବ୍ରହ୍ମପୁର ସେଣ୍ଟ୍ରାଲ୍ ଏବଂ ଇନର୍ ହ୍ୱିଲ୍ କ୍ଲବ୍‌ର ମିଳିତ ଆନୁକୂଲ୍ୟରେ ବରହମପୁର ସିଟି ହସ୍ପିଟାଲର ପ୍ରସୂତି ବିଭାଗରେ ଏକ ସଚେତନତା ଓ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ବିଶେଷଜ୍ଞ ଡା. ବିଶ୍ୱମ୍ବର ବେହେରା ଏବଂ ଶିଶୁରୋଗ ବିଶେଷଜ୍ଞ ଡା. ସୁବ୍ରତଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ୍‌ର ଅଧ୍ୟକ୍ଷ ଶ୍ରୀକାନ୍ତ ସାବତ, ସମ୍ପାଦକ ପ୍ରଶାନ୍ତ ସାହୁ, ଇନର୍ ହ୍ୱିଲ୍ କ୍ଲବ୍‌ର ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ସାବତ ଓ ସମ୍ପାଦିକା ରୋନାଲିସା ପଟ୍ଟନାୟକ ରୋଟାରୀ ଓ ଇନର୍ ହ୍ୱିଲ୍‌ର ସଦସ୍ୟବୃନ୍ଦ, ରୋଟାରୀ ଆସିଷ୍ଟାଣ୍ଟ ଗଭର୍ନର ପ୍ରଦ୍ୟୁମ୍ନ ବିଷୋୟୀ ତଥା ବହୁ ବିଶିଷ୍ଟ ଅତିଥି ଯୋଗଦେଇଥିଲେ।
ଡା. କିରଣ କୁମାର ପାଣିଗ୍ରାହୀ ଏବଂ ଡା. ବ୍ରଜରାଜଙ୍କ ପ୍ରୋଜେକ୍ଟ ଚେୟାରମ୍ୟାନଶିପ୍‌ରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ମାତା ଓ ଶିଶୁ ସ୍ୱାସ୍ଥ୍ୟ, ପୁଷ୍ଟି, ସ୍ତନ୍ୟପାନ, ସ୍ୱଚ୍ଛତା ଏବଂ ନବଜାତ ଶିଶୁର ଯତ୍ନ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ।
ନିଜ ବକ୍ତବ୍ୟରେ ଡା. କିରଣ କୁମାର ପାଣିଗ୍ରାହୀ ଗର୍ଭସଂସ୍କାର, ଗର୍ଭାବସ୍ଥାରେ ମାତାଙ୍କ ଶାରୀରିକ ଓ ମାନସିକ ସୁସ୍ଥତା, ସୁସନ୍ତାନ ଗଠନରେ ପରିବାରର ଭୂମିକା ଏବଂ ମାତା-ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଶେଷରେ ଇନର୍ ହ୍ୱିଲ୍ କ୍ଲବ୍‌ର ଅଧ୍ୟକ୍ଷା ଧନ୍ୟବାଦ ଜ୍ଞାପନ କରିଥିଲେ। ପରବର୍ତ୍ତୀ ସମୟରେ ବରହମପୁର ସିଟି ହସ୍ପିଟାଲର ପ୍ରସୂତି ବିଭାଗରେ ଭର୍ତ୍ତି ଥିବା ପ୍ରତ୍ୟେକ ମାତା ଓ ନବଜାତ ଶିଶୁଙ୍କୁ ନ୍ୟୁଟ୍ରିସନ୍ କିଟ୍, ସାନିଟାରୀ କିଟ୍ ଏବଂ ସାନିଟାରୀ ପ୍ୟାଡ୍ ବଣ୍ଟନ କରାଯାଇଥିଲା। ଉପସ୍ଥିତ ଅନ୍ୟାନ୍ୟ ରୋଟରି ସଦସ୍ୟ ଓ ସଦସ୍ୟା ଯଥା ଶ୍ରୀ ମଞ୍ଜିତ୍ ହୋତା,ପ୍ରଣବ, ପୀତବାସ, ନିତ୍ୟ, ଅଭିଜିତ୍,ପ୍ରିୟଦର୍ଶନୀ, ଓ ଅନ୍ୟାନ୍ୟ ସମସ୍ତେ ଏହି ସେବାମୂଳକ ପଦକ୍ଷେପକୁ ପ୍ରଶଂସା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ