ରୋମାଞ୍ଚକର ସ୍ଥିତିରେ ଭାରତ-ଇଂଲଣ୍ଡ ଟେଷ୍ଟ

ଇଂଲଣ୍ଡ : ରୋମାଞ୍ଚକର ସ୍ଥିତିରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ । ଇଂଲଣ୍ଡକୁ ବିଜୟ ପାଇଁ ୩୬୮ ରନର ଟାର୍ଗେଟ୍ ଦେଇଛି ଭାରତ । ଦ୍ୱିତୀୟ ଇଂନିସରେ ଇଂଲଣ୍ଡ କୌଣସି ୱିକେଟ୍ ନ ହରାଇ ୭୭ ରନ୍ କରିଥିବା ବେଳେ ବିଜୟ ପାଇଁ ଆଉ ୨୯୧ ରନର ଆବଶ୍ୟକତା ରହିଛି । ସେହିପରି ଭାରତକୁ ବିଜୟ ପାଇଁ ଆବଶ୍ୟକ ୧୦ଟି ୱିକେଟ୍ । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ହସିବ ହମିଦ ୪୩ ଓ ରୋରି ବର୍ଣ୍ଣସ ୩୧ ରନ୍ କରି ଅପରାଜିତ ଅଛନ୍ତି ।
ଦ୍ୱିତୀୟ ଇନିଂସରେ ଦମଦାର ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ରିଷଭ ପନ୍ତ ଓ ସର୍ଦୁଲ ଠାକୁରଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୪୬୬ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ପନ୍ତ ଓ ଠାକୁର ସପ୍ତମ ୱିକେଟ୍ ପାଇଁ ୧୦୦ ରନ୍ ଯୋଡି ଦଳର ସ୍ଥିତିକୁ ମଜବୁତ୍ କରିଥିଲେ । ପ୍ରଥମ ଇନିଂସ ପରି ଦ୍ୱିତୀୟ ଇନିଂସରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ୪୬୬ ରନ୍ ଇଂଲଣ୍ଡ ମାଟିରେ ଭାରତ ପାଇଁ ଦ୍ୱିତୀୟ ଇନିଂସରେ ଦ୍ବିତୀୟ ସର୍ବୋଚ୍ଚ ସ୍କୋର । ୧୯୬୭ରେ ଭାରତ ଲିଡ୍ସରେ ଦ୍ୱିତୀୟ ଇନିଂସରେ ୫୧୦ ରନ୍ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ