ଅନୀଲ ଦେଶମୁଖଙ୍କ ବିରୋଧରେ ‘ଲୁକ୍‌ଆଉଟ୍‌’ ନୋଟିସ୍‌

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାମରେ ଲୁକ୍ ଆଉଟ୍ ନୋଟିସ ଜାରି କରିଛି ଇଡି (‘ପ୍ରବର୍ତ୍ତନ ନିର୍ଦେଶାଳୟ) । ଆୟବହିର୍ଭୂତ ୧୦୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି ଦେଶମୁଖ । ଦେଶମୁଖଙ୍କୁ ଦେଶ ଛାଡ଼ି ଚାଲିଯିବାରେ ବାଧା ଦେବା ଲାଗି ଏହି ସର୍କ୍ୟୁଲାର୍‌ ଜାରି କରାଯାଇଥିବା କୁହାଯାଉଛି। ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ‘ଏଜେନ୍‌ସି’କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିବା ଦେଶମୁଖଙ୍କ ‘ଲିଗାଲ୍‌ ଟିମ୍‌’ର ଅନ୍ୟତମ ସଦସ୍ୟ ଆନନ୍ଦ ଡାଗାଙ୍କୁ ଗୋଟିଏ ଦିନ ପଚରାଉଚୁରା କରିବା ସେପ୍ଟେମ୍ବର ୩ ତାରିଖ ଦିନ ‘ସିବିଆଇ’ ଗିରଫ କରିଥିଲା। ପୂର୍ବରୁ ମଧ୍ୟ ଦେଶମୁଖ କହିଥିଲେ ଯେ, ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ହିଁ‌ ସେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ହାଜର ହେବେ। ଦେଶମୁଖଙ୍କ ସହକାରୀ କୁନ୍ଦନ ସିନ୍ଦେ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପଲାଣ୍ଡ। ଦେଶମୁଖଙ୍କ ନିର୍ଦେଶମତେ ଉଭୟ ଉକ୍ତ ଆର୍ଥିକ ଦୁର୍ନୀତି ଘଟଣାରେ ଭୂମିକା ନେଇଥିବା ଅଭିଯୋଗରେ ଜୁନ୍‌ ୨୬ ତାରିଖ ଦିନ ସେମାନଙ୍କୁ ‘ସିବିଆଇ’ ଗିରଫ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ