ରୋମାଣ୍ଟିକ୍ ପିକ୍ନିକ୍ ସ୍ପଟ୍

ସାଥୀଙ୍କ ସହ ହଲି ଡେ’ ପ୍ଲାନ୍ କଲାବେଳେ କେଉଁ ମାସରେ ଗଲେ ଗରମ ଅନୁଭବ ହେବ ନାହିଁ ଏହାକୁ ନେଇ ସାଧାରଣତଃ ଅନେକେ ଚିନ୍ତାରେ ପଡ଼ିଯାନ୍ତି । ତେବେ ଆଜ ଏମିତି କିଛି ସ୍ଥାନ ସମ୍ପର୍କରେ ଆମେ ଆପଣଙ୍କ ଜଣାଉଛୁ ଯେଉଁଠିକୁ ଯିବା ଲାଗି ଆପଣଙ୍କୁ ଉପଯୁକ୍ତ ସମୟର ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏହି ସ୍ଥାନକୁ ଆପଣ ଯେ କୌଣସି ମାସରେ ମଧ୍ୟ ଯାଇପାରିବେ ଏବଂ ପାର୍ଟନରଙ୍କ ସହ ରୋମାଣ୍ଟିକ୍ ଡେଷ୍ଟନେସନ୍ର ବୁଲିବାର ମଜା ନେଇପାରିବେ ।
ହେମ୍ୟାନ୍ ଆଇଲ୍ୟାଣ୍ଡ, ଅଷ୍ଟ୍ରେଲିଆ : ଏହି ଆଇଲ୍ୟାଣ୍ଡରେ ସବୁବେଳେ ଥଣ୍ଡା ଅନୁଭୂତ ହୋଇଥାଏ । ସମୁଦ୍ର ଭିତରେ ନିର୍ମାଣ ହୋଇଥବା ଆଇଲ୍ୟାଣ୍ଡରେ ଦିନରେ ତାପମାତ୍ରା ନର୍ମାଲ ଥାଏ । ଏହି ଆଇଲ୍ୟାଣ୍ଡ ବ୍ୟତୀତ ଅଷ୍ଟ୍ରେଲିଆରେ ବୁଲିବା ପାଇଁ ଆହୁରି ମଧ୍ୟ ଅନେକ ରୋମାଣ୍ଟକ ସ୍ଥାନ ରହିଛି । ଏଠାରେ ଥିବା ହୋଟେଲରେ ସମୁଦ୍ର କୂଳର ମଜା ମଧ୍ୟ ନେଇପାରିବେ ।
ଇବିଜା, ସ୍ପେନ୍ : ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ଆଇଲ୍ୟାଣ୍ଡ ସ୍ପେନ୍ର ସବୁଠୁ ଲୋକପ୍ରିୟ ଦ୍ୱୀପ । ସାଥୀଙ୍କ ସହ ରୋମାଣ୍ଟକ ଛୁଟି ବିତାଇବା ପାଇଁ ଏହି ସ୍ଥାନ ଉପଯୁକ୍ତ ବିକଳ୍ପ । ଏହାର ସୌନ୍ଦର୍ଯ୍ୟ ଦେଖିଲା ପରେ ଏଠାକୁ ଛାଡ଼ିଯିବା ପାଇଁ ଇଚ୍ଛା କରିବେ ନାହିଁ ।
ଏସ୍ଟି ଟ୍ରୋପେଜ, ଫ୍ରାନ୍ସ : ଏହି ରଙ୍ଗବେରଙ୍ଗ ସହରରେ ଆପଣ ଆପଣଙ୍କ ପାର୍ଟନରଙ୍କ ସହ ରୋମାଣ୍ଟିକ ବୋଟ୍ ରାଇଡିଂ କରିପାରିବେ । ରାତିରେ ଏହି ସହର ଭିନ୍ନ ଭିନ୍ନ ଆଲୋକରେ ଚମକୁଥାଏ ।
କୋହ ସାମୁଇ, ଥାଇଲ୍ୟାଣ୍ଡ : ପାର୍ଟନରଙ୍କ ସହ ବୁଲିବା ପାଇଁ କୋହ ସାମଇ ଏକ ଉପଯୁକ୍ତ ସ୍ଥାନ । ଏଠାରେ ଥିବା ବଳାସପୂଣ୍ଣ ହୋଟେଲରେ ସାଥୀଙ୍କ ସହ ସ୍ୱାଦିଷ୍ଟ ଖାଦ୍ୟର ମଜା ମଧ୍ୟ ନେଇପାରିବେ । ଚତୁପାର୍ଶ୍ୱରେ ପାଣି ଘେରି ରହିଥିବା ଏହି ଆଇଲ୍ୟାଣ୍ଡ ଆଖପାଖରେ ଅନେକ ଟାପ ମଧ୍ୟ ଦେଖିପାରିବେ ।
କାପ୍ରି, ଇଟାଲୀ : ପାହାଡ଼ ଏବଂ ସମୁଦ୍ର ନିକଟରେ ନିର୍ମାଣ ହୋଇଥିବା ଏହି ଛୋଟ ସହରରେ ଆପଣଙ୍କ ରୋମାଣ୍ଟିକ ହଲିଡେକୁ କେବେ ବି ଭୁଲିପାରବେନାହିଁ । ଶାନ୍ତିର ସହ ଆପଣ ଏଠାରେ ଛୁଟି ମନାଇପାରିବେ । ଏଥିସହ ପାର୍ଟନରଙ୍କ ସହ ସମୁଦ୍ରର ଦୃଶ୍ୟ ସହ କକ୍ଟେଲ୍ର ମଜା ମଧ୍ୟ ନେଇପାରିବେ ।
ମାଇକୋନସ, ଗ୍ରୀସ : ବିଶ୍ୱର ଆକର୍ଷଣୀୟ ଦ୍ୱୀପଗୁଡ଼ିକ ମଧ୍ୟରେ ଗ୍ରୀସର ମାଇକୋନସ୍ ଦ୍ୱୀପ ଅନ୍ୟତମ । ଏଠାରେ ଆପଣଙ୍କ ପାର୍ଟନରଙ୍କ ସହ ଫଟୋ ଉଠାଇପାରବେ । ୱିକ୍ଏଣ୍ଡରେ ଛୁଟି ବିତାଇବା ଲାଗି ଏଠାକୁ ଅନେକ କପଲ୍ ଆସନ୍ତି । ଏଠାକାର ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଶ୍ୟ ଆପଣଙ୍କ ଭ୍ରମଣକୁ ସ୍ମରଣୀୟ କରିଦେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ