ରୟାଲ୍ ଷ୍ଟାଗ୍ ବାରେଲ୍ ପକ୍ଷରୁ କ୍ଷୁଦ୍ର ଚଳଚ୍ଚିତ୍ର ଅନ୍ତର୍ଗତ କତରନ୍ ର ଶୁଭମୁକ୍ତି
ରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ ପକ୍ଷରୁ କ୍ଷୁଦ୍ର ଚଳଚ୍ଚିତ୍ର ଅନ୍ତର୍ଗତ କତରନ୍ ର ଶୁଭମୁକ୍ତି କରାଯାଇଛି ।ଏଥିରେ ପିୟୂଷ ମିଶ୍ର ଏବଂ ଅଲକା ଆମିନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହାର ରଚନା ଏବଂ ନିର୍ଦ୍ଦେଶନା ପ୍ରେମ୍ ସିଂ କରିଥିବାବେଳେ ଚଳଚ୍ଚ୍ରିତର ପ୍ରଡ୍ୟୁସର୍ ଶଶି ପ୍ରକାଶ ଚୋପ୍ରା ଅଛନ୍ତି । ଏକ ଦମ୍ପତିଙ୍କର ଯନ୍ତ୍ରଣା ଦାୟକ ସମସ୍ୟାପୂର୍ଣ୍ଣ ଦାମ୍ପତ୍ୟ ଜୀବନ ସମ୍ପର୍କରେ ଏଥିରେ ଦୃଶ୍ୟାଙ୍କନ କରାଯାଇଛି । ଏଥିରେ ଜଣେ ମଣିଷର ଅଭିଜ୍ଞତା ସମ୍ପର୍କରେ ଉଲ୍ଲେଖନୀୟ ପ୍ରଦର୍ଶନ କରାଯାଇଛି ।୩୬ ବର୍ଷର ବୈବାହିକ ଜୀବନରେ ସମସ୍ୟା ରହିଥିଲେ ମଧ୍ୟ ବୃଦ୍ଧ ଦମ୍ପତି ଶେଷରେ ନିଜର ଛୋଟ ଘରେ ଥିବା ଭଲପାଇବାକୁ ପୁଣି ଆପଣେଇ ନେଇଛନ୍ତି । ଓକିଲ ପାଖକୁ ଯିବା ପୂର୍ବରୁ ସେମାନଙ୍କର ଆପୋଷ ଆଲୋଚନା ମାଧ୍ୟମରେ ଅନେକ ଅସମାହିତ ସମସ୍ୟାର ସମାଧାନ ଶେଷ ହୋଇଛି ।ଏହି ଅବସରରେ ପେରନୋଡ୍ ରିକାର୍ଡର ମୁଖ୍ୟ ବିପଣନ ଅଧିକାରୀ କାର୍ତିକ ମହିନ୍ଦ୍ରା କହିଲେ, ରୟାଲ ଷ୍ଟାଗ୍ ବ୍ୟାରେଲ୍ ବିସ୍ତୁତ ବର୍ଗର କ୍ଷୁଦ୍ର ଚଳଚ୍ଚିତ୍ର ଚୟନ ଉପରେ ଗୁରୁତ୍ୱାରୋପ କରିଥିବାବେଳେ ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଶିଳ୍ପରେ ଏକ ନୂତନ ଧାରା ସୃଷ୍ଟି କରିବାକୁ ସକ୍ଷମ ହୋଇଛି । ଏହାଦ୍ୱାରା ବହୁ ସୃଜନଶୀଳ ପ୍ରତିଭାଶାଳୀ ଫିଲ୍ମ ନିର୍ମାତା ଲୋକଲୋଚନକୁ ଆସିପାରିଛନ୍ତି । ୧୫-୨୦ ମିନିଟ୍ ମଧ୍ୟରେ ଶେଷ ହେଉଥିବା ଏହି ଚଳଚ୍ଚିତ୍ରରେ ଅନେକ ଅକୁହା କଥା କହି ହେଉଛି । ଯାହାକି ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିପାରୁଛି । ଏହି ଅବସରରେ ନିର୍ଦ୍ଦେଶକ ପ୍ରେମ୍ ସିଂ କହିଲେ, “ ରୟାଲ ଷ୍ଟାଗ୍ ବ୍ୟାରେଲ୍ ବିସ୍ତୁତ ବର୍ଗର କ୍ଷୁଦ୍ର ଚଳଚ୍ଚିତ୍ର ଚୟନ କରିଥାଏ । ଏହି ବର୍ଗରେ ସମ୍ବେଦନଶୀଳ କରତନ୍କୁ ସାମିଲ୍ କରାଯାଇଛି । ଏଥିରେ ମଣିଷ ଦାମ୍ପତ୍ୟ ଜୀବନର ଅନେକ ଅକୁହା କଥଇା କିଭଳି ପରିପ୍ରକାଶ ହୋଇଛି ତାହା ବେଶ୍ ଭାବବିହ୍ୱଳ । ରୟାଲ ଷ୍ଟାଗ୍ ବ୍ୟାରେଲର ଏହି ଅନନ୍ୟ ପ୍ଲାଟର୍ଫମ ମୋ ଭଳି ବହୁ ଯୁବ ଫିଲ୍ମ ନିର୍ମାତାଙ୍କ ପାଇର୍ ସୁଯୋଗ ସୃଷ୍ଟି ପାରିଛି । ରୟାଲ ଷ୍ଟାଗ୍ ବ୍ୟାରେଲ୍ ‘ମେକ୍ ଇଟ୍ ପରଫେକ୍ଟ’ ଉପରେ ବିଶ୍ୱାସ କରିଥାଏ । ଏହା ବଲିଉଡ୍ର ସୃଜନଶୀଳ ନିର୍ଦ୍ଦେଶକଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରୟାଲ ଷ୍ଟାଗ୍ ବ୍ୟାରେଲ୍ ଏକ ସଫଳ ପ୍ଲାଟଫର୍ମ ଭାବରେ ବେଶ୍ ଖ୍ୟାତି ହାସଲ କରିପାରିଛି ଏବଂ ଫିଲ୍ମ ନିର୍ମାତାଙ୍କୁ ପ୍ରୋତ୍ସାହିତ କରିପାରୁଛି । ରୟାଲ୍ଷ୍ଟାଗ୍ କ୍ଷୁଦ୍ରଲ୍ମ ଶୁଭମୁକ୍ତ କାର୍ଯ୍ୟ ଜାରି ରଖିଛି । ଇତି ମଧ୍ୟରେ ଏହା ଦ୍ୱାରା ଅହଲ୍ୟା, ଇଂଟରିଅର୍କେ ଫ୍-ନାଇଟ୍, ଓଉଚ୍, ଚଟ୍ନି, ଅନୁକୂଳ, ମୁମ୍ବାଇ ବାରାଣସୀ ଏକ୍ସପ୍ରେସ୍, ଖୁଲ୍ ୱାଲି ଚିଠି, ଦି ସ୍କୁଲ ବ୍ୟାଗ୍, ବ୍ରୁନୋ ଆଣ୍ଡ୍ ଜୁଲିଏଟ୍, ଶୁନ୍ୟତା, ଜୁଇସ୍, ମା’, ଚୁରୀ, ହର୍ ଫାଷ୍ଟ୍ ଟାଇମ୍, ଇକତରଫା ଆଦି ଚଳଚ୍ଚିତ୍ର ଶୁଭମୁକ୍ତି ହୋଇ ପାରିଛି । ରୟାଲ ଷ୍ଟାଗ୍ ବ୍ୟାରେଲ୍ ଏକ ସଫଳ ପ୍ଲାଟଫର୍ମ ଭାବରେ ବେଶ୍ ଖ୍ୟାତି ହାସଲ କରିପାରିଛି ଏବଂ ଫିଲ୍ମ ନିର୍ମାତାଙ୍କୁ ପ୍ରୋତ୍ସାହିତ କରିପାରିଛି । ଏହା ବଲିଉଡ୍ର ସୃଜନଶୀଳ ନିର୍ଦ୍ଦେଶକଙ୍କୁ ମୁଖ୍ୟସ୍ରୋତରେ ସାମିଲ୍କ ରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ଭାରତରେ କ୍ଷୁଦ୍ର ଚଳଚ୍ଚିତ୍ରକୁ ବିଶେଷ ଲୋକପ୍ରିୟ କରାଇପାରିଛି ।