ରୟାଲ୍ ଷ୍ଟାଗ୍ ବାରେଲ୍ ପକ୍ଷରୁ କ୍ଷୁଦ୍ର ଚଳଚ୍ଚିତ୍ର ‘ସେପିଆ’

ଆଧୁନିକ ପ୍ରେମ ଓ ଜଟିଳ ଦୁନିଆକୁ ଉପସ୍ଥାପନ କରି ରୟାଲ୍ ଷ୍ଟାଗ୍ ବାରେଲ୍ ଲାର୍ଜ ସର୍ଟ ଫିଲ୍ମସ ପ୍ରସ୍ତୁତ କରିଛି କ୍ଷୁଦ୍ର ଚଳଚ୍ଚିତ୍ର ‘ସେପିଆ’ । ଏହି ଚଳଚିତ୍ରରେ ଯାତ୍ରା କଳାକାର ରୁ ନିର୍ଦ୍ଦେଶକ ଅର୍ଚ୍ଚିତ କୁମାରଙ୍କ ନିର୍ଦ୍ଦେଶନାରେ ମୁଖ୍ୟ ଭୁମିକାରେ ଅବତିର୍ଣ୍ଣ ହୋଇଛନ୍ତି ବହୁମୁଖୀ ଅଭିନେତା ଅପାରଶକ୍ତି ଖୁରାନା ଏବଂ ପ୍ରତିଭାଶାଳୀ ସପନା ପବି ।
ଚଳଚ୍ଚିତ୍ର ର କାହାଣୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏକ ଆଧୁନିକ ଯୋଡି ସମ୍ବନ୍ଧରେ ଯିଏ ମୁମ୍ବାଇକୁ ନିଜର ସ୍ୱପ୍ନ ସାକାର କରିବା ପାଇଁ ଚାଲି ଆସିଛନ୍ତି । ଚଳଚ୍ଚିତ୍ର ରେ ହିରୋ ଏକ ସଂଘର୍ଷରତ କଳାକାର ହୋଇଥିବା ବେଳେ ହିରୋଇନ ନାରୀ ଶଶକ୍ତିକରଣ ଉପରେ ଡିଜିଟାଲ ମାଗାଜିନ ଚଳାଉଥିବା ଏକ ସଚ୍ଚୋଟ ସାମ୍ବାଦିକ । କାହାଣୀରେ ଏହି ଦୁଇଟି ସରଳ ମଣିଷ ମଧ୍ୟରେ ପ୍ରେମର ଆଧୁନିକ ସ୍ୱିକାର୍ଯତା ଏବଂ ବାସ୍ତବିକାତା କୁ ପରିବେଷଣ କରାଯାଉଛି । ଚଳଚ୍ଚିତ୍ର ସମ୍ବନ୍ଧରେ ସୁଚନା ଦେଇ ନିର୍ଦ୍ଦେଶକ ଅର୍ଚ୍ଚିତ କୁମାର କହିଛନ୍ତି, “ଆଜିର ଦର୍ଶକ ମାନଙ୍କ ରୁଚିକୁ ନେଇ ‘ସେପିଆ’ ଏକ ସରଳ ଚଳଚ୍ଚିତ୍ର । ମୋର ବିଶ୍ୱାସ ଯେ ପ୍ରତ୍ୟେକ ଚଳଚ୍ଚିତ୍ର କୁ ଫିଚର ଫର୍ମାଟ ରେ ବନାଯାଏ ନାହିଁ । ଚଳଚ୍ଚିତ୍ର ର ସମୟ ସୀମା କୁ ବାଦ ଦେଲେ କ୍ଷୁଦ୍ର ଚଳଚ୍ଚିତ୍ର ରେ ସମାନ ଦକ୍ଷତା ଓ ପ୍ରୟାସର ଆବଶ୍ୟକତା ପଡିଥାଏ । ରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ ଲାର୍ଜ ସର୍ଟ ଫିଲ୍ମ ରେ ଯେଉଁଥିରେ ଦର୍ଶକ ମାନେ ପ୍ରଭାବଶାଳୀ ଓ ଲଘୁ ଚଳଚ୍ଚିତ୍ର ଦେଖିବା ପାଇଁ ଆସିଥାନ୍ତି ସେଥିରେ ଏହା ପ୍ରଦର୍ଶନ ହେଉଥିବାରୁ ମୁଁ ଆନନ୍ଦିତ ।” ରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ ଲାର୍ଜ ସର୍ଟ ଫିଲ୍ମ ର ସ୍ଥାପନା ଦିନରୁ ହିଁ ଏହି ମଂଚରୁ ଚଳଚ୍ଚିତ୍ର ଦୁନିଆର ଖ୍ୟାତନାମା କଳାକାର ଓ ନିର୍ଦ୍ଦେଶକ ମାନଙ୍କୁ ନେଇ ବହୁତ ପୁରସ୍କାର ବିଜେତା କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ଏହା ବାସ୍ତବରେ ମୌଳିକତା, କଳ୍ପନା ଓ ପୁର୍ଣ୍ଣତା ଦର୍ଶାଉଛି । ଏହି ମଂଚ ନିର୍ଦ୍ଦେଶକ ଓ ଅଭିନେତା ମାନଙ୍କୁ ୧୫-୨୦ ମିନିଟର ଏକ କାହାଣୀ କୁ ଉପସ୍ଥାପନ କରିବା ପାଇଁ ସୁଯୋଗ ଦେଉଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ