ଲକ୍ଷଧିକ ଟଙ୍କା ର ଗଞ୍ଜେଇ ଜବତ କଲା ବୈପାରୀଗୁଡ଼ା ପୁଲିସ

କୋରାପୁଟ- ଦକ୍ଷିଣ ଓଡିଶାରେ ଦିନକି ଦିନ ବଢିଚାଲିଛି ଗଞ୍ଜେଇ ଚୋରାଚାଲାଣ ଶନିବାର କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ କଟାଛକରୁ ଗଞ୍ଜେଇ ବୋଝେଇ ଗାଡ଼ି ଜବତ ହୋଇଛି।ପୁଲିସ ଏହି ଘଟଣାରେ ତିନି ଯୁବକଙ୍କ ସହିତ ଜଣେ ଯୁବତୀଙ୍କୁ ଗିରଫ କରିଥିବା ଜଣାପଡିିଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ଲକ୍ଷଧିକ ଟଙ୍କା ହେବ। ଅଭିଯୁକ୍ତମାନେ ଅଭିନବ ଉପାୟରେ ଏକ କାର୍ରେ ଗଞ୍ଜେଇ ଚୋରିଚାଲାଣ କରାଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ବୈପାରୀଗୁଡ଼ା ପୋଲିସ କଟାଛକ ନିକଟରୁ ଏହି ଗାଡ଼ିକୁ ଜବତ କରିଥିଲା। ଗାଡ଼ିରୁ ୫୪ କିଲୋଗ୍ରାମର ଗଞ୍ଜେଇ ଜବତ ହୋଇଥିବା ବେଳେ ତିନି ଯୁବକଙ୍କ ସହିତ ଜଣେ ଯୁବତୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କର୍‌ିଥିବା ବୈପାରୀ ଗୁଡା ଥାନା ଅଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ