ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ, ୬ ଗିରଫ

ଗଜପତି : (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ଦେବଗିରି ଫରେଷ୍ଟ ରେଞ୍ଜ ପକ୍ଷରୁ ଗତକାଲି ଅପରାହ୍ନରେ ଜିଲ୍ଲାର ଗୁମ୍ମା ଗାଇବା ରାସ୍ତାରେ ଚୋରା-ଚାଲାଣ ହେଉଥିବା ବେଳେ ଶାଳ କାଠ ବୋଝେଇ ମେକ୍ସ-ପିକ୍ପ ଭେନ ଜବତ କରିବା ସହ ଏ ସଂକ୍ରାନ୍ତରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ଜଣାଯାଇଛି । ବିଭାଗୀୟ ସୂତ୍ରରୁ ଖବର ପାଇଁ ପାରଳାଖେମୁଣ୍ଡି ବନଖଣ୍ଡ ଦେବଗିରି ରେଞ୍ଜର ଏମ.ନରସିଂହମ୍ ତାଙ୍କ ଷ୍ଟାଫଙ୍କ ସହ ଗଜପତି ଜିଲ୍ଲାର ଗୁମ୍ମା ଗାଇବା ରାସ୍ତାରେ ପେଟ୍ରୋଲିଂ କରୁଥିଲେ । ସେହି ସମୟରେ ଏକ ମେକ୍ସ ଭେନଟିକୁ ସନ୍ଦେହ ହେବାରୁ ଅଟକାଇ ରେଞ୍ଜର ଏମ.ନରସିଂହମ୍, ଫରେଷ୍ଟ ଗାର୍ଡ ସନ୍ତୋଷ ପରିଚ୍ଛା ଓ ଅନ୍ୟ ୩ଜଣ ‘ରେଷ୍ଟ ଗାର୍ଡ ଯାଚଂ କରିଥିଲେ । ଯାଂଚଞ୍ଚବେଳେ ଗାଡି ଭିତରୁ କରତ କଟା ଶାଳ କାଠ ରହିଥିଲା । ୯୦-୪୧୬ସିଏଫଇଟ, କାଠ ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । କାଠ ବୋଝେଇ ଗାଡି ଏବଂ କାଠର କାଗଜପତ୍ର ଗାଡି ଚାଳକ ଦେଖାଇପାରିଲା ନାହିଁ ବନ ବିଭାଗକୁ । ଏହି କାଠଗୁଡିକ ଚୋରା ଚାଲାଣ ହେଉଥିବା ଜାଣି ଭେନ ସହ ସମସ୍ତ କାଠ ବଜତକାରୀ ଏ ସଂଗ୍ରାନ୍ତରେ ସମ୍ପୃକ୍ତ ଥିବା ଗଜପତି ଜିଲ୍ଲାର ବିଭିନ୍ନ ଅଂଚଳର ୬ଜଣଙ୍କୁ ଗିର‘ କରାଯାଇଛି । ସେମାନେ ହେଲେ ନୂଆଗଡ ବ୍ଲକ କେରେଡାଙ୍ଗ ଗ୍ରାମର ବଂଶୀଧର ପାଇକ (୪୦), କାଶୀନଗର ବ୍ଲକ୍ ଭିସ୍ଛଳା ଗ୍ରାମର ଡ୍ରାଇଭର ବେବେରା ରାଜୁ (୨୫), ଗୁମ୍ମା ବ୍ଲକ୍ ଗାଇବା ଗ୍ରାମ ରାହାସ ବିଶୋଇ(୨୫),ଖତୁ ମହାନ୍ତି (୪୦), ମୁରଲୀ ପାତ୍ର (୩୪) ଓ ପ୍ରଶାନ୍ତ ବର୍ଦ୍ଧନ (୨୮) । ଏମାନଙ୍କୁ ଅଧିକା ପଚରା-ଉତୁରା ପରେ କାଶୀନଗର ରେଞ୍ଜ କାର୍ଯ୍ୟାଳ ପକ୍ଷରୁ ଏ ସଂକ୍ରାନ୍ତରେ ୮୭/୨୦୧୯ରେ ମକଦ୍ଦମା ରୁଜୁ କରାଯାଇ କୋର୍ଟକୁ ଚାଲାଣ କରାଯାଇଥିଲା । ଏହି ଘଟଣାରେ ମେକ୍ସ ପିକ୍ପ ଭେନ ଗାଡି ନଂ-ଏପି-୩୦-ଡବ୍ଲୁ-୦୫୫୭, ଗୋଟିଏ ଗ୍ଲେମୋର ବାଇକ ନଂ-ଏପି-୩୦-କ୍ୟୁ-୭୧୫୧, ୨ଗୋଟି ମୋବାଇଲ ଫୋନ, ଏବଂ ୬୧ଗୋଟି କରତ କଟା ଶାଳ କାଠ ଦେବଗିରି ବନଭବିଭାଗ ଜବତ କରିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ