ଲକ୍ଷ୍ମୀସାହୁ ହତ୍ୟାକାଣ୍ଡ ମାମଲା ….
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କାଜୁ ଜଙ୍ଗଲରେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବାର ୭ ଦିନ ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି ରହିଛି । ମୃତ ମହିଳାଙ୍କ ନିକଟରୁ ମିଳିଥିବା ମୋବାଇଲ ଟ୍ରାକ କରି ପୋଲିସ ଅପରାଧି ପାଖରେ ପହଞ୍ଚିବା ସମର୍ଥ ହୋଇପାରିନଥିବା ବେଳେ ହତ୍ୟାକାରିଙ୍କ ସହ ସଂପର୍କ ଥିବା ପୋଲିସ ମୋବାଇଲ ଫୋନ ଯାଞ୍ଚ ଆଧାରରେ ଖଲ୍ଲିକୋଟ ର ୩ ଜଣ ଯୁବକଙ୍କୁ ଥାନାକୁ ଡାକି ଆଣି ଛତ୍ରପୁର ଏସଡିପିଓ ଉକ୍ରଳ କେଶରୀ ଦାସ ,ଖଲ୍ଲିକୋଟ ଆଇଆଇସି ସୁନିଲ କୁମାର ବେହେରା ,ଜେରା କରିଥିବା ଜଣାପଡିଛି । ତେବେ ପୋଲିସ ମୁଖ୍ୟ ଅପରାଧିକୁ ଧରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଚଢାଉ ଜାରି ରଖିଛି । ଚାଲାକ ଅପରାଧି ବିଭିନ୍ନ ସ୍ଥାନ ବଦଳାଉଥିବାରୁ ପୋଲିସ ଅପରାଧିକୁ ଧରିବା ପାଇଁ ଜୋରସୋର ପ୍ରୟାସ ଚଳାଇଛି । ନିଜର ୩୫ ବର୍ଷିୟ ବିବାହିତ ଭାଉଜକୁ ବିବାହ କରିବା ନେଇ ବିଫଳ ହେବା ପରେ ୨୨ ବର୍ଷିୟ ଦିଅର ପ୍ରତିହିଂସା ପରାୟଣ ହୋଇ ହତ୍ୟାକାଣ୍ଡ ଘଟାଇଥିବା ବେଳେ ହତ୍ୟାକାରୀ ଓ ତା ସହଯୋଗୀ କେବେ ପୋଲିସ ହାତରେ ଧରାପଡିବେ ତାହା ଦେଖିବାକୁ ବାକି ରହିଲା ।