ଲକ୍ଷ୍ମୀ ନାରାୟଣ ଯୁବକ ସଂଘ ଆନୁକୁଲ୍ୟରେ ୧୧ତମ କ୍ରିକେଟ୍ ଟୁର୍ଣ୍ଣାମେଂଟ ଅନୁଷ୍ଟିତ

ଘଟଗାଁ,(ନାରାୟଣ ପଲାଇ):ଘଟଗାଁ ବ୍ଲକ୍ ଅନ୍ତର୍ଗତ ଧନୁର୍ଜୟପୁର ଗ୍ରାମରେ ମା ଲକ୍ଷ୍ମୀନାରାୟଣ ଯୁବକ ସଂଘ ଆନୁକୁଲ୍ୟରେ ୧୧ତମ କ୍ରିକେଟ୍ ଟୁର୍ଣ୍ଣାମେଂଟ ଅନୁଷ୍ଟିତ ହୋଇଥିଲା । ଏହି ଟୁର୍ଣ୍ଣାମେଂଟରେ ମୋଟ ୧୬ଟି ଟିମ୍ ଅଂଶଗ୍ରହଣ କରିଥିଲେ । ସମସ୍ତ ଟିମ୍‌କୁ ପଛରେ ପକାଇ ସାଇନିଂ ଷ୍ଟାର୍ କ୍ରିକେଟ୍ କ୍ଲବ ବାଟହରିଚନ୍ଦନପୁର ଓ ବିଣାଝରୀ ଏକ୍ସଆଇ ଫାଇନାଲରେ ପ୍ରବେଶ କରିଥିଲେ । ୧୨ ଓଭର ବିଶିଷ୍ଟ ଫାଇନାଲ୍ ମ୍ୟାଚ୍‌ରେ ବିଣାଝରୀ ଏକ୍ସଆଇ ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ୧୦.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୬୮ରନ୍ ସଂଗ୍ରହ କରିଥିଲା । ଅନ୍ୟପକ୍ଷରେ ୧୨ଓଭରରେ ୬୮ରନ୍ କୁ ପିଛାକରି ସାଇନିଂ ଷ୍ଟାର୍ କ୍ରିକେଟ୍ କ୍ଲବ ବାଟହରିଚନ୍ଦନପୁର ମାତ୍ର ୭.୪ ଓଭରରେ ୪ଟି ୱିକେଟ୍ ହରାଇ ୱିନର୍ ହୋଇଥିଲା । ସାଇନିଂ ଷ୍ଟାର ଟିମ୍‌ର ସୋନୁ ଟୁର୍ଣାମେଂଟରେ ମ୍ୟାନ୍ ଅଫ ଦି ସିରିଜ୍‌ର ଟ୍ରଫିକୁ ହାତେଇଥିବା ବେଳେ ସେହି ଟିମ୍‌ର ପିଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଟ୍ରଫିକୁ ହାସଲ କରିଥିଲେ । ଅନ୍ୟପକ୍ଷରେ ଏହି ଟୁର୍ଣାମେଂଟରେ ପୂର୍ବତନ ମନ୍ତ୍ରୀ ତଥା ବର୍ତମାନର ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେନ୍ଦୁଝର ବିଜୁ ଯୁବ ଜନତା ଦଳର ଉପସଭାପତି ଏସ୍‌.କେ.ଇମରାନ୍‌, ସାମ୍ବାଦିକ ଯୋଗେଶ କୁମାର ପଣ୍ଡା, ସମୀର ପ୍ରଧାନ୍‌, ଅଜିତ୍ ପାଢୀ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଟୁର୍ଣାମେଂଟ୍‌ରେ ଆସୋସିଏସନର ଚିତରଞନ ମହାନ୍ତ, ଗଣେଶ୍ୱର ମହାନ୍ତ, ଗୁଣନିଧି ମହାନ୍ତ, ସୁଦୟ ରଞନ ମହାନ୍ତ, ପ୍ରମୋଦ ମହାନ୍ତ, ସୀତାରାମ ମୁଣ୍ଡା, ସୁବ୍ରତ ନାୟକ, ନରେନ୍ଦ୍ର ମହାନ୍ତ, ପଦ୍ମଲୋଚନ ମହାନ୍ତ, ବଳରାମ ମହାନ୍ତ ଓ ସୁରେଶ ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ