ଲକ୍ଷ୍ମୀ ନାରାୟଣ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଗ୍ରାମାଞ୍ଚଳ ଲୋକଙ୍କର ମୁଖ ନିଶୃତ ଭାଷାହିଁ ସାହିତ୍ୟର ମୁଳଦୁଆ ବୋଲି ଲକ୍ଷ୍ମୀନାରାୟଣ ସାହିତ୍ୟ ସଂସଦ ମରୈଗାଁର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉକ୍ରଳ ବିଶ୍ୱବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗର ପ୍ରାକ୍ତନ ପ୍ରଫେସର ଡ. ମନୋରମା ବିଶ୍ୱାଳ ମହାପାତ୍ର ମତବ୍ୟକ୍ତ କରିଛନ୍ତି । ଗ୍ରାମାଞ୍ଚଳରେ ଅନେକ ପ୍ରତିଭା ଲୁଚି ରହିଥିବାବେଳେ ସେମାନେ ଆଗକୁ ବଢ଼ିବାରେ ସୁଯୋଗ ପାଇପାରୁ ନାହାନ୍ତି । ତେଣୁ ସାହିତ୍ୟ ସଂସଦ ଗୁଡିକ ଏଥିପ୍ରତି ଗୁରୁତ୍ୱ ଦେଲେ ଓଡିଆ ଭାଷା ସାହିତ୍ୟର ବିକାଶ ଘଟିବ ବୋଲି ସେ ମତଦେଇଥିଲେ । ସଂସଦର ସଭାପତି ପ୍ରତିମା ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ମୁଖ୍ୟ ବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଡ. ରାମଚନ୍ଦ୍ର ନାୟକ କହିଛନ୍ତି ଯେ କବି ଲେଖକ ମାନେ ଉଦାର ସ୍ୱଭାବର ହେଲେ ସେମାନଙ୍କ ଲେଖା ଗୁଡିକ ସାହିତ୍ୟକୁ ରୁଚିମନ୍ତ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଜେବି କଲେଜର ମନସ୍ତତ୍ୱ ବିଭାଗର ପ୍ରାକ୍ତନ ପ୍ରଫେସର ଜୟଶ୍ରୀ ସାମଲ କହିଥିଲେ ଯେ ସାହିତ୍ୟ ହିଁ ଗ୍ରାମାଞ୍ଚଳର ଲୋକଙ୍କୁ ନେଇ ବଞ୍ଚିଛି , ସାହିତ୍ୟ ସକାରାତ୍ମକ ଦିଗକୁ ଆମନ୍ତ୍ରଣ କରିବା ସହିତ ସମସ୍ତଙ୍କ ମଙ୍ଗଳକାମନା କରେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଂସଦର ମୁଖପତ୍ର ‘ମରୁତ ମହକ’କୁ ଅତିଥିମାନେ ଲୋକାର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ପ୍ରତିଭା ସମ୍ମାନ ଉତ୍ସବରେ ବିଶିଷ୍ଟ ପାଲା ଗାୟକ, ତଥା ସ୍ତମ୍ବକାର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଗୀତାରାଣୀ ଆଇଚ, ଯୋଗାଚାର୍ଯ୍ୟ ବାଇଧର ମୁନି, ପାଲାକାର ଅଧିକାରୀ ନାୟକ, ବିଶିଷ୍ଟ ସାହିତି୍ୟକ ଚତୁର୍ଭୁଜ ପହି, ମାନସ ମହାନ୍ତି, ଉନ୍ନତ କୃଷି କ୍ଷେତ୍ରରେ ଉଦୟନାଥ କର, ଛାତ୍ର, ବିଭୁ ପ୍ରସାଦ ଶାସିନି, ଛାତ୍ରୀ ଚିନ୍ମୟୀ ବେହେରା, ସାମ୍ବାଦିକ କିଶୋର ଆଚାର୍ଯ୍ୟ, ସାମ୍ବାଦିକ ଗୋପାଳକୃଷ୍ଣ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରତ୍ନାକର ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସୁଦାମ ଚରଣ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମୁରଲୀଧର ବେହେରା, ଧ୍ରୁବାନନ୍ଦ ସେଠୀ ମାନପତ୍ର ପଠନ କରିଥିବା ବେଳେ ସମ୍ପାଦକ ସୁଦାମ ଚରଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ସଂସଦର ଉପସଭାପତି ନିର୍ମଳ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥିଭାବେ ଆନନ୍ଦପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ ସମ୍ମାନୀତ ଅତିତô ଭାବେ କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ସାହିତ୍ୟରେ ଆଦର୍ଶ ଓ ମୁଲ୍ୟବୋଧ ରହିବା ଉଚିତ, ଏହା ହେଲେ ସାଧାରଣ ଲୋକେ ସାହିତ୍ୟ ପଠନ ପ୍ରତି ମନବଳାଇବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ କବି ହାସ୍ୟମୟୀ ରାଜ, ଦାଶରଥି ଜେନାଙ୍କ ସଂଯୋଜନାରେ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ନାରାୟଣ ଚନ୍ଦ୍ର ଲେଙ୍କା, ଅନନ୍ତ ଚରଣ ମୁଦୁଲି, ସୁଜିତ ମିଶ୍ର, ବଳରାମ ଜେନା, ରାଇ ରଞ୍ଜନ ନନ୍ଦ, ଶୁପ୍ରଜିତ ସାହୁ, ନଟବର ପ୍ରଧାନ, ବିଶ୍ୱଜିତ ରାଉତ, ଜ୍ୟୋତି ପ୍ରକାଶ ସାହୁ, ଅଭୟ କୁମାର ସାମଲ, ନରେନ୍ଦ୍ର ପ୍ରସାଦ ବେହେରା, ମାଗୁଣୀ ଚରଣ ପଣ୍ଡା, ଅଧିକାରୀ ନାୟକ, ଗୋପବନ୍ଧୁ ସୁଆର, ଅନ୍ତର୍ଯ୍ୟାମୀ ରାଉତ, ଘନଶ୍ୟାମ ବୋଇତେଇ, ସୋମନାଥ ମାଝୀ, ଇନ୍ଦ୍ରମଣି ସେଠୀ, ବାସୁଦେବ ଜେନା, ବିଦୁ୍ୟତପ୍ରଭା ଦେଓ, ଅକ୍ଷୟ କୁମାର ଜେନା, ନାରାୟଣ ଚନ୍ଦ୍ର ସାହୁ, ଦଶରଥ ସାହୁ, ଅର୍ଜୁନ ଚରଣ ବେହେରା, ଧୁମକେତୁ ଦାସ, ଆଦିକନ୍ଦ ରାମ, ନୀଳମରି ବାରିକ, ଦିପ୍ତୀ ଦେବଦର୍ଶନୀ ସୁତାର, ଅନନ୍ତ ଦେହୁରୀଙ୍କ ସମେତ ଶତାଧିକ କବି ଓ କବୟତ୍ରୀ ଯୋଗଦେଇ କବିତା ପାଠ କରିଥିଲେ । ସଂସଦର ସଦସ୍ୟ ସନ୍ତୋଷ କୁମାର ସା, ହେମନ୍ତ ନାୟକ, ନିର୍ମଳ ମଲ୍ଲିକ, ବଳରାମ ଜେନା, ସାବିତ୍ରୀ ଜେନା, ମୁରଲୀଧର ବେହେରା, ସ୍ନିଗ୍ଧାରାଣୀ ଘଡେଇ, ସୁଦର୍ଶନ ଘଡେଇ, ରମାକାନ୍ତ ପହି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।