ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ଗୁରୁପୂଜନ ଉତ୍ସବ ପାଳିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ଗୁରୁଦିବସ ପାଳନ ଅବସରରେ ସୋମବାର ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ଆକାଶବାଣୀ କେନ୍ଦ୍ରର ଓଡିଶୀ କଣ୍ଠଶିଳ୍ପୀ ଗୁରୁ ବଂଶୀଧର ପଣ୍ଡା, ଭାରତ ନାଟ୍ୟମ ଓ କୁଚିପୁଡି ନୃତ୍ୟଗୁରୁ ଲକ୍ଷ୍ମଣ କୁମାର ଦାଶ ଓ ଅନୁଷ୍ଠାନର ସଙ୍ଗୀତ ଗୁରୁ ସତ୍ୟ ନାରାୟଣ ସାହୁଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ ପୂର୍ବକ ତାରିଣୀ ଚରଣ ପାତ୍ର ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ମର୍ଦ୍ଦଳ ବାଦକ ଗୁରୁ ଲିଙ୍ଗରାଜ ସେନାପତି, କଣ୍ଠଶିଳ୍ପୀ ଗୁରୁ ଦିଲ୍ଲିପ କୁମାର ସାହୁ, ତବଲା ବାଦକ ରମାକାନ୍ତ ସାହୁ, ଓଡିଶୀ ନୃତ୍ୟ ଗୁରୁ ମାନସ ରଞ୍ଜନ ରଥ, ଟାଇକୋଣ୍ଡା ଗୁରୁ ଅମ୍ବିକା ପ୍ରସାଦ ଦାଶ ଓ ରଜନୀ କାନ୍ତ ସାହୁ, ଅଭୟ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର କୁନି କଳାକାର ମାନଙ୍କ ଦ୍ବାରା ଗୁରୁବନ୍ଦନା, ଓଡିଶୀ ସଙ୍ଗୀତ ଗାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ପର୍ଶୁରାମ ସାହୁ, ସହ ସମ୍ପାଦକ ତରଣୀ କୁମାର ସାହୁଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତା ଓ ଉପଦେଷ୍ଟା ମଣ୍ଡଳୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ହୃଦୟାନନ୍ଦ ମହାପାତ୍ର, ଗୈାରୀ ରଥ, ନିରଞ୍ଜନ ସାହୁ, ଦିଲ୍ଲିପ ବୈଠାରୁ, ବିଶ୍ବମ୍ବର ସାହୁ, ଦ୍ବିତୀକୃଷ୍ଣ ପଣ୍ଡା, ଶେଷଦେବ ସାହୁ, ଲଳିତ ମୋହନ ପୋଲାଇ, ମାନସ ରଞ୍ଜନ ବେହେରା, ଅଖିଳ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।