ଲକ୍ଷ୍ମୀ ନୃସିଂହ ବଣିକ ସଂଘ ପକ୍ଷରୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରୀ ରହିଛି । ଏକଦା ଗ୍ରୀନ୍ ଜୋନ୍‌ରେ ଥିବା ଗଞ୍ଜାମ ଜିଲ୍ଲା ପ୍ରବାସୀଙ୍କ ଫେରିବା ପରେ ରେଡ଼୍ ଜୋନ୍‌ରେ ପରିଣତ ହୋଇଛି । ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍‌କ ସୂଚନା ପ୍ରକାରେ ରାଜ୍ୟରେ କରୋନା ମୃତ୍ୟ ସଂକ୍ୟା ୧୧ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସେଥି ମଧ୍ୟରୁ ୬ ଜଣ ରହିଛନ୍ତି । ୪ଟି ପର୍ଯ୍ୟାୟ ଲକ୍‌ଡ଼ାଉନ ଶେଷ ହେବା ପରେ ସରକାରଙ୍କ ପକ୍ଷରୁ ଚଳିତ ମାସ ପହିଲାରୁ ଅନଲକ୍‌-୧ ଜାରୀ କରାଯାଇଛି । ଗୋଷ୍ଠୀ ସଂକ୍ରମଣ ଭୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲାରେ ମଧ୍ୟାନ୍ନ ୧୨ଟା ଠାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଲକଡ଼ାଉନ ଘୋଷଣା କରାିବା ସହ ସନ୍ଧ୍ୟା ୭ଟା ଠାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣଶ କରିଛନ୍ତି । ପ୍ରତ୍ୟେହ ସକାଳ ୭ଟା ଠାରୁ ମଧ୍ୟାନ୍ନ ୧୨ ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର କୋଲିବା ସକାଶେ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଦୀର୍ଘ ୩ମାସ ଧରି ବେପାର ବଣିଜ ବନ୍ଦ କରି ହାତ ବାନ୍ଧି ବସିଥିବା କ୍ଷୁଦ୍ର ବେପାରୀ ମାନେ ଜୀବିକି ହରାଇ ପରିବାର ପ୍ରତିପୋଷଣ କରିନପାରି ଓଳିଏ ଖାଇଲେ ଓଳିଏ ଭୋକ ଉପାସରେ ରହୁଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରୀ କରାଯାଇଥିବା ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିବା ସମୟ ସାରଣୀକୁ ବିରୋଧ କରିବା ସହ ସ୍ଥାନୀୟ ଅଂଚଳର କ୍ଷୁଦ୍ର ବ୍ୟବସାୟୀଙ୍କୁ ମାସିକ ଆର୍ଥୀକ ପ୍ୟାକେଜ୍ ଘୋଷଣା ଦାବୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱ ରକ୍ଷା କରି ଖୋଲିବା ପାଇଁ ଅନୁମତି ପ୍ରଦାନ କରିବା ନେଇ ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ବଣିକ ସଂଘ ପକ୍ଷରୁ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ସ୍ଥାନୀୟ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ଜରିଆରେ ପ୍ରଦାନ କରାଯାଇଛି । ଦାବି ପତ୍ର ପ୍ରଦାନ ସମୟରେ ସଂଘର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ବିଶ୍ୱମ୍ବର ସାହୁ, କୋଷାଧ୍ୟକ୍ଷ ପ୍ରତାପ କୁମାର ସାହୁ, ପ୍ରମୋଦ କୁମାର ପଣ୍ଡା, ଅନ୍ତର୍ଯ୍ୟାମୀ ସାହୁ, ଯୁଗଳ ପଣ୍ଡା, କିଶୋର ଚୌଧୁରୀ, ସିମାଂଚଳ ପାତ୍ର, ଜଗନ୍ନାଥ ସାହୁ, ତ୍ରିପତି ପାତ୍ର, କୋରାମଣି ରାଉଳ, ବାସୁଦେବ ଡ଼ାକୁଆ, ମନୋଜ ସାହୁ, ରଞ୍ଜନ ସାହୁ, ପ୍ରେମାନନ୍ଦ ପାଣିଗ୍ରାହୀସିମାଂଚଳ ମୁନି, କାଳିଆ ମୁନି, ଧନୁ ଗୌଡ଼ଙ୍କ ସମେତ ସଂଘର ଶତାଧିକ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ