ଲକ୍ଷ୍ମୀ ନୃସିଂହ ଯାତ୍ରା ସକାଶେ ଶୁଭଖୁଣ୍ଟି ସ୍ଥାପନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଚଳିତ ମାସ ୧୪ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ହିଞ୍ଜିଳିକାଟୁ ପ୍ରସିଦ୍ଧ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ସକାଶେ ମଙ୍ଗଳବାର ଅକ୍ଷୟ ତୃତୀୟା ଅବସରରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ବଡରଙ୍ଗଣି ସାହିରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ଠାରୁ ଆଜ୍ଞା ମାଳ ପାଇବା ପରେ ସ୍ଥାନୀୟ ଅଞ୍ଚଳର ବହୁ ଯାତ୍ରା ପ୍ରେମୀ  ବାଦ୍ୟ, ବାଜଣା, ଘଣ୍ଟ, ଢୋଳ, ମହୁରୀ ଓ ସଂକୀର୍ତ୍ତନ ସହିତ ଏକ ବିରାଟ ପଟୁଆରରେ ଆସି  ବଡରଙ୍ଗଣି ସାହିରେ ଶୁଭଖୁଣ୍ଟି ସ୍ଥାପନ କରିଥିଲେ । ଗତ ୨ ବର୍ଷ ଧରି ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ହିଞ୍ଜିଳିକାଟୁ ଅଞ୍ଚଳର ପ୍ରସିଦ୍ଧ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ  ଠାକୁରଙ୍କ ଯାତ୍ରାତ୍ସୋବ ପାଳନ ହେଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଯାତ୍ରା ତ୍ରହୋଦଶ ସକାଶେ ଆହୁରି ୧୦ ଦିନ ବାକି ରହିଥିବା ବେଳେ ଏବେଠାରୁ ଅଞ୍ଚଳରେ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସର ବାତାବରଣ ଦେଖିବାକୁ ମିଳିଛି । ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ସକାଶେ ବିଭିନ୍ନ ସାହିବସ୍ତିର ଯୁବ ଗୋଷ୍ଠୀ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବଡ ରଙ୍ଗଣିସାହି ଯାତ୍ରା ଅଧିକାରୀ ବଂଶୀଧର ସାହୁଙ୍କ ତତ୍ତ୍ଵାବଧାନରେ ଲିଙ୍ଗରାଜ ସେନାପତି, ସୁବାଷ ସାହୁ, ପର୍ଶୁରାମ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ବାଲ୍ୟ ସାହୁ, ଦେବରାଜ ସାହୁ, ଲଡୁ କିଶୋର ସାହୁ, ନାରାୟଣ ସାହୁ, ପ୍ରକାଶ ସାହୁଙ୍କ ସମେତ ଜଗନ୍ନାଥ ମାର୍ଗ, ରଜା ସାହି, ଦେଓଘର ସାହି, ଥାନା ସାହିର ଶତାଧିକ ଯାତ୍ରା ପ୍ରେମୀ ଉପସ୍ଥିତ ଥିଲେ । ଯାତ୍ରାର ପ୍ରଥମ ଦିବସ ରାଜ ପରିବାର ଓ ପାଟଣା ସାହିରେ ଯାତ୍ରା କମିଟି ପକ୍ଷରୁ ଯାତ୍ରା ପରିଚାଳନା କରାଯିବ । ଯାତ୍ରାର ଦ୍ବିତୀୟ ଦିବସ ରଙ୍ଗଣି ବାଡ ଓ ଅନ୍ତିମ ଦିବସ କେଉଟ ବାଡ ପକ୍ଷରୁ ଯାତ୍ରା ପରିଚାଳନା କରାଯିବ ବୋଲି ଜଣା ପଡିଛି । ଅନୁରୂପ ଭାବେ ମଙ୍ଗଳବାର ସନ୍ଧ୍ୟାରେ କେଉଟ ସାହି ଯାତ୍ରା କମିଟି ସଭାପତି ଭିମସେନ ବେହେରାଙ୍କ ତତ୍ତ୍ଵାବଧାନରେ କେଉଟ ସାହି ପରିସରରେ ଓ ପାଟଣା ସାହି ପରିସରରେ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରା ସକାଶେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ