ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା) :-ବିଜୁ ଶ୍ରମିକ ସାମୁଖ୍ୟ ଅନୁବନ୍ଧିତ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ, ଉତ୍ତରାଞ୍ଚଳ ଶାଖା (ଟାଟା ପାୱାର) ପକ୍ଷରୁ ୧୩୬ତମ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ସଂଘ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନର ଉପଦେଷ୍ଟା ସଦର ବିଧାୟକ ସ୍ୱରୂପ କୁମାର ଦାସ ପତ୍ତାକା ଉତ୍ତୋଳନ କରିବା ସହିତ ଏହି ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋକପାତ କରିଥିଲେ । ଟାଟା ପାୱାର ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ମାନବ ସମ୍ବଳ ଅଧିକାରୀ ମାନସ ରଞ୍ଜନ ସ୍ୱାଇଁ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଗଠନର ବରିଷ୍ଠ ସଦସ୍ୟ କ୍ଷୀତେନ୍ଦ୍ର ମୋହନ ଜେନା ଏଥିରେ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଆଇନ ପରାମର୍ଶଦାତା ରଘୁନାଥ ଲେଙ୍କା, ମିଡିଆ ସେଲ ସମ୍ପାଦକ ମନୋରଞ୍ଜନ ସାହୁ, ସଙ୍ଗଠନ ସମ୍ପାଦକ ବଟକୃଷ୍ଣ ଜେନା, ଉପଦେଷ୍ଟା ଚିତ୍ତରଞ୍ଜନ ପଢିଆରୀ ପ୍ରମୁଖ ଏଥିରେ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଶ୍ରମିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।


