ଲକ୍ଷ୍ୟାଧିକ ଟଙ୍କା ଲୁଟିନେଲେ ଦୁଇ ଲୁଟେରା

ପାରାଦୀପ:- ପାରାଦୀପରେ ଦିନ ଦିପହରରେ ଭୁଜାଲି ଦେଖାଇ ପେଟ୍ରୋଲ୍ ପମ୍ପର କର୍ମଚାରୀ ଅକ୍ଷୟ ପାଣି ଙ୍କଠାରୁ ନଗଦ ୧ଲକ୍ଷ ଟଙ୍କା ଏବଂ ୩୦ ଲକ୍ଷ ଟଙ୍କାର ଏକ ଚେକ୍ ଧରି ଚମ୍ପଟ ମାରିଛନ୍ତି ଦୃବୁତ୍ତ । ଏହି ଘଟନାକୁ ନେଇ ବନ୍ଦର ନଗରୀ ପାରାଦୀପରେ ଚାଞ୍ଚଲ୍ୟ ଖେଳିଯାଇଛି । ମିଳିଥିବା ସୂଚନାଅନୁସାରେ ପେଟ୍ରୋଲ୍ ପମ୍ପର କର୍ମଚାରୀ ଅକ୍ଷୟ ପାଣି ଆଜି ୧୨ ଟା ସମୟରେ ୧ଲକ୍ଷ ଟଙ୍କା ଏବଂ ୩୦ ଲକ୍ଷ ଟଙ୍କାର ଏକ ଚେକ୍ ଧରି ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ । ଅକ୍ଷୟ ପାଣି କିଛି ବାଟ ଯିବା ପରେ କୁମ୍ଭୀର ପାର୍କ ଛକ ପାଖରେ ପହଞ୍ଚିଥିଲେ । ସେଠାରେ ହଠାତ୍ ଦୁଇଜଣ ଯୁବକ ଏକ ବାଇକ୍ ଯୋଗେ ଆସି ତାଙ୍କଠାରୁ ନଗଦ ୧ଲକ୍ଷ ଟଙ୍କା ଏବଂ ୩୦ ଲକ୍ଷ ଟଙ୍କାର ଚେକ୍ ଲୁଟି ନେଇଥିଲେ । ସେ ପାଟି କଲା କରିବା ବେଳକୁ ଦୁଇ ଲୁଟେରା ସେହି ସ୍ଥାନ ଛାଡ଼ି ଚାଲିଯାଇଥିଲେ । ଏନେଇ ଅକ୍ଷୟ ପାରାଦୀପ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ୍

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ