ଲକ୍ ଡାଉନରେ ଅଘୋଷିତ ବିଜୁଳି କାଟ: ଅସହ୍ୟ ତାତିରେ ଲୋକେ କଲବଲ

କୋଦଳା,(ଗୁଲସନ୍ କୁମାର କର) ୱାଇଏନ୍‌ଏସ୍‌: ଗଂଜାମ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ କୋଦଳା ଅଞ୍ଚଳରେ ଅଚାନକ ଅସ୍ୱାଭାବିକ ତାପମାତ୍ରା ବୃଦ୍ଧି ପାଇଛି। ସାଂପ୍ରତିକ ପରିସ୍ଥିତିରେ ଲକ୍ ଡାଉନ୍ ଲାଗୁ ହୋଇଥିବାରୁ ଜରୁରୀ କାର୍ଯ୍ୟ ନଥିଲେ ଲୋକେ ଘରୁ ବାହାରକୁ ଯାଉ ନାହାନ୍ତି। ଫଳରେ ଝାଞ୍ଜି ପବନରୁ ତ୍ରାହୀ ମିଳୁଛି ସତ, କିନ୍ତୁ ଅଘୋଷିତ ବିଦ୍ୟୁତ କାଟ ଦାଉ ସାଧୁଛି। ବିଦ୍ୟୁତ ସେବାରେ ଯେଭଳି କୌଣସି ବିଭ୍ରାଟ ନ ଘଟେ ଏଥିପାଇଁ ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ ଥିଲେ ମଧ୍ୟ ଏହାକୁ ବିଭାଗୀୟ ଅଧିକାରୀ ମାନେ ଠିକ୍ ଭାବେ ପାଳନ କରୁନଥିବା ମନେ ହେଉଛି। ଗତ କିଛି ଦିନ ଧରି ବେଗୁନିଆପଡ଼ା ଓ କୋଦଳା ଅଞ୍ଚଳରେ ଘନ ଘନ ବିଦ୍ୟୁତ କାଟ ହେଉଛି। ଅନ୍ୟ ପକ୍ଷରେ କିଛି ଲୋକକଂ ଘରେ ପଂଖା ଖରାପ ହୋଇଯାଇଛି ଏବଂ ଲକ୍ ଡାଉନ୍ କଟକଣା ଯୋଗୁଁ ରିପାରିଂ ଦୋକାନ ବନ୍ଦ ରହୁଛି। ଫଳରେ ପଖାଂ ସଜାଡି ହେଉନି। ତେବେ ଦିନ ତମାମ ତାତି ଲାଗି ରହୁଥିବା ବେଳେ ସଂଧ୍ୟାରେ ସାମାନ୍ୟ ଆସ୍ବସ୍ତି ମିଳୁଛି। ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବର୍ଷା ହେବା ଫଳରେ ଥଣ୍ଡା ଅନୁଭୂତି ହେଉଛି। ବିଦ୍ୟୁତ ବିଭାଗର କର୍ମଚାରୀ ବିଦ୍ୟୁତ କାଟ୍ କିପରି କମ୍ ହୋଇ ପାରିବ ସେ ନେଇ ଧ୍ଯାନ ଦେବାକୁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ