ଲକ୍ ଡାଉନରେ ରନ୍ଧାଖାଦ୍ୟ ପ୍ରସ୍ତୁତ କୁ ନେଇ ଗଣ୍ଡଗୋଳ
କୋଦଳା: ବିଶ୍ଵବ୍ୟାପୀ କୋରନା ଭାଇରସ କୁ ନେଇ ଚାରିଆଡେ ସଚେତନତା କରାଯାଉଥିବା ବେଳେ ଅଧିକରୁ ଅଧିକ ସଂକ୍ରମକ ନ ହେବା ପାଇଁ ସମଗ୍ର ଭାରତ ବର୍ଷକୁ ୨୧ ଦିନ ଯାଏଁ ଲକ୍ ଡାଉନ୍ କରାଯାଇଛି। ଯାହାଫଳରେ ରାଜ୍ୟ ସରକାରଙ୍କ ତରଫରୁ ୩୦ ମାର୍ଚ୍ଚ ଠାରୁ ଅସହାୟ ଲୋକଙ୍କୁ ଚିନ୍ହଟ କରି ଗ୍ରାମ ପଞ୍ଚାୟତ ନିକଟରେ ରନ୍ଧାଖାଦ୍ୟ ଦେବାକୁ ଘୋଷଣା କରାଯାଇଛି। କିନ୍ତୁ ଏହାର ବ୍ୟତିକ୍ରମ ବେଗୁନିଆପଡା ବ୍ଲକ ମଠସରସିଙ୍ଗି ପଞ୍ଚାୟତରେ ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତର ଅଧିକାଂଶ ୱାର୍ଡ ମେମ୍ବର ଓ ପଞ୍ଚାୟତବାସିଙ୍କ କହିବା ଅନୁଯାୟୀ ନ୍ୟାୟବ ସରପଞ୍ଚ ସୁଜ୍ଞାନି ସ୍ୱାଇଁ ମନମୁଖୀ କାର୍ଯ୍ୟ ଚଲାଉଛନ୍ତି। ସେମାନନଙ୍କୁ ଡାକି କୌଣସି ପ୍ରକାରର ବୈଠକ କରେଇନଥିବା ବେଳେ ଜନସାଧାରଣଙ୍କ ଅବଗତ ନିମନ୍ତେ କୌଣସି ପ୍ରକାରର ନୋଟିସ ମଧ୍ୟ ଲଗାଯାଇନାହିଁ ତତ୍ ସହ ଦ୍ୱିତୀୟ ଦିନରେ ପଞ୍ଚାୟତ ପରିସରରେ ରନ୍ଧାଖାଦ୍ୟ ହୋଇନଥିବା ଅଭିଯୋଗ କରିଛନ୍ତି। ତୃତୀୟ ଦିନ ପଂଚାୟତ ଛାଡି ବାଦପଲ୍ଲୀରେ ମନଇଚ୍ଛା ରୋଷେଇ କରିବାକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ଜଦ୍ଦ୍ୱାରା କୋଦଳା ପୋଲିସ ଖବର ପାଇ ବୁଝାସୁଝା କରିଥିଲା।ଏଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ପଞ୍ଚାୟତ ବାସୀ କହିଛନ୍ତି।