ଲଗାଣ ବର୍ଷାରେ ନିମାପଡା କାକଟପୁର ମୁଖ୍ୟ ରାସ୍ତା ଉପରେ ପାଣି ପ୍ରବାହିତ
ନିମାପଡା, (ସନ୍ତୋଷ ଦାଶ):ଲଘୁଚାପ ଜନିତ ବର୍ଷା ସୋମବାର ସଂନ୍ଧ୍ୟା ରୁ କମିଥିଲେବି ବର୍ଷା ଜଳ ନିମାପଡା କାକଟପୁର ମୁଖ୍ୟ ରାସ୍ତା ର ସାଇଲୋ ଓ ସୋମନାଥପୁର ଠାରେ ରାସ୍ତା ଉପରେ ପ୍ରବାହିତ ହେଉଛି l ସେହିପରି ଚାରିଛକ – ଗୋପ ରାସ୍ତା ର ତମ୍ପlଳ ଠାରେ ଥିବା କାଦୁଆ ସେତୁ ରେ କଟକୀ ଦଳ ଲାଗିଯିବାରୁ ବର୍ଷା ଜଳ ଆଖପାଖ ଅଂଚଳ ର ଚାଷ ଜମି କୁ ବୁଡାଇଚାଲିଛି l ଖବର ପାଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଘଟଣାସ୍ଥଳ ରେ ପହଂଚି ଅବସ୍ଥା ର ଅନୁଧ୍ୟାନ କରିବା ସହିତ କିପରି ଯୁଧ୍ୟ କାଳୀନ ଭିତ୍ତିରେ ବର୍ଷା ଜଳ ସୁରୁଖୁରୁ ରେ ନଦୀ ରେ ପ୍ରବାହିତ ହୋଇଯିବ ସେ ଦିଗରେ କାର୍ଯ୍ୟ କରିବାକୁ ଜଳସମ୍ପଦ ବିଭାଗ ଅଧିକାରୀ ମାନକୁ ନିର୍ଦ୍ଧେଶ ପ୍ରଦାନ କରିଛନ୍ତି l ଏପରିକି ମନ୍ତ୍ରୀ ନିଜେ ଠିଆ ହୋଇ ସାଇଲୋ ଜୋର ଠାରେ ସେତୁ ରୁ କଟକୀ ଦଳ ଜେସିବି ଦ୍ୱାରା କଢ଼ାଯିବl ଘଟଣା ର ଅନୁଧ୍ୟାନ କରିଥିଲେ l ଅପରପକ୍ଷରେ ତମ୍ପlଳ ସେତୁ ଠାରେ ଜଳସମ୍ପଦ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ସେତୁ ରୁ କଟକୀ ଦଳ କାଢ଼ିବା କାର୍ଯ୍ୟ କୁ ଅନୁଧ୍ୟାନ କରିଥିଲେ l