ଲଗାଣ ବର୍ଷା ବିପନ୍ନ ଙ୍କ ଦୁର୍ଦ୍ଦଶା ବଢ଼ାଇଲା
ନିମାପଡ଼ା, (ସନ୍ତୋଷ ଦାଶ):କୁଶଭଦ୍ରା ନଦୀ ବନ୍ୟା ରେ ଗୋପ ବ୍ଲକ ର ୮ଟି ପଞ୍ଚାୟତ ର ୩୪ଗ୍ରାମ ର ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ଧନୁଆଁ ନଦୀ ବନ୍ୟା ରେ ୧୪ଟି ପଞ୍ଚାୟତ ର ୭୦ଗ୍ରାମ ର ପ୍ରାୟ ୪୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି।ଅନେକ ଗ୍ରାମ ରେ ୮ଦିନ ପରେ ବି ବନ୍ୟା ଜଳ ଲହଡ଼ି ଭାଙ୍ଗୁଛି। ହଜାର ହଜାର ଲୋକ କେନାଲ ବନ୍ଧ, ନଦୀ ବନ୍ଧ, ଆଶ୍ରୟସ୍ଥଳୀ ରେ ଗୃହ ପାଳିତ ପଶୁ ମାନଙ୍କ ସହ ଦିନ ବିତାଉଛନ୍ତି। ସବୁ ପରିବାର କୁ ରନ୍ଧା ଖାଦ୍ୟ, ପଲଥିନ, କିରୋସିନ ଯୋଗାଇ ଦେବାରେ ପ୍ରଶାସନ ବିଫଳ ହୋଇଛି। ଏବେ ଆଜି ଠାରୁ ଏହି ଅଞ୍ଚଳ ରେ ଲଗାଣ ବର୍ଷା ଆରମ୍ଭ ହୋଇଛି। ବନ୍ୟା ବିପନ୍ନ ଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ନାଁ ଖାଇପାରୁଛନ୍ତି ନାଁ ଶୋଇ ପାରୁଛନ୍ତି। ଭାଗ୍ୟ କୁ ଆଦେରି ଭଗବାନ ଙ୍କୁ ଡାକି ସମୟ କାଟୁଛନ୍ତି। ଅପର ପକ୍ଷରେ ଚାଷ ଜମି ରେ ବନ୍ୟା ଜଳ ଜମି ରହି ଥିବାରୁ ଧାନ, ପାନ, ପନିପରିବା ଚାଷ ସବୁ ନଷ୍ଟ ହୋଇଗଲାଣି। ତୁରନ୍ତ ଘର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଥିବା ଲୋକ ମାନଙ୍କୁ ସାହାଯ୍ୟ, ସହଯୋଗ ଯୋଗାଇ ଦେବାକୁ କଂଗ୍ରେସ ର ଯୁବ ନେତା କେଶବ ପ୍ରଧାନ ପୁରୀ ଜିଲ୍ଲାପାଳ ଙ୍କ ନିକଟରେ ଦାବି କରିଛନ୍ତି।