ଲଗାଣ ବର୍ଷା ଯୋଗୁଁ ରେଭ, କପାଳି ,ଗେଙ୍ଗୁଟି ନଦୀରେ ବନ୍ୟା
ଧାମନଗର (ସନ୍ତୋଷ କୁମାର ପ୍ରଧାନ) ଭଦ୍ରକ ଜିଲ୍ଲା ଧାମନଗର ରେ ଅତିବାହିତ କରିଥିବା ରେଭ,କପାଳି ଓ ଗେଙ୍ଗୁଟି ନଦୀରେ ବନ୍ୟା ଜଳ ମାଡିଯିବାରୁ ଗଢ଼ିଆଳି, ଅସୁରାଳି, ଫତେପୁର,କୋଠାର ଏବଂ ବୟାଡ଼ିହି ପଞ୍ଚାୟତ ର ବହୁତ ଗୁଡିଏ ଗାଁ ରେ ବନ୍ୟା ଜଳ ପଶି ବହୁଧନଜୀବନ ନଷ୍ଟ କରିବା ସହିତ ଶହ ଶହ ଏକର ଚାଷଜମିରେ ପାଣି ପସିବାଫଳରେ ଚାଷ ନଷ୍ଟ ହୁଇଯାଇଥିବାରୁ ଚାଷୀ ଭାଙ୍ଗିପଡିଛନ୍ତି।ଋଣ ଆଣି ଚାଷ କରିଥିବାରୁ କେମିତି ସୁଝିବେ ତାହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି।


